ଦୁବାଇ: ଆଇପିଏଲର ୪୩ତମ ଲିଗ୍ ମୁକାବିଲାରେ ଆଜି(ବୁଧବାର) ରାଜସ୍ଥାନ ରୟାଲ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ରାଜସ୍ଥାନ ପାଇଁ ଆଜିର ମ୍ୟାଚ ଜରୁରୀ ରହିଥିବାବେଳେ ବାଙ୍ଗାଲୋର ପ୍ଲେ-ଅଫ୍ ନିକଟତର ହେବାକୁ ଯୋଜନା କରିଛି ।
କାରଣ ୧୨ ପଏଣ୍ଟ ହାସଲ କରିସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ଶେଷ ୪ଟି ମ୍ୟାଚରୁ ଅତି କମରେ ୨ଟି ମ୍ୟାଚ୍ ଜିତି ପ୍ଲେ-ଅଫରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଦଳର ପ୍ରତ୍ୟେକ ଖେଳାଳି ଫର୍ମକୁ ଫେରିଛନ୍ତି । ମୋଟ ଉପରେ ଦେଖିବାକୁ ଗଲେ ରୟାଲ ଚ୍ୟାଲେଞ୍ଜର୍ସର ମନୋବଳ ଦୃଢ ହୋଇଛି ।
ସେପଟେ ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ମିଶ୍ରିତ ଭାବେ ଚାଲିଛି । ସନ ରାଇଜର୍ସ ହାଇଦ୍ରାବାଦ ଠାରୁ ହାରିବା ପରେ ଦଳର ଚିନ୍ତା ବଢି ଯାଇଛି । ତଥାପି ଦଳ ୮ ପଏଣ୍ଟ ହାସଲ କରି ସାରିଥିବାରୁ ଦଳର ପ୍ଲେ-ଅଫ୍ ସୁଯୋଗ ଉଜ୍ଜୀବିତ ରହିଛି । ଉଭୟ ଦଳ ସ୍ବତନ୍ତ୍ର ରଣକୌଶଳ ସହ ମଇଦାନକୁ ଓହ୍ଲାଇବ । ତେବେ ଆଜିର ମ୍ୟାଚ୍ କାହା ଖାତାରେ ଯାଉଛି ତାହା ଦେଖିବାକୁ ବାକି ରହିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ