ETV Bharat / sports

ଅଧିକ ଆକ୍ରମଣାତ୍ମକ ରଣନୀତି ଆପଣାଇବ RCB: କ୍ୟାପଟେନ କୋହଲି

author img

By

Published : Oct 3, 2021, 10:32 PM IST

୧୨ଟି ମ୍ୟାଚ୍‌ରୁ ୮ଟିରେ ବିଜୟୀ ହେବାପରେ ଟିମର ପ୍ରଦର୍ଶନରେ ଖୁସି ଜାହିର କରିଛନ୍ତି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

IPL 2021: Eight wins out of 12 games is a great campaign: Virat Kohli
ଅଧିକ ଆକ୍ରମଣାତ୍ମକ ରଣନୀତି ଆପଣାଇବ RCB: କ୍ୟାପଟେନ କୋହଲି

ଶାରଜାହ: ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମର ଭଲ ପ୍ରଦର୍ଶନ ଜାରି ରହିଛି । କ୍ୟାପଟେନ ବିରାଟ କୋହଲି କହିଛନ୍ତି, ୧୨ଟି ମ୍ୟାଚ୍‌ରୁ ୮ଟିରେ ବିଜୟୀ ହେବା ଭଲ ପ୍ରଦର୍ଶନ । ଟିମ ପାଖରେ ଏବେ ଦୁଇଟି ମୁକାବିଲା ରହିଥିବାବେଳେ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିସାରିଛି । ଫଳରେ ପଏଣ୍ଟ ଟେବୁଲର ଶୀର୍ଷ ଦୁଇସ୍ଥାନ ମଧ୍ୟରେ ଲିଗ୍‌ ପର୍ଯ୍ୟାୟ ଶେଷ କରିବା ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିଛନ୍ତି ବିରାଟ କୋହଲି ।

RCB ରବିବାର ଶାରଜାହ କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ ବିପକ୍ଷରେ ବିଜୟ ସହ ତୃତୀୟ ଟିମ ଭାବେ ପ୍ଲେ-ଅଫ୍‌କୁ ଉନ୍ନୀତ ହୋଇଛି ।

ବର୍ଷ ୨୦୧୧ ପରେ ଲିଗ୍‌ ପର୍ଯ୍ୟାୟ ମ୍ୟାଚ ବାକିଥାଇ ପ୍ଲେ-ଅଫ୍‌ରେ ଟିକେଟ ହାସଲ କରିପାରିନଥିଲା ଟିମ । ମାତ୍ର ୧୨ଟି ମ୍ୟାଚ୍‌ରୁ ୮ଟିରେ ବିଜୟ ଭଲ ଅଭିଯାନ । ଶୀର୍ଷ ଦୁଇଟି ସ୍ଥାନ ମଧ୍ୟରେ ରବିବାକୁ ଆଉ ଦୁଇଟି ସୁଯୋଗ ରହିଥିବାରୁ ଅଧିକ ଭୟମୁକ୍ତ କ୍ରିକେଟ ଖେଳିବ ଟିମ ବୋଲି କୋହଲି କହିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୨ଟି ମ୍ୟାଚ୍‌ରୁ ୮ଟି ବିଜୟ ସହ ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଆଇପିଏଲ ୨୦୨୧ରେ ଟିମର ପରବର୍ତ୍ତୀ ମୁକାବିଲା ଅକ୍ଟୋବର ୬ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.