ଦୁବାଇ: ଆଇପିଏଲ ୨୦୨୧ର ପ୍ଲେ-ଅଫ୍ ପର୍ଯ୍ୟାୟ ଆରମ୍ଭ ହୋଇଛି । କ୍ବାଲିଫାୟର-୧ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ସୁପରକିଙ୍ଗ୍ସ କ୍ୟାପେଟନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।
-
#CSK have won the toss and they will bowl first against #DelhiCapitals in #Qualifier1
— IndianPremierLeague (@IPL) October 10, 2021 " class="align-text-top noRightClick twitterSection" data="
Live - https://t.co/38XLwtuZDX #VIVOIPL pic.twitter.com/GmQXfdAXFY
">#CSK have won the toss and they will bowl first against #DelhiCapitals in #Qualifier1
— IndianPremierLeague (@IPL) October 10, 2021
Live - https://t.co/38XLwtuZDX #VIVOIPL pic.twitter.com/GmQXfdAXFY#CSK have won the toss and they will bowl first against #DelhiCapitals in #Qualifier1
— IndianPremierLeague (@IPL) October 10, 2021
Live - https://t.co/38XLwtuZDX #VIVOIPL pic.twitter.com/GmQXfdAXFY
ଚୂଡାନ୍ତ ଏକାଦଶରେ ଚେନ୍ନାଇ ସୁପର କିଙ୍ଗ୍ସ କୌଣସି ପରିବର୍ତ୍ତନ କରିନଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ରିପଲ ପଟେଲଙ୍କ ସ୍ଥାନରେ ଟମ୍ କରନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛି ।
ଲିଗ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ ସହ ପଏଣ୍ଟ ଟେବୁଲର CSK ଦ୍ବିତୀୟ ସ୍ଥାନରେ ଓ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଥିଲା । ଆଜି ମ୍ୟାଚ୍ର(କ୍ବାଲିଫାୟାର-୧) ବିଜୟୀ ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଅନ୍ୟପରେ ପରାଜିତ ଟିମ ପାଖରେ ଆଉ ଏକ ମ୍ୟାଚ୍(କ୍ବାଲିଫାୟର ୨) ଖେଳିବାକୁ ସୁଯୋଗ ରହିବ ।
ଚୂଡାନ୍ତ ଏକାଦଶ:
ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଶିଖର ଧାୱନ, ଶ୍ରେୟସ ଆୟର, ଋଷଭ ପନ୍ତ(କ୍ୟାପଟେନ/ୱିକେଟ କିପର), ଟମ୍ କରନ, ସିମ୍ରନ ହେଟମେୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଅଭେଶ ଖାନ, ଆନରିଚ ନର୍କିଆ ।
ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଫାଫ ଡୁ ପ୍ଲେସିସ୍, ରବିନ ଉଥାପ୍ପା, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ୱିକେଟ କିପର), ରବିନ୍ଦ୍ର ଜାଡେଜା, ଡ୍ବାଇନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜସ ହେଜେଲଉଡ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ