ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ରେ ଆଜି ରହିଛି ଦୁଇଟି ମୁକାବିଲା । ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରହିଥିବାବେଳେ ଦ୍ବିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରହିଛି । ପ୍ରଥମ ମ୍ୟାଚ୍ ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀ ମୁମ୍ବାଇରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ କ୍ୟାପଟେନ୍ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ସଞ୍ଜୁ ସାମସନଙ୍କ ନେତୃତାଧୀନ ରାଜସ୍ଥାନ ରୟାଲ୍ସ ।
ଏହା ଉଭୟ ରାଜସ୍ଥାନ ଓ ମୁମ୍ବାଇ ପାଇଁ ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ବିତୀୟ ମୁକାବିଲା । ରାଜସ୍ଥାନ ପ୍ରଥମ ମ୍ୟାଚ୍ରେ ବଡ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଦ୍ବିତୀୟରେ ଥିବାବେଳେ, ମୁମ୍ବାଇ ନିଜର ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିଲା । ଫଳରେ ଏହି ମ୍ୟାଚ୍ରେ IPLର ସବୁଠୁ ସଫଳତମ ଟିମ ମୁମ୍ବାଇ ବିଜୟ ଟ୍ରାକ୍କୁ ଫେରିବା ଲକ୍ଷ୍ୟରେ ରହିଛି ।
-
#MumbaiIndians have won the toss and they will bowl first against #RR.
— IndianPremierLeague (@IPL) April 2, 2022 " class="align-text-top noRightClick twitterSection" data="
Live - https://t.co/lPXtk37wjj #MIvRR #TATAIPL pic.twitter.com/NP65clEs2i
">#MumbaiIndians have won the toss and they will bowl first against #RR.
— IndianPremierLeague (@IPL) April 2, 2022
Live - https://t.co/lPXtk37wjj #MIvRR #TATAIPL pic.twitter.com/NP65clEs2i#MumbaiIndians have won the toss and they will bowl first against #RR.
— IndianPremierLeague (@IPL) April 2, 2022
Live - https://t.co/lPXtk37wjj #MIvRR #TATAIPL pic.twitter.com/NP65clEs2i
ଚୂଡାନ୍ତ ଏକାଦଶ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ), ଇଶାନ କିଶନ(ୱିକେଟ କିପର), ଅନମୋଲପ୍ରିତ ସିଂହ, ତିଳକ ବର୍ମା, କିରଣ ପୋଲାର୍ଡ, ଟିମ ଡେଭିଡ, ଡାନିଲ ସାମ୍ସ, ମୁରୁଗାଁ ଅଶ୍ବିନ, ଜଶପ୍ରୀତ ବୁମରା, ତାଇମିଲ ମିଲ୍ସ, ବାସିଲ ଥାମ୍ପି ।
ରାଜସ୍ଥାନ ରୟାଲ୍ସ: ଜସ୍ ବଟଲର, ଜଶସ୍ବୀ ଜୟଶ୍ବାଲ, ସଞ୍ଜୁ ସାମସନ(କ୍ୟାପଟେନ୍/ୱିକେଟ କିପର), ଦେବଦତ୍ତ ପାଦିକ୍କଲ, ସିମ୍ରନ ହେଟମେୟର, ରିଆନ ପରାଗ, ରବିଚନ୍ଦ୍ର ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ନବଦୀପ ସାଇନି, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ