ETV Bharat / sports

IPL: ବ୍ୟାଟିଂ ବିପର୍ଯ୍ୟୟ ପରେ CSKକୁ ସମ୍ଭାଳିଲେ ଋତୁରାଜ-ଜାଡେଜା - Gaikwad, Jadeja shine

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାରି ରହିଛି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ ୨୦୨୧ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା । ଅଧିକ ପଢନ୍ତୁ...

IPL 2021: Gaikwad, Jadeja shines for CSK after  top order collapse
IPL: ବ୍ୟାଟିଂ ବିପର୍ଯ୍ୟୟ ପରେ CSKକୁ ସମ୍ଭାଳିଲେ ଋତୁରାଜ-ଜାଡେଜା
author img

By

Published : Sep 19, 2021, 9:35 PM IST

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାରି ରହିଛି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ ୨୦୨୧ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା । COVID ସଂକ୍ରମଣ ଯୋଗୁଁ ସ୍ଥଗିତ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ରବିବାର ଠାରୁ ଆରମ୍ଭ ହୋଇଛି ।

ତେବେ ଟସ୍‌ ଜିତି ଚେନ୍ନାଇ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ । ପ୍ରଥମ ଓଭରରେ ଓପନର ଫାପ ଡୁପ୍ଲେସିସଙ୍କୁ ପ୍ୟାଭିଲିୟନ ଫେରାଇଦେଇଥିଲେ ଟ୍ରେଣ୍ଟ ବୋଲ୍ଟ । ପରେ ଦ୍ବିତୀୟ ଓଭରରେ ମୋଇନ ଅଲୀ ମଧ୍ୟ ମିଲନେଙ୍କ ଶିକାର ହୋଇଥିଲେ । ତୃତୀୟ ଓଭରରେ ରାଇନାଙ୍କୁ ନିଜର ଦ୍ବିତୀୟ ଶିକାର କରିଥିଲେ ବୋଲ୍ଟ ।

ପରେ ଷଷ୍ଠ ଓଭରରେ ଧୋନିଙ୍କୁ ନିଜର ଦ୍ବିତୀୟ ଶିକାର କରିଥିଲେ ମିଲନେ । ଷଷ୍ଠ ଓଭର ଶେଷ ସୁଦ୍ଧା ୧୪ ରନ୍‌ରେ ୪ ୱିକେଟ ହରାଇ ସଙ୍କଟରେ ପଡିଥିଲା CSK । ତେବେ ଋତୁରାଜ ଗାଏକ୍ବାଡ ଓ ରବିନ୍ଦ୍ର ଜାଜେଡା ଚେନ୍ନାଇ ଇଂନିସକୁ ସମ୍ଭାଳିଥିଲେ ।

ଉଭୟ ମିଶି ଦଳୀୟ ସ୍କୋର ୧୦୦ ପାର୍‌ କରାଇଥିଲେ । ଗାଏକ୍ବାଡ ଦମଦାର ବ୍ୟାଟିଂ ସହ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ୨୬ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଏକ ବଡ ସଟ୍‌ ମାରିବାକୁ ପ୍ରୟାସ କରି ଜାଡେଜା, ବୁମରାଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଏହାପରେ ଅଭିଜ୍ଞ ଡ୍ବାଇନ ବ୍ରାଭୋ, ଗାଏକ୍ବାଡଙ୍କ ସହ ମିଶି CSK ଇଂନିସକୁ ଆଗକୁ ବଢାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.