ETV Bharat / sports

IPL 2021: ରାଜସ୍ଥାନକୁ ୭ ଓ୍ବିକେଟରେ ହରାଇଲା RCB

ଆଇପିଏଲର ୪୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ଓ୍ବିକେଟରେ ପରାଜୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମ୍ୟାକ୍ସଓ୍ବେଲଙ୍କ ଦମଦାର ଅର୍ଦ୍ଧଶତକ ଦଳକୁ ବିଜୟୀ କରିଥିଲା। ଅଧିକ ପଢନ୍ତୁ...

author img

By

Published : Sep 30, 2021, 8:06 AM IST

IPL 2021 : ରାଜସ୍ଥାନକୁ ୭ଓ୍ବିକେଟରେ ପରାଜୟ କଲା ବାଙ୍ଗାଲୋର

ଦୁବାଇ: ଆଇପିଏଲର ୪୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟରେ ପରାଜୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଗତକାଲି ଦୁବାଇରେ ଖେଳାଯାଇଥିଲା ଏହି ମ୍ୟାଚ । RCB ଟଚ ଜିତି RRକୁ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଶେଷ ସୁଦ୍ଧା ୯ ଓ୍ବିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବାଙ୍ଗାଲୋର ୧୮ ଓଭର ପୂର୍ବରୁ ଦଳ ୩ ଓ୍ବିକେଟ ହରାଇ ୧୫୩ ରନ କରି ବିଜୟୀ ହୋଇଥିଲା । ଫଳରେ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସ୍ଥାନ ସୁଦୃଢ କରିଛି RCB । ଦଳ ପକ୍ଷରୁ ଶ୍ରୀକର ଭାରତ ୪୪ ରନ , ଅଧିନାୟକ କୋହଲି ୨୫ ରନ୍ ଓ ମ୍ୟାକ୍ସଓ୍ବେଲଙ୍କ ଦମଦାର ଅର୍ଦ୍ଧଶତକ ଦଳକୁ ବିଜୟୀ କରିଥିଲା ।

ସେହିପରି ଗତକାଲି ପରାଜୟ ପରେ ରାଜସ୍ଥାନର ପ୍ଲେ ଅଫ ଆଶା ମଉଳିଛି ଦ୍ବିତୀୟ ଦଳ ଭାବେ ପ୍ଲ ଅଫ ଦୌଡରୁ ବାଦ ପଡିଛି ରାଜସ୍ଥାନ । ଦଳ ପକ୍ଷରୁ ଲୁଇସ ଅର୍ଦ୍ଧ ଶତକ ହାସଲ କରିଥିଲେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପରାଜୟ ହୋଇଥିଲେ । ରାଜସ୍ଥାନ ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ ଖେଳି ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ୭ ନମ୍ବର ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.