ETV Bharat / sports

IPL 2022: ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ବ ଭାର ଛାଡିଲେ ଜାଡେଜା, ପୁଣି ଧୋନି କ୍ୟାପଟେନ୍‌ - କ୍ୟାପ୍ଟେନ ପଦକୁ ଫେରିଲେ ଧୋନି

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦକୁ ପୁଣି ଫେରିଲେ ମହେନ୍ଦ୍ର ସିଂ ଧୋନି । ରବିନ୍ଦ୍ର ଜାଡେଜା ପୁନର୍ବାର ଧୋନିଙ୍କୁ ନେତୃତ୍ବ ଭାର ହସ୍ତାନ୍ତର କରିଛନ୍ତି । ଅଧିକ ପଢନ୍ତୁ

IPL 2022: CSK କ୍ୟାପ୍ଟେନ ପଦକୁ ଫେରିଲେ ଧୋନି

author img

By

Published : Apr 30, 2022, 8:18 PM IST

Updated : Apr 30, 2022, 8:37 PM IST

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସର(CSK) ଅଧିନାୟକ ପଦକୁ ପୁଣି ଫେରିଲେ ମହେନ୍ଦ୍ର ସିଂ ଧୋନି । ରବିନ୍ଦ୍ର ଜାଡେଜା ପୁନର୍ବାର ଧୋନିଙ୍କୁ ନେତୃତ୍ବ ଭାର ହସ୍ତାନ୍ତର କରିଛନ୍ତି । ଫଳରେ CSK ଖେଳିବାକୁ ଥିବା ଆଇପିଏଲ ୨୦୨୨ର ଆଗାମୀ ମ୍ୟାଚ୍‌ରୁ ପୁଣି ଧୋନି ନେତ୍ବତ୍ବ ଭାର ସମ୍ଭାଳିବେ । ଏନେଇ CSK ଫ୍ରାଞ୍ଚାଇଜ ଟ୍ବିଟ କରି ଘୋଷଣା କରିଛି ।

ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଧୋନି ଚେନ୍ନାଇର ଅଧିନାୟକ ଭାର ଅଲରାଉଣ୍ଡର ଜାଡେଜାଙ୍କୁ ପ୍ରଦାନ କରିଥିଲେ । ତେବେ ଜାଡେଜାଙ୍କ ଅଧିନାୟକତ୍ବରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ CSKର ନୈରାଶଜନକ ପ୍ରଦର୍ଶନ ରହିଛି । ଏଲୋ ଆର୍ମୀ ଏଯାବତ ୮ଟି ମ୍ୟାଚ୍‌ ଖେଳିସାରି ଥିବାବେଳେ ମାତ୍ର ଦୁଇଟିରେ ବିଜୟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ।

CSK ଫ୍ରାଞ୍ଚାଇଜ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଖେଳରେ ଧ୍ୟାନ ଦେବା ପାଇଁ ଜାଡେଜା ଧୋନିଙ୍କୁ ଅଧିନାୟକ ପାଇଁ ଅନୁରୋଧ କରିଥିଲେ । ଧୋନି ମଧ୍ୟ ଜାଡେଜାଙ୍କ ଅନୁରୋଧ କ୍ରମେ ଅଧିନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି ।

Last Updated : Apr 30, 2022, 8:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.