ETV Bharat / sports

IPL 2022: ବଟଲରଙ୍କ ପାଖେ ପର୍ପଲ କ୍ୟାପ, ଟେବୁଲ ଟପର KKR

କୋଲକାତା ନାଇଟ ରାଇଡର୍ସ(KKR) ୪ଟି ମ୍ୟାଚ୍‌ ଖେଳି ୩ଟି ବିଜୟରୁ ୬ ପଏଣ୍ଟ ହାସଲ କରି ଆଇପିଏଲ ୨୦୨୨ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଟୁର୍ଣ୍ଣାମେଣ୍ଟର ନୂଆ ଟିମ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ(LSG) କ୍ରଗାମତ ୩ଟି ମ୍ୟାଚ୍‌ରେ ବିଜୟ ସହ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ଅଧିକ ପଢନ୍ତୁ

author img

By

Published : Apr 8, 2022, 6:08 PM IST

IPL 2022: Points Table, Purple Cap, Orange Cap
IPL 2022: ବଟଲରଙ୍କ ପାଖେ ପର୍ପଲ କ୍ୟାପ, ଟେବୁଲ ଟପର KKR

ହାଇଦ୍ରାବାଦ: କୋଲକାତା ନାଇଟ ରାଇଡର୍ସ(KKR) ୪ଟି ମ୍ୟାଚ୍‌ ଖେଳି ୩ଟି ବିଜୟରୁ ୬ ପଏଣ୍ଟ ହାସଲ କରି ଆଇପିଏଲ ୨୦୨୨ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଟୁର୍ଣ୍ଣାମେଣ୍ଟର ନୂଆ ଟିମ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ(LSG) କ୍ରଗାମତ ୩ଟି ମ୍ୟାଚ୍‌ରେ ବିଜୟ ସହ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । କେଏଲ ରାହୁଲଙ୍କ ନେତୃତାଧୀନ ଏହି ଟିମ ଏଯାବତ ୪ଟି ମ୍ୟାଚ୍‌ ଖେଳି ସାରିଥିବାବେଳେ କେବଳ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା । ସମାନ ୬ ପଏଣ୍ଟ ଥିଲେ ମଧ୍ୟ KKR ଠାରୁ କମ ରନ୍‌ ରେଟ୍‌ ଅଧିକ ଥିବା ଯୋଗୁଁ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ରାଜସ୍ଥାନ ରୟାଲ୍ସ(RR), ଗୁଜରାଟ ଟାଇଟନ୍ସ(GT), ପଞ୍ଜାବ କିଙ୍ଗ୍ସ(PBKS), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ପଏଣ୍ଟ ଟେବୁଲରେ ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛି ।

ତେବେ ଚେନ୍ନାଇ ସୁପର କିଙ୍ଗ୍ସ(CSK), ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ସନରାଇଜର୍ସ ହାଇଦ୍ରାବାଦ(SRH) ପଏଣ୍ଟ ଟେବୁଲର ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି ଓ ଏଯାବତ ପଏଣ୍ଟ ଖାତା ଖୋଲିପାରିନାହାନ୍ତି ।

ଏହାମଧ୍ୟ ପଢନ୍ତୁ: IPL: ଚହଲଙ୍କ ଚାଞ୍ଚଲ୍ୟକର ଖୁଲାସା, ୧୫ ମହଲା ବାଲକୋନିରୁ ଲଟକାଇଥିଲେ ମଦ୍ୟପ ସାଥୀ ଖେଳାଳି

ପର୍ପଲ କ୍ୟାପ:

ଚଳିତ ଟୁର୍ଣ୍ଣାମେଣ୍ଟରେ ଉମେଶ ଯାଦବ ନିଜର ସୁଇଂ ଓ ସ୍ପିଡ୍‌ ବଳରେ ପ୍ରତିପକ୍ଷ ଟିମର ବ୍ୟାଟ୍‌ରଙ୍କୁ ଅଡୁଆରେ ପକାଇବା ସହ ଅଧିକ ସଂଖ୍ୟକ ୱିକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ୯ ୱିକେଟ ହାସଲକରି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଯାଦବ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ସେହିପରି ୭ଟି ଲେଖାଏଁ ୱିକେଟ ସହ ୟୁଜଭେନ୍ଦ୍ର ଚହଲ ଓ ଅଭେଶ ଖାନ ତାଲିକାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜୁନିୟର ମହିଳା ହକି ବିଶ୍ବକପ ସେମିଫାଇନାଲରେ ଭାରତ

ଅରେଞ୍ଜ କ୍ୟାପ୍‌:

ଜସ୍‌ ବଟଲର ଆଇପିଏଲର ଚଳିତ ସଂସ୍କରଣରେ ବ୍ୟାଟ୍‌ରେ କମାଲ କରିଛନ୍ତି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଇଂନିସ ୱିକେଟ କିପର ବ୍ୟାଟ୍‌ର ଶତକୀୟ ଇଂନିସ ମଧ୍ୟ ଖେଳିସାରିଛନ୍ତି । ୨୦୫ ରନ୍‌ ସହ ସେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍‌ର ରହିଛନ୍ତି । ପରେ ୧୪୯ ରନ୍‌ ସହ କ୍ବିଣ୍ଟନ ଡିକକ୍‌ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇଶାନ କିଶନ(୧୪୯), କେଏଲ ରାହୁଲ(୧୩୨) ଓ ଦୀପକ ହୁଡ୍ଡା(୧୩୦) ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.