ETV Bharat / sports

IPL 2022: ଆଜି CSK-SRH ମୁକାବିଲା, ଉଭୟ ଦଳର ପ୍ରଥମ ବିଜୟ ଲକ୍ଷ୍ୟ - ସନରାଇଜର୍ସ ହାଇଦ୍ରାବାଦ

ଆଜି IPLର ୧୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ପ୍ରଥମ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଦୁଇ ଦଳ । ଅଧିକ ପଢନ୍ତୁ

IPL 2022: ଆଜି CSK-SRH ମୁକାବିଲା, ଉଭୟ ଦଳର ପ୍ରଥମ ବିଜୟ ଲକ୍ଷ୍ୟ

author img

By

Published : Apr 9, 2022, 9:45 AM IST

ମୁମ୍ବାଇ: ଆଜି IPLର ୧୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ (SRH) ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ(CSK) । ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ୩ଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏରେ ବି ବିଜୟୀ ହୋଇପାରିନାହିଁ । ତେଣୁ ଆଜି ବିଜୟର ସ୍ବାଦ ଚାଖିବା ଲକ୍ଷ୍ୟରେ ଜାଡେଜାଙ୍କ ଅଧିନାୟକତ୍ବରେ ପଡିଆକୁ ଓହ୍ଲାଇବ ଦଳ । ଚାରିଥର ଆଇପିଏଲ ଟ୍ରଫି ହାତେଇଥିବା ଚେନ୍ନାଇର ନୈରାଶ୍ୟ ଜନକ ପ୍ରଦର୍ଶନକୁ ନେଇ ପ୍ରଶଂସକ ମଧ୍ୟ ନିରାଶ ହୋଇଛନ୍ତି । ଚେନ୍ନାଇ ପ୍ରଥମ ମ୍ୟାଚରେ କୋଲକାତାଠୁ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଲକ୍ଷ୍ନୌ ଓ ତୃତୀୟ ମ୍ୟାଚରେ ପଞ୍ଜାବ ଠାରୁ ପରାସ୍ତ ହୋଇଥିଲା । ଗୋଟିଏ ମ୍ୟାଚରେ ବି ବିଜୟୀ ନହୋଇ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ଦଳ ।

ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ୨ଟ୍ ମ୍ୟାଚ ଖେଳୀ ଏପର୍ଯ୍ୟନ୍ତ ପଏଣ୍ଟ ଟେବୁଲରେ ଖାତା ଖୋଲି ପାରିନି । ଫଳରେ ବିଜୟୀ ହେବା ଲକ୍ଷ୍ୟରେ ଆଜି ପଡିଆକୁ ଓହ୍ଲାଇବ ଦଳ । ୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି ହାଇଦ୍ରାବାଦ । ତେବେ ତୃତୀୟ ମ୍ୟାଚରେ ପେଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଆଜି ଭଲ ପ୍ରଦର୍ଶନ ପାଇଁ ନିଜକୁ ପ୍ରସ୍ତୁତ କରିଛି ଦଳ । ଆଜି ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । କାହିଁକିନା ଚଳିତ ଆଇପିଏଲରେ ଉଭୟ ଦଳ ଗୋଟିଏ ମ୍ୟାଚରେ ମଧ୍ୟ ବିଜୟୀ ହୋଇପାରିନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.