ETV Bharat / sports

IPL 2023 CSK vs MI: ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ, ୬ ୱିକେଟରେ ଜିତିଲା ଚେନ୍ନାଇ

author img

By

Published : May 6, 2023, 9:18 PM IST

ଘରୋଇ ଗ୍ରାଉଣ୍ଡରେ ଏକ ସହଜ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ କେବଳ ୧୩୯ ରନ କରିଥିଲା ବେଳେ ୧୭.୪ ଓଭରରେ ୪ ୱିକେଟ ମୁମ୍ବାଇକୁ ମାତ ଦେଇଛି ଚେନ୍ନାଇ । ଅଧିକ ପଢ଼ନ୍ତୁ

୬ ୱିକେଟରେ ଜିତିଲା ଚେନ୍ନାଇ
୬ ୱିକେଟରେ ଜିତିଲା ଚେନ୍ନାଇ

ଚେନ୍ନାଇ: ଚେପକ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଶୀର୍ଷକ୍ରମ ବ୍ୟାଟର ଫେଲ ମାରିବା ପରେ ନିର୍ଦ୍ଧାରିତ ୨୦ ଓଭରରେ କେବଳ ୧୩୯ ରନ କରିଥିଲା ମୁମ୍ବାଇ । ତେବେ ୧୪୦ ରନର ବିଜୟଲକ୍ଷ୍ୟକୁ ୧୭.୪ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଛି ଚେନ୍ନାଇ । ଫଳରେ ବହୁମୂଲ୍ୟ ୨ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ସିଏସକେ ।

ଆଜି ପାଳି ଆରମ୍ଭ କରିବା ପାଇଁ ଈଶାନ କିଶାନଙ୍କ ସହ କାମେରନ ଗ୍ରୀନଙ୍କୁ ସୁଯୋଗ ମିଳିଥିଲା । ତେବେ ଉଭୟ ଦଳକୁ ନିରାଶ କରିଥିଲେ । ଗ୍ରୀନ ୬ ଓ କିଶାନ ୭ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ତୃତୀୟରେ ବ୍ୟାଟିଂ କରିବାକୁ ଆସି ଖାତା ଖୋଲିବା ଆଗରୁ ଦୀପକ ଚହରଙ୍କ ବଲରେ ଧରା ପଡ଼ିଥିଲେ ଅଧିନାୟକ ରୋହିତ ଶର୍ମା । ଏହାପରେ କିଛି ସମୟ ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ ସୂର୍ଯ୍ୟକୁମାର ଯାଦବ ଓ ନେହାଲ ୱାଧେରା । ପୂର୍ବ ମ୍ୟାଚର ଷ୍ଟାର ସୂର୍ଯ୍ୟକୁମାର ଆଜି ୨୨ ବଲରୁ ସଂଘର୍ଷପୂର୍ଣ୍ଣ ୨୬ ରନ କରି ଆଉଟ ହୋଇଥିଲେ । ଏହାପରେ ଟ୍ରିଷ୍ଟାନ ଷ୍ଟବ୍ସ ମଧ୍ୟ ୨୦ ରନ କରି ପାଭିଲିୟନ ଫେରିଥିଲେ । ଦଳ ପାଇଁ ନେହାଲ ୱାଧେରା ସର୍ବାଧିକ ୫୧ ବଲରୁ ୬୪ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୩୯ ରନରେ ପହଞ୍ଚାଇଥିଲେ । ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାକୁ ଅସମର୍ଥ ରହିଥିଲେ ।

ଚେନ୍ନାଇ ପକ୍ଷରୁ ମଥୀଶା ପାଥିରାନାଙ୍କର ଦମଦାର ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୪ ଓଭରରେ ସେ କେବଳ ୧୫ ରନ ବ୍ୟୟ କରି ୩ଟି ମହତ୍ତ୍ବପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ । ଦୀପକ ଚହର ୩ ଓଭରରେ ୧୮ ଓ ତୁଷାର ଦେଶପାଣ୍ଡେ ୪ ଓଭରରେ ୨୬ ରନ ଖର୍ଚ୍ଚ କରି ୨ଟି ଲେଖାଏଁ ୱିକେଟ ପାଇଥିଲେ । ରବିନ୍ଦ୍ର ଜାଡ଼େଜା ୪ ଓଭରରୁ ସର୍ବାଧିକ ୩୭ ରନ ଖର୍ଚ୍ଚ କରିଥିଲେ ମଧ୍ୟ ଗୋଟିଏ ସଫଳତା ହାତେଇଥିଲେ ।

ଚେନ୍ନାଇ ପକ୍ଷରୁ ଯୁବ ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାଏକୱାଡ଼ ୧୬ ବଲରୁ ଦୃତ ୩୦ ରନର ପାଳି ଖେଳି ଆଉଟ ହୋଇଥିଲେ । ଆଜିଙ୍କ୍ୟ ରାହାଣେ ୧୭ ବଲରୁ ୨୧ ରନ କରି ପୀୟୁଷ ଚାୱଲାଙ୍କ ଶିକାର ପାଲଟିଥିଲେ । ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିବା ଅମ୍ବାତି ରାୟୁଡ଼ୁ ୧୧ ବଲରୁ କେବଳ ୧୨ ରନ କରିଥିଲେ । ତେବେ ଡେଭନ କନୱେ ୪୨ ବଲରୁ ୪୪ କରି ଆଉଟ ହୋଇଥିଲେ । ପ୍ରତିଥର ଭଳି ଶିବମ ଦୁବେ (୨୬) ଆକ୍ରାମକ ବ୍ୟାଟିଂ କରି ଦଳକୁ ବିଜୟ ଦେଇଥିଲେ ।

ସେପଟେ ମୁମ୍ବାଇ ପକ୍ଷରୁ ପୀୟୁଷ ଚାୱଲା ୪ ଓଭର ବୋଲିଂ କରି ୨୫ ରନ ବ୍ୟୟରେ ସର୍ବାଧିକ ୨ଟି ୱିକେଟ ପାଇଥିଲେ । ଟ୍ରିଷ୍ଟାନ ଷ୍ଟବ୍ସ ଓ ଆକାଶ ମାଢୱାଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଅନ୍ୟ କୌଣସି ବ୍ୟାଟରଙ୍କୁ ଆଜି ଆଶାନୁରୂପ ସଫଳତା ମିଳିନଥିଲା । ସେପଟେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଚେନ୍ନାଇର ମଥୀଶା ପାଥିରାନା ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.