ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବରରେ ୟୁନାଇଟେଡ ଆରବ ଏମିରେଟ୍ସ(UAE)ରେ ଖେଳାଯିବ । ଏଥିପାଇଁ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଦୁବାଇ ଅଭିମୁଖେ ଉଡାଣ ଭରିଛି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଫଟୋରେ ଟାଲେଣ୍ଟ ସ୍କାଉଟ ଥିବା ବିନୟ କୁମାର ବିମାନରେ UAE ଯାତ୍ରା କରୁଥିବା ନଜର ଆସିଛନ୍ତି ।
-
🄰🄱🅄 🄳🄷🄰🄱🄸 🄱🄾🅄🄽🄳 ✈️#OneFamily #MumbaiIndians #IPL2021 @Vinay_Kumar_R pic.twitter.com/oRetLrxZrt
— Mumbai Indians (@mipaltan) August 13, 2021 " class="align-text-top noRightClick twitterSection" data="
">🄰🄱🅄 🄳🄷🄰🄱🄸 🄱🄾🅄🄽🄳 ✈️#OneFamily #MumbaiIndians #IPL2021 @Vinay_Kumar_R pic.twitter.com/oRetLrxZrt
— Mumbai Indians (@mipaltan) August 13, 2021🄰🄱🅄 🄳🄷🄰🄱🄸 🄱🄾🅄🄽🄳 ✈️#OneFamily #MumbaiIndians #IPL2021 @Vinay_Kumar_R pic.twitter.com/oRetLrxZrt
— Mumbai Indians (@mipaltan) August 13, 2021
ମୁମ୍ବାଇ ଇଣ୍ଡିଆନ୍ସ ୟୁନିଟ ଘାଶୋଂଲିର ରିଲିଆନ୍ସ କର୍ପୋରେଟ୍ ପାର୍କରେ ଗ୍ରାଉଣ୍ଡରେ ଟ୍ରେନିଂ ଚଳାଇଥିଲା । ସୂଚନା ଅନୁଯାୟୀ, ମୁମ୍ବାଇ ଖେଳାଳି କ୍ବାରେଣ୍ଟିନରେ ରହିବା ପରେ ଦୁଇ ସପ୍ତାହ ଧରି ଟ୍ରେନିଂ ଚଳାଇଥିଲେ । କୌଣସି ପ୍ରକାର ରିସ୍କକୁ ଏଡାଇବାକୁ ଖେଳାଳିଙ୍କର COVID-19 ଟେଷ୍ଟ ମଧ୍ୟ କରାଯାଇଛି ।
ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ୨୦୨୦ ସଂସ୍କରଣରେ ବ୍ୟବହାର କରିଥିବା ହୋଟେଲ ପୁନର୍ବାର ବୁକ୍ କରିଥିବା ଜଣାପଡିଛି । ମାତ୍ର ଅନ୍ୟ ୬ଟି ଫ୍ରାଞ୍ଜାଇଜ ନୂଆ ହୋଟେଲ ବୁକ୍ କରିଥିବା ସୂଚନା ରହିଛି ।
COVID-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଇପିଏଲର ୧୪ତମ ସଂସ୍କରଣ ଚଳିତ ବର୍ଷ ମେ ମାସରେ ସ୍ଥଗିତ ହୋଇଥିଲା । ପରେ ସେପ୍ଟେମ୍ବର ୧୯ରେ ଦୁବାଇରେ ଆରମ୍ଭ ହେବାନେଇ ଘୋଷଣା ହୋଇଥିଲା । ପ୍ରଥମ ମୁକାବିଲା ଦୁବାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୩ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଶାରହାଜରେ ୧୦ଟି ଓ ଆବୁଧାବିରେ ୮ଟି ମ୍ୟାଚ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ