ETV Bharat / sports

IPL 2022: ସୁପରକିଙ୍ଗସକୁ 3 ୱିକେଟରେ ହରାଇଲା ଟାଇଟନ୍ସ, 5ମ ବିଜୟ ସହ ଶୀର୍ଷରେ ଗୁଜୁରାଟ

author img

By

Published : Apr 18, 2022, 7:52 AM IST

ଚଳିତ ଆଇପିଏଲ ସିଜିନରେ ନବାଗତ ଗୁଜୁରାଟ ଟାଇଟନ୍ସର ଆଧିପତ୍ୟ ଜାରି ରହିଛି । 29ତମ ଲିଗ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ 3 ୱିକେଟରେ ହରାଇଛି ଗୁଜୁରାଟ । ଅଧିକ ପଢନ୍ତୁ

IPL 2022
IPL 2022

ପୁଣେ: ଚଳିତ ଆଇପିଏଲ ସିଜିନରେ ନବାଗତ ଗୁଜୁରାଟ ଟାଇଟନ୍ସର ଆଧିପତ୍ୟ ଜାରି ରହିଛି । ଗୋଟିଏ ପରେ ଗୋଟିଏ ମ୍ୟାଚକୁ କବଜା କରିବାରେ ଲାଗିଛି ଦଳ । 6ଟି ମ୍ୟାଚରୁ 5ଟି ମ୍ୟାଚରେ ବାଜିମାତ କରିସାରିଛି ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଟାଇଟନ୍ସ । 29ତମ ଲିଗ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ 3 ୱିକେଟରେ ହରାଇଛି ଗୁଜୁରାଟ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ 5 ୱିକେଟ ହରାଇ 169 ରନ କରିଥିଲା । ଜବାବରେ ଗୁଜୁରାଟ 19.5 ଓଭରରେ 7 ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ଡେଭିଡ ମିଲରଙ୍କ ଦମଦାର ବ୍ୟାଟିଂ ଦଳକୁ ବିଜୟୀ କରିଥିଲା । ମ୍ୟାଚ ବିଜୟୀ ଇନିଂସ ଖେଳି ମିଲର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

IPL 2022

ଟସ୍‌ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଗୁଜରାଟ । ଚେନ୍ନାଇକୁ ଆଶାନୁରୂପକ ଆରମ୍ଭ ମିଳି ପାରିନଥିଲା । ଦଳୀୟ ସ୍କୋର ମାତ୍ର ୭ ରନ୍‌ ହୋଇଥିବାବେଳେ ରବିନ ଉତ୍ଥାପାଙ୍କ ୱିକେଟ ହରାଇଥିଲା CSK । ଅନ୍ୟ ଓପନର ଋତୁରାଜ ଗାୟକୱାଡ ବଡ଼଼ ସଟ୍‌ ଖେଳିବା ଜାରି ରଖିଥିଲେ । ସେ ୪୮ ବଲ୍‌ରୁ ୭୩ ରନ୍‌ କରିଥିଲେ । ରବିନ ଉତ୍ଥାପାଙ୍କ ଉପରେ ମୋଇନ ଅଲୀ ମଧ୍ୟ ବେଶୀ ସମୟ ପଡ଼ିଆରେ ବିତାଇ ପାରିନଥିଲେ । ଆମ୍ବତି ରାୟୁଡ଼ୁ ଓ ଗାୟକୱାଡଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ହୋଇଥିଲା । ଏହାପରେ ରାୟୁଡ଼ୁ ମଧ୍ୟ ପାଭିଲିୟନ ଫେରିଥିଲେ । ଶେଷ ବେଳକୁ ଅଧିନାୟକ ରବିନ୍ଦ୍ର ଜାଡେଜା ଆସି ବଡ଼ ସଟ୍‌ ଖେଳିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଚେନ୍ନାଇ ୫ ୱିକେଟ ହରାଇ ୧୬୯ କରିବାକୁ ସକ୍ଷମ ହୋଇଥିଲା । ଟାଇଟନ୍ସକୁ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପରକିଙ୍ଗ୍‌ସ୍‌ । ଗୁଜରାଟ ପକ୍ଷରୁ ମହମ୍ମଦ ଶାମୀ ଓ ୟଶ ଦୟାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ଆଲଜାରି ଜୋଶେଫ ଦୁଇଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...IPL 2022: ପଞ୍ଜାବ ବିପକ୍ଷରେ ହାଇଦ୍ରାବାଦ ୭ ୱିକେଟରେ ବିଜୟୀ

170ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରଥିଲା ଗୁଜୁରାଟ । ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଓପନର ଶୁଭମନ ଗିଲ ଓ ବିଜୟ ଶଙ୍କର ଖାତା ଖୋଲି ନପାରି ଆଉଟ ହୋଇଥିଲେ । ରିଦ୍ଧିମାନ ଶାହା 11 ଓ ଅଭିନବ ମନୋହର 12 ରନ କରି ସଅଳ ପାଭିଲିୟନ ଫେରିଥିଲେ । ପରେ ପରେ ରାହୁଲ ତେୱାତିଆ 6 ରନ କରି ଆଉଟ ହୋଇଥିଲେ । ଦଳର ପରାଜୟ ଆଶଙ୍କା ଦେଖା ଦେଇଥିଲା । ହେଲେ ମିଲର ଆଶା ଛାଡି ନଥିଲେ । ରସିଦ ଖାନଙ୍କ ସହ ମିଶି ବିଜୟ ଆଶା ଦେଖାଇଥିଲେ ଆଉ ସତ ବି କରିଥିଲେ । 17ତମ ଓଭର ଯାଏ ସୁପରକିଙ୍ଗସର ବିଜୟ ନିଶ୍ଚିନ୍ତ ବୋଲି ଦେଖାଯାଉଥିଲା ହେଲେ ମିଲିର ଚେନ୍ନାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ବିସ୍ଫୋରକ ବ୍ୟାଟିଂ କରି ରାସିଦ 21 ବଲରୁ 40 ରନ କରିଥିଲେ । ଦଳୀୟ ସ୍କୋର 157ରେ ପହଞ୍ଚିଯାଇଥିଲା । ଶେଷ ଓଭରରେ ବିଜୟ ପାଇଁ 13 ରନ ଦରକାର ଥିଲା । ଅପରାଜିତ ମିଲର ଗୋଟିଏ ବଲ ବାକି ଥାଇ ଦଳକୁ ବିଜୟୀ କରିଥିଲେ । ସେ 51 ବଲରେ 8ଟି ଚୌକା ଓ 6ଟି ଛକା ବଳରେ 94 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.