ETV Bharat / sports

IPL 2022: କୋଲକାତାକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଲକ୍ଷ୍ନୌ - ଆଇପିଏଲ 2022

ଆଇପିଏଲର(IPL) ୫୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(KKR)କୁ ୭୫ରନରେ ପରାଜୟ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ (LSG) । ଅଧିକ ପଢନ୍ତୁ

IPL 2022: ପଏଣ୍ଟ ଟେବୁଲର ଶିର୍ଷରେ ଲକ୍ଷ୍ନୌ, ୭୫ ରନରେ ହାରିଲା କୋଲକାତା

author img

By

Published : May 8, 2022, 9:11 AM IST

ମୁମ୍ବାଇ: ଚଳିତ ଆଇପିଏଲର(IPL) ୫୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ(KKR) ୭୫ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶିର୍ଷରେ ପହଞ୍ଚିଛି ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ (LSG) । ଚଳିତ ସିଜିନରେ ମୋଟ ୧୧ଟି ମ୍ୟାଚ ଖେଳି ୧୬ ପଏଣ୍ଟ ସହ ସବୁଠାରୁ ଆଗରେ ରହିଛି କେଏଲ ରାହୁଲଙ୍କ ନେତୃତାଧୀନ ଲକ୍ଷ୍ନୌ । ଫଳରେ ପ୍ଲେ-ଅପ୍‌ ନିକଟତର ହୋଇଛି ଦଳ । ପୂର୍ବରୁ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିଲା ଗୁଜୁରାଟ ।

ଗତକାଲି ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ୍‌ । ପ୍ରଥମ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ଏହାପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇ ୨୦ ଓଭରରେ ୧୭୬ ରନ ସଂଗ୍ରହ କରିଥିଲା ଲକ୍ଷ୍ନୌ । ଏହାର ଜବାବରେ ବିଜୟ ରନର ପିଛା କରି KKR ୧୫ ଓଭର ଶେଷ ସୁଦ୍ଧା ୧୦୧ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲା । ଫଳରେ ଲକ୍ଷ୍ନୌ ସହଜ ବିଜୟ ହାସଲ କରିଥିଲା ।

ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ ଜାରି ରଖିଥିବା କ୍ୟାପ୍ଟେନ କେ.ଏଲ ରାହୁଲ ଗତକାଲି ସମସ୍ତଙ୍କୁ ନିରାଶ କରିଥିଲେ ମଧ୍ୟ ଏହାର ପ୍ରଭାବ ଦଳ ଉପରେ ପଡିନଥିଲା । ଦଳ ପକ୍ଷରୁ ଡି’କକ ୫୦ ରନ କରିଥିବାବେଳେ ହୁଡା ୪୧ ରନ କରିଥିଲେ । ସେହିପରି କ୍ରୁଣାଳ ପାଣ୍ଡ୍ୟା ୨୫ ରନ ଓ ମାର୍କସ ଷ୍ଟୋନିସ ୨୮ ରନ କରିଥିଲେ । ସୁପର ଜିଆଣ୍ଟସ ପକ୍ଷରୁ ଅଭେଶ ଖାନ ଓ ଜେସନ ହୋଲ୍ଡର ୩ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ସେହିପରି KKR ପକ୍ଷରୁ ଆନ୍ଦ୍ରେ ରସେଲ ୪୫, ସୁନୀଲ ନାରିନ ୨୨ ଓ ଆରୋନ ଫିଞ୍ଚ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ । ରସେଲ ୨ଟି ଓ୍ବିକେଟ ଓ ସୁନୀଲ ନାରିନ, ଟିମ ସାଉଦି ଓ ଶୁଭମ ମାଭି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଶନିବାର ମ୍ୟାଚ୍‌ ହାରିବା ପରେ ମୋଟ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି କୋଲକାତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.