ETV Bharat / sports

IPL 2022: ଲକ୍ଷ୍ନୌ ସାମ୍ନାରେ ୨୧୧ ରନ୍‌ର ଟାର୍ଗେଟ ରଖିଲା ଚେନ୍ନାଇ - ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି ଚେନ୍ନାଇ । ଫଳରେ ଲକ୍ଷ୍ନୌ ସାମ୍ନାରେ ୨୧୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: ଲକ୍ଷ୍ନୌକୁ ୨୧୧ ରନ୍‌ର ଟାର୍ଗେଟ ଦେଲା ଚେନ୍ନାଇ ସୁପର କିଙ୍ଗ୍ସ

author img

By

Published : Mar 31, 2022, 9:42 PM IST

Updated : Mar 31, 2022, 10:50 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ସପ୍ତମ ମୁକାବିଲା ଚେନ୍ନାଇ ସୁପରକିଙ୍ଗ୍ସ(CSK) ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ(LSG) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି ଚେନ୍ନାଇ । ଫଳରେ ଲକ୍ଷ୍ନୌ ସାମ୍ନାରେ ୨୧୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ସୁପରକିଙ୍ଗ୍ସ ପକ୍ଷରୁ ଓପନର ରବିନ ଉଥାପ୍ପା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୭ ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୦ ରନ୍‌ର ଦମଦାର ଇଂନିସ ଖେଳିଛନ୍ତି ଉଥାପ୍ପା । ଶିବମ ଦୁବେ ୩୦ ବଲ୍‌ରୁ ଦ୍ରୁତ ୪୯ ଓ ମୋଇଲ ଅଲୀ ୩୫ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । ଶେଷ ଭାଗରେ ଅମ୍ବାତି ରାୟୁଡୁ ୨୦ ବଲ୍‌ରୁ ୨୭, କ୍ୟାପଟେନ୍‌ ଜାଡେଜା ୯ ବଲ୍‌ରୁ ୧୯ ଓ ଭେଟେରାନ ଧୋନି ୬ ବଲ୍‌ରୁ ୧୬ ରନ୍‌ର ଇଂନିସ ଖେଳି ଚେନ୍ନାଇର ସ୍କୋର ୨୦୦ ପାର୍‌ କରାଇଥିଲେ ।

ଅନ୍ୟପଟେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ପକ୍ଷରୁ ଅଭେଶ ଖାନ, ଆଣ୍ଡ୍ରିୟୁ ଟାଇ ଓ ରବି ବିଷ୍ଣୋଇଙ୍କୁ ଦୁଇଟି ଲେଖାଏଁ ୱିକେଟ ମିଳିଥିଲା । ଦୁଷ୍ମନ୍ତ ଚାମୀରା ୪ ଓଭରରେ ୪୯ ରନ୍‌ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କ୍ରୁଣାଳ ପାଣ୍ଡ୍ୟା ମଧ୍ୟ ୩ ଓଭରରେ ୩୬ ରନ୍‌ ବ୍ୟୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 31, 2022, 10:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.