ETV Bharat / sports

IPL 201: ଟସ୍‌ ଜିତିଲେ ରୋହିତ, ରୟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Oct 5, 2021, 7:18 PM IST

Updated : Oct 5, 2021, 8:24 PM IST

ଆଇପିଏଲ ୨୦୨୧ର ୫୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା । ଅଧିକ ପଢନ୍ତୁ...

IPL 201: Mumbai Indians opt to bowl against RR
vIPL 201: ଟସ୍‌ ଜିତିଲେ ରୋହିତ, ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ

ଶାରଜାହ: ଆଇପିଏଲ ୨୦୨୧ର ୫୧ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା । ଫଳରେ ପ୍ରଥମେ ବ୍ୟାଟିଂ କରି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ।

ପ୍ଲେ-ଅଫ୍ ଦୌଡ ଦୃଷ୍ଟିରୁ ଏହି ମ୍ୟାଚ୍‌ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ବିଜୟୀ ଟିମର ପ୍ଲେ-ଅଫ୍‌ ଆଶା ବଜାୟ ରହିବ ଓ ପରାଜିତ ଟିମର ପ୍ଲେ-ଅଫ୍‌ ଆଶା ପ୍ରାୟତଃ ଶେଷ ହୋଇଯିବ ।

କର ବା ମର ମ୍ୟାଚ୍‌ରେ ରାଜସ୍ଥାନ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ମୟଙ୍କ ମାର୍କଣ୍ଡେଙ୍କ ସ୍ଥାନରେ ଶ୍ରେୟୟ ଗୋପାଳ ଓ କୁଲଦୀପ ଯାଦବଙ୍କୁ ଆକାଶ ସିଂହଙ୍କ ସ୍ଥାନରେ ସୁଯୋଗ ମିଳିଛି ।

ସେହିପରି ମୁମ୍ବାଇ ଚୂଡାନ୍ତ ଏକାଦଶରୁ ବାହାର ହୋଇଛନ୍ଚି କ୍ବିଣ୍ଟନ ଡିକ୍‌କ୍‌ ଓ ତାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ସ୍ଥାନ ମିଳିଛି । କ୍ରୁଣାଳ ପାଣ୍ଡ୍ୟାଙ୍କ ସ୍ଥାନରେ ଜେମ୍ସ ନିଶାମଙ୍କୁ ମଧ୍ୟ ସାମିଲ କରିଛି ଟିମ ।

ଚୂଡାନ୍ତ ଏକାଦଶ:

ରାଜସ୍ଥାନ ରୟାଲ୍ସ: ଇଭିନ ଲିୱିସ, ଜଶସ୍ବୀ ଜୟଶ୍ବାଲ, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ଶିବମ ଦୁବେ, ଗ୍ଳେନ ଫିଲିପ୍ସ, ଡେଭିଡ ମିଲର, ରାହୁଲ ତେୱାତିଆ, କୁଲଦୀପ ଯାଦବ, ଚେତନ ସକାରିୟା, ଶ୍ରେୟସ ଗୋପାଳ, ମୁସ୍ତାଫିଜୁର ରେହମାନ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ), ଇଶାନ କିଶନ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଜେମ୍ସ ନିଶାମ, ନାଥନ କୁଲଟର-ନାଇଲ, ଜୟନ୍ତ ଯାଦବ, ଜଶପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2021, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.