ETV Bharat / sports

IPL 2022 playoffs: ପ୍ଲେ-ଅଫ୍‌ ମ୍ୟାଚ୍‌ରେ ବର୍ଷାହେଲେ ବିଜେତା ବାଛିବ Super Over

author img

By

Published : May 23, 2022, 4:11 PM IST

ଆଇପିଏଲ ଫାଇନାଲ ମ୍ୟାଚ୍‌ ସମତେ ପ୍ଲେ-ଅଫ୍‌(IPL 2022 Playoffs) ମ୍ୟାଚ୍‌ ପାଇଁ ଧାର୍ଯ୍ୟ ହୋଇଥିବା ଦିନ ଓ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ସଂପୂର୍ଣ୍ଣ ନହେଲେ ସୁପର ଓଭର ଦ୍ବାରା ବିଜେତା ଚୟନ ହେବ । ଅଧିକ ପଢ଼ନ୍ତୁ

IPL 2022: ଜାଣନ୍ତୁ ପ୍ଲେ-ଅଫ୍‌ ମ୍ୟାଚ୍‌ର ଗୁରୁତ୍ବପୂର୍ଣ୍ଣ ନିୟମ

କୋଲକାତା: ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ(IPL 2022) । ମେ ୨୪ ତାରିଖରୁ ଖେଳାଯିବ ଆଇପିଏଲ୍‌ ୨୦୨୨ର ପ୍ଲେ-ଅଫ୍‌ ମ୍ୟାଚ୍‌ । ତେବେ ଏହି ପ୍ଲେ-ଅଫ୍‌ ମ୍ୟାଚ୍‌ ପାଇଁ ରହିଛି କେତେକ ସ୍ବତନ୍ତ୍ର ନିୟମ । ଜାଣନ୍ତୁ କଣ ରହିଛି IPL 2022 ପ୍ଲେ-ଅଫ୍‌ ମ୍ୟାଚ୍‌ ପାଇଁ ନିୟମ । ମେ ୨୪ ତାରିଖରେ ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ହେବ ।

ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲରେ ପହଞ୍ଚିଯିବ ଓ ପରାଜିତ ଟିମ ପାଖରେ ଆଉ ଏକ ସୁଯୋଗ ରହିବ । ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ମଧ୍ୟରେ ଏଲିମିନେଟର ମ୍ୟାଚ୍‌ ଖେଳାଯିବ । ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବ ଓ ବିଜେତା ଟିିମ ପ୍ରଥମ କ୍ବାଲିଫାୟାର ମ୍ୟାଚ୍‌ରେ ପରାଜିତ ଟିମ ସହିତ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ଖେଳିବ ।

ତେବେ ଯଦି ଏହି ଗୁରୁତ୍ବପୂର୍ଣ୍ଣ ନକଆଉଟ୍‌ ମ୍ୟାଚ୍‌ରେ ବର୍ଷା ବାଧକ ସାଜେ ତେବେ ୨୦୦ ମିନିଟ୍‌ ରିଜର୍ଭ ଟାଇମ୍‌ ରଖାଯାଇଛି । ଯାହାଦ୍ବାରା ସମ୍ପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇ ପାରିବ । ମ୍ୟାଚ୍‌ ମଝିରେ ବର୍ଷା ହେଲେ ସୁପର ଓଭର ଖେଳାଯିବାକୁ ମଧ୍ୟ ନିୟମ ରହିଛି । ମ୍ୟାଚ୍‌ ସମୟରେ ବର୍ଷା ହେଲେ ଇନିଂସ ବ୍ରେକ୍‌ ସମୟ ଅବଧିକୁ କମାଇ ଦିଆଯିବ । ଖାଲି ସେତିକି ନୁହେଁ, ମାତ୍ରାଧିକ ବର୍ଷା ହେଲେ ପ୍ରତ୍ୟେକ ଦଳ ଯେଭଳି କମ୍‌ ସେ କମ୍‌ ୫ ଓଭର ଖେଳିବେ ସେଥିପ୍ରତି ଧ୍ୟାନ ଦିଆଯିବ । ସୁପରଓଭର ସମ୍ଭବ ନହେଲେ, ଲିଗ୍‌ ମ୍ୟାଚ୍‌ର ରନ୍‌ରେଟ୍‌ ଅନୁଯାୟୀ ଦଳକୁ ଫାଇନାଲ୍‌ କିମ୍ବା ଦ୍ବିତୀୟ କ୍ବାଲିଫାୟାର ଟିକେଟ ମିଳିବ ।

ଏହି ଚଳିତ ସପ୍ତାହରେ IPL 2022ର ପ୍ଲେ-ଅଫ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ପାଣିପାଗ ସୂଚନା ଅନୁଯାୟୀ, କୋଲକାତାରେ ବର୍ଷା ସମ୍ଭାବନା ରହିଛି । ଫାଇନାଲ୍‌ ମ୍ୟାଚ୍‌ ପାଇଁ ଗୋଟିଏ ଦିନ ରିଜର୍ଭ ରହିଛି । ଧାର୍ଯ୍ୟ ହୋଇଥିବା ତାରିଖରେ ମ୍ୟାଚ୍‌ ନହେଲେ ରିଜର୍ଭ ଡେ'ରେ ମ୍ୟାଚ୍‌ ଖେଳାଯିବ । ମେ ୨୯ ତାରିଖରେ IPL 2022ର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.