ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ ଓପନର ଋତୁରାଜ ଗାଏକ୍ବାଡ ନିଜର ଦମଦାର ଫର୍ମ ବଜାୟ ରଖିବା ସହ ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବେ ଅରେଞ୍ଜ କ୍ୟାପ୍ ବିଜେତା ହୋଇଛନ୍ତି ।
କେଏଲ ରାହୁଲଙ୍କୁ ପଛରେ ପକାଇ IPL 2021ର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି ଋତୁରାଜ । ଏହି ସଫଳତା ହାସଲ କରିବାକୁ ଫାଇନାଲ ମ୍ୟାଚ୍ରେ ୨୪ ରନ୍ ଆବଶ୍ୟକ କରୁଥିଲେ ଗାଏକ୍ବାଡ ।
୨୪ ବର୍ଷୀୟ ଋତୁରାଜ ଗୋଟିଏ ଆଇପିଏଲ ସଂସ୍କରଣରେ ୬୦୦ରୁ ଅଧିକ ରନ୍ ସଂଗ୍ରହ କରିବାରେ ତୃତୀୟ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟର ହୋଇଛନ୍ତି ।
ପୂର୍ବରୁ ମାଇକେଲ ହସି(୭୩୩ ରନ୍, ୨୦୧୩), ଅମ୍ବାତି ରାୟୁଡୁ(୬୦୨ ରନ୍ ୨୦୨୮) CSK ପକ୍ଷରୁ ସଂଗ୍ର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ