ETV Bharat / sports

IPL 2021; ଆଜି ମୁମ୍ବାଇ-ରାଜସ୍ଥାନ ମଧ୍ୟରେ କର ବା ମର ମୁକାବିଲା - IPL2021

ଆଇପିଏଲର ୫୧ତମ ଲିଗ୍ ମୁକାବିଲାରେ ଆଜି(ମଙ୍ଗଳବାର) ମୁମ୍ବାଇ ଇଣ୍ଡିୟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଜିତିବା ପାଇଁ ଉଭୟ ଦଳକୁ କରିବାକୁ କରିବାକୁ ଶ୍ରେଷ୍ଠ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଆଜି ମୁମ୍ବାଇ ବନାମ ରାଜସ୍ଥାନ,ଭଭୟଙ୍କ ପାଇଁ ଶେଷ ସୁଯୋଗ

author img

By

Published : Oct 5, 2021, 7:18 AM IST

ସାରଜା: ଆଇପିଏଲର ୫୧ତମ ଲିଗ୍ ମୁକାବିଲାରେ ଆଜି(ମଙ୍ଗଳବାର) ମୁମ୍ବାଇ ଇଣ୍ଡିୟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଆଇପିଏଲରେ ତିଷ୍ଠିବାକୁ ହେଲେ ଆଜି ଇଣ୍ଡିଆନ୍ସ ଓ ରୟାଲ୍ସକୁ ଏକ ବିଶାଳ ବିଜୟର ଆବଶ୍ୟକତା ରହିଛି । ପାଞ୍ଚ ଥର ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିୟାନ୍ସ ଚଳିତ ଆଇପିଏଲରେ ଟ୍ରାକ ବାହାରକୁ ପଳାଇଛି । ଟ୍ରାକକୁ ଫେରିବାକୁ ମୁମ୍ବାଇକୁ କିଛି ବିଶେଷ କରିବାକୁ ପଡିବ ।

ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ଭଭୟ ଦଳ ନିକଟରେ ସୀମିତ ସୁଯୋଗ ରହିଛି । ଭଭୟ ଦଳ ପାଇଁ ବିଜୟ ଏକମାତ୍ର ଭରସା । ବଡ ବ୍ୟବଧାନରେ ଉଭୟ ଦଳ ବିଜୟ ହାସଲ କରିବାକୁ ପ୍ରୟାସ କରିବେ । ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ୧୨ଟି ମ୍ୟାଚ ଖେଳି ୧୦ ପଏଣ୍ଟ ହାସଲ କରିବା ସହିତ ଦଳର ରନ ରେଟ -0.337 ରହିଛି । ଶେଷ ମ୍ୟାଚରେ ଦଳ ମୁମ୍ବାଇ ଓ କୋଲକାତାକୁ ଭେଟିବ। ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଉଭୟ ମ୍ୟାଚ ଜିତିବା ଜରୁରୀ ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛି । ୧୦ ପଏଣ୍ଟ ହାସଲ କରିଥିବାବେଳେ ଟିମର ରନ ରେଟ -0.453 ରହିଛି । ଟିମ ପାଇଁ ଶେଷ ଦୁଇଟି ମ୍ୟାଚ ଜିତିବା ବହୁତ ଜରୁରୀ । ଏହା ସମ୍ଭବ ହେଲେ ମୁମ୍ବାଇର ପଏଣ୍ଟ ୧୪ରେ ପହଞ୍ଚିବ। ମୁ୍ମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ଆଗକୁ ବଢିବାକୁ ଚାହୁଁଥିଲେ ସେମାନଙ୍କୁ ଦମଦାର ପ୍ରଦର୍ଶନ କରିବାକୁ ପଡିବ ନଚେତ ଚଳିତ ଆଇପିଏଲକୁ ହାତଛଡା କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.