ETV Bharat / sports

LSG ଓ ଟିମ୍‌ ଇଣ୍ଡିଆକୁ ଝଟକା, IPL 2023 ଓ WTC ଫାଇନାଲ୍‌ରୁ ବାଦ ପଡ଼ିଲେ ରାହୁଲ - LSG ଓ ଟିମ୍‌ ଇଣ୍ଡିଆକୁ ଝଟକା

ମେ ୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଫିଲ୍ଡିଂ କରୁଥଇବା ବେଳେ କେ.ଏଲ୍‌ ରାହୁଲଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା । ଫଳରେ ଚଳିତ ବର୍ଷ ଆଇପିଏଲ୍‌ ସଂସ୍କରଣ ଓ ବିଶ୍ବ ଟେଷ୍ଟ୍‌ ଚମ୍ପିଆନସିପ୍‌ ଫାଇନାଲ ସ୍କ୍ବାଡ୍‌ରୁ ବାଦ ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

LSG ଓ ଟିମ୍‌ ଇଣ୍ଡିଆକୁ ଝଟକା
LSG ଓ ଟିମ୍‌ ଇଣ୍ଡିଆକୁ ଝଟକା
author img

By

Published : May 5, 2023, 9:57 PM IST

Updated : May 5, 2023, 11:06 PM IST

ହାଇଦ୍ରାବାଦ: ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ଏକ ବଡ଼ ଝଟକା ଲାଗିଛି । ଆହତ ଜନିତ ସମସ୍ୟା ଯୋଗୁଁ କେ.ଏଲ୍‌ ରାହୁଲ ଚଳିତ ବର୍ଷ ଆଇପିଏଲ୍‌ ସଂସ୍କରଣରୁ ବାଦ ପଡ଼ିଛନ୍ତି । ବାକିଥିବା ମ୍ୟାଚ୍‌ ଆଉ ଖେଳିବେ ନାହିଁ କେ.ଏଲ୍‌ ରାହୁଲ । ଖାଲି ସେତିକି ନୁହେଁ, ଜୁନ୍‌ରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମଧ୍ୟ ଖେଳିବେନି କେ.ଏଲ୍‌ । ଯାହା ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ କ୍ଷତି ସାବ୍ୟସ୍ତ ହୋଇଛି ।

ବିଶ୍ବ ଟେଷ୍ଟ୍‌ ଚମ୍ପିଆନସିପ୍‌ ଫାଇନାଲ ସ୍କ୍ବାଡ୍‌ରେ ସାମିଲ ଥିଲେ କେ.ଏଲ ରାହୁଲ । ଜୁନ୍‌ ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ ଓଭାଲ ମୈଦାନରେ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବ ଭାରତ । କେ.ଏଲ ଭାରତୀୟ ସ୍କ୍ବାଡ୍‌ର ସାମିଲ ଥିଲେ । କିନ୍ତୁ ଆର୍‌ସିବି ବିପକ୍ଷ ମ୍ୟାଚ୍‌ରେ ହାର୍ମଷ୍ଟ୍ରିଙ୍ଗ୍‌ ବା ମାଂସପେଶୀ ଜନିତ ଆଘାତ ପ୍ରାପ୍ତ ହୋଇଥିଲେ । ଏହାପରେ ଚେନ୍ନାଇ ବିପକ୍ଷରେ ସେ ମ୍ୟାଚ୍‌ରୁ ବିଶ୍ରାମ ନେଇଥିଲେ । ତେବେ ଆଘାତ ଗମ୍ଭୀର ଥିବାରୁ ତାଙ୍କୁ ସର୍ଜରୀ କରାଇବାକୁ ହେବ । ଏହାକୁ ନେଇ ଖୋଦ୍‌ କେ.ଏଲ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଫଳରେ ଉଭୟ ଆଇପିଏଲ ଓ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌ରୁ ବାଦ ପଡ଼ିଛନ୍ତି ।

ମେ ୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଫିଲ୍ଡିଂ କରୁଥଇବା ବେଳେ ରାହୁଲଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା । ଏହାପରେ ସେ ପଡ଼ିଆ ବାହାରକୁ ଚାଲି ଯାଇଥିଲେ । ଆହତ ଥିବା ସତ୍ତ୍ବେ ମ୍ୟାଚ୍‌ର ଘଡ଼ିସନ୍ଧି ମୂହୁର୍ତ୍ତରେ ସେ ଶେଷରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । କିନ୍ତୁ ଦଳକୁ ବିଜୟୀ କରାଇ ପାରିନଥିଲେ ।

  • With you through thick and thin, KL. 🫶

    Full story 👇

    — Lucknow Super Giants (@LucknowIPL) May 5, 2023 " class="align-text-top noRightClick twitterSection" data=" ">

ଏହାକୁ ନେଇ କେ.ଏଲ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, "ମେଡିକାଲ ଟିମ୍‌ ସହ ବିଚାର ବିମର୍ଶ ପରେ ଏହା ନିଷ୍କର୍ଶ ବାହାରିଛି ଯେ, ମୋତେ ମୋର ଜଂଘର ସର୍ଜରୀ କରାଇବାକୁ ହେବ । ମୁଁ ଭାବୁଛି ଆସନ୍ତା କିଛି ସପ୍ତାହରେ ମୁଁ ରିକଭେରୀ କରୁଥିବି । ଏହା ଏକ କଠିନ ସମୟ କିନ୍ତୁ ମୋତେ ମୋର ରିକଭେରୀ ଉପରେ ଧ୍ୟାନ ଦେବାକୁ ହେବ । ଦଳର ଅଧିନାୟକ ଭାବରେ ମୁଁ ଦୁଃଖିତ ଯେ, ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ମୁଁ ଦଳ ସହ ରହି ପାରୁନି । କିନ୍ତୁ ମୋର ବିଶ୍ବାସ ଦଳ ଭଲ ପ୍ରଦର୍ଶନ କରିବ ନିଶ୍ଚୟ । "

ଏହାପରେ ଟିମ୍‌ ଇଣ୍ଡିଆକୁ ନେଇ କେ.ଏଲ୍‌ କହିଛନ୍ତି, "ମୁଁ ଅତ୍ୟନ୍ତ ଦୁଃଖିତ । ଜୁନ୍‌ ମାସରେ ମୁଁ ଟିମ୍‌ ଇଣ୍ଡିଆ ସହ ଓଭାଲ ଗସ୍ତ କରି ପାରିବି ନାହିଁ । ମୁଁ ବ୍ଲୁ ଜର୍ସିକୁ ଫେରିବା ପାଇଁ ସବୁ କିଛି କରିବି । ଏହାକୁ ଫୋକସ କରୁଥିବା ବେଳେ ଏହାହିଁ ମୋର ପ୍ରାଥମିକତା ରହିଛି । ମୋର ଏହି କଠିନ ସମୟରେ ମୋତେ ସମର୍ଥନ କରିଥିବାରୁ LSG ଫ୍ୟାନ୍ସ ଓ ବିସିସିଆଇକୁ ମୁଁ ଧନ୍ୟବାଦ ଦେଉଛି । ଆପଣମାନଙ୍କ ଶୁଭକାମନା ପାଇଁ ଧନ୍ୟବାଦ ।"

Last Updated : May 5, 2023, 11:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.