ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ସ୍ଥଗିତ ଥିବା ୨୦୨୧ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ୍ । ପୂର୍ବରୁ ଦେଶରେ COVID -୧୯ ମହାମାରୀର ଦ୍ବିତୀୟ ଲହର ସାଂଘାତିକ ସ୍ଥିତି ପାଇଁ IPLର ୧୪ତମ ସଂସ୍କରଣ ସଂପୂର୍ଣ୍ଣ ହୋଇପାରିନଥିଲା ।
-
Our boys in 𝔹𝕝𝕦𝕖 are back in 🇦🇪 to add some 𝔾𝕠𝕝𝕕 💙#OneFamily #MumbaiIndians #KhelTakaTak #IPL2021 @MXTakaTak MI TV pic.twitter.com/IBn9FBpp9g
— Mumbai Indians (@mipaltan) September 11, 2021 " class="align-text-top noRightClick twitterSection" data="
">Our boys in 𝔹𝕝𝕦𝕖 are back in 🇦🇪 to add some 𝔾𝕠𝕝𝕕 💙#OneFamily #MumbaiIndians #KhelTakaTak #IPL2021 @MXTakaTak MI TV pic.twitter.com/IBn9FBpp9g
— Mumbai Indians (@mipaltan) September 11, 2021Our boys in 𝔹𝕝𝕦𝕖 are back in 🇦🇪 to add some 𝔾𝕠𝕝𝕕 💙#OneFamily #MumbaiIndians #KhelTakaTak #IPL2021 @MXTakaTak MI TV pic.twitter.com/IBn9FBpp9g
— Mumbai Indians (@mipaltan) September 11, 2021
IPL ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ସକାଳେ କ୍ୟାପଟେନ ରୋହିତ ଶର୍ମା, ଜଶପ୍ରୀତ ବୁମରା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସେମାନଙ୍କର ପରିବାର ସହିତ ଏକ ସ୍ବତନ୍ତ୍ର ବିମାନ ମାଞ୍ଚେଷ୍ଟରରୁ ଆବୁଧାବି ନେଇଛି । ସେଠାରେ ପହଞ୍ଚିବା ପରେ ଟିମର ଷ୍ଟାର ଖେଳାଳିଙ୍କୁ ସ୍ବାଗତ କରିଛି ଫ୍ରାଞ୍ଚାଇଜ ।
ମାଞ୍ଚେଷ୍ଟରର ଛାଡିବା ପୂର୍ବରୁ ଓ ଆବୁଧାବିରେ ପହଞ୍ଚିବା ପରେ ରୋହିତ, ସୂର୍ଯ୍ୟ ଓ ବୁମରାଙ୍କ RT-PCR COVID-19 ରିପୋର୍ଟ ନେଗେଟିଭ ରହିଥିଲା । ସମସ୍ତେ ଆବୁଧାବିରେ ୬ ଦିନ କ୍ବାରେଣ୍ଟିନରେ ରହିବାପରେ ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡରେ ସାମିଲ ହେବେ । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ଏକ ଅଫିସିଆଲ ଘୋଷଣାନାମାରେ ସ୍ପଷ୍ଟ କରିଛି ।
ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ମଧ୍ୟ ଶନିବାର ଦୁବାଇରେ ପହଞ୍ଚିବା ନେଇ ସୂଚନା ରହିଛି । ଟେଷ୍ଟ ମ୍ୟାଚ ବାତିଲ ହୋଇସାରିଛି, ଫଳରେ ଚେନ୍ନାଇ ଖେଳାଳିଙ୍କୁ ଦୁବାଇରେ ପହଞ୍ଚିବା ନେଇ ବ୍ୟବସ୍ଥା ହୋଇଥିବା କହିଛନ୍ତି CSK ସିଇଓ କାଶି ବିଶ୍ବନାଥନ ।
କୋଭିଡ ନିୟମ ନେଇ ଶକ୍ତ ହୋଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । UKରୁ UAE ଫେରୁଥିବା ସମସ୍ତ ଖେଳାଳିଙ୍କୁ ୬ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବାକୁ ହେବ ବୋଲି ସମସ୍ତ ଫ୍ରାଞ୍ଚାଇଜଙ୍କୁ ଅବଗତ କରିଛି BCCI । କ୍ବାରେଣ୍ଟିନ ଅବଧି ଶେଷ ପରେ ଖେଳାଳିମାନେ ସେମାନଙ୍କର ଟିମ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିପାରିବେ ।
ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ବାତିଲ ପରେ ଆଇପିଏଲ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳିଙ୍କୁ ଚାଟାର୍ଡ ବିମାନ ଯୋଗେ ମାଞ୍ଚେଷ୍ଟରରୁ UK ଉଡାଇନେବାରେ ଲାଗିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କୁ ଦୁବାଇ ନେବାକୁ ରବିବାର ସକାଳେ ଏକ ଚାଟାର୍ଡ ବିମାନର ବ୍ୟବସ୍ଥା କରିଛି ।
COVID-19 ମହାମାରୀ ଯୋଗୁଁ ଆଇପିଏଲର ୧୪ତମ ସଂସ୍କରଣ ଚଳିତ ବର୍ଷ ମେ ମାସରେ ସ୍ଥଗିତ ହୋଇଥିଲା । ସେପ୍ଟେମ୍ବର ୧୯ରୁ ପୁନଃ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ଖେଳାଯିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ