ETV Bharat / sports

IPL 2021: ଦିଲ୍ଲୀ ବିପକ୍ଷରେ କୋଲକାତାର ଦମଦାର ବିଜୟ - ସୁନୀଲ ନାରିନ

ଆଇପିଏଲର 41ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଅଧିକ ପଢନ୍ତୁ...

IPL 2021: Kolkata Knight Riders beat Delhi Capitals by 3 wkts
IPL 2021: ଦିଲ୍ଲୀ ବିପକ୍ଷରେ କୋଲକାତାର ଦମଦାର ବିଜୟ
author img

By

Published : Sep 28, 2021, 7:38 PM IST

ଶାରଜାହ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର 41ତମ ମୁକାବିଲାରେ ବିଜୟୀ ହୋଇଛି କୋଲକାତା ନାଇଟ ରାଇଡର୍ସ । ଶକ୍ତିଶାଳୀ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟରେ ହରାଇଛି KKR । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ୪ ସ୍ଥାନ ମଧ୍ୟରେ ସ୍ଥିତି ମଝବୁତ କରିଛି କୋଲକାତା ।

୧୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଆନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ୧୮.୨ ଓଭରରେ ୭ ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଓପନର ଶୁଭମନ ଗିଲ୍‌ ୩୦ ଓ ନୀତିଶ ରାଣା ସର୍ବାଧିକ ୩୬ ରନ୍‌ର ଇଂନିସ ଖେଳିଥିଲେ । ଭେଙ୍କଟସ ଆୟର ୧୪ ଓ ଶେଷ ଭାଗରେ ସୁନୀଲ ନାରିନ ୧୦ ବଲ୍‌ରୁ ଦ୍ରୁତ ୨୧ ରନର୍‌ ଇଂନିସ ଖେଳିଥିଲେ ।

ଦିଲ୍ଲୀ ପକ୍ଷରୁ ଅଭେଶ ଖାନ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ଆନରିଚ ନର୍କିଆ, ରବିଚନ୍ଦ୍ରନ ଅଶ୍ବିନ, ଲଳିତ ଯାଦବ ଓ କାଗିସା ରବାଡାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ପୂର୍ବରୁ କ୍ୟାପେଟନ୍‌ ଋଷଭ ପନ୍ତଙ୍କ ୩୯ ଓ ଷ୍ଟିଭେନ ସ୍ମିଥଙ୍କ ୩୯ ରନ୍‌ର ଇଂନିସ ବଳରେ ୧୨୭ ରନ୍‌ ସଂଗ୍ରହ କରିପାରଥିଲା ଦିଲ୍ଲୀ । KKR ବୋଲରଙ୍କ ଶୃଙ୍ଖଳିତ ବୋଲିିଂ ଯୋଗୁଁ ଦିଲ୍ଲୀର ୭ଜଣ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ ।

କୋଲକାତା ପକ୍ଷରୁ ଲୁକି ଫର୍ଗୁସନ, ସୁନୀଲ ନାରିନ ଓ ଭେଙ୍କଟସ ଆୟର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଟିମ ସାଉଦୀଙ୍କୁ ଗୋଟିଏ ସଫଳତା ମିଳିିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.