ETV Bharat / sports

IPL 2022: ପଏଣ୍ଟ ଟେବୁଲ ଟପରେ ରାଜସ୍ଥାନ ରୟାଲ୍ସ - ଆଇପିଏଲ ପଏଣ୍ଟ ଟେବୁଲ ୨୦୨୨

ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସ(RR) ଟିମ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ରାଜସ୍ଥାନ ରବିବାର ଖେଳିଥିବା ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସକୁ ୩ ରନ୍‌ରେ ହରାଇଛି । ଏହା ରାଜସ୍ଥାନର ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ । ଅଧିକ ପଢନ୍ତୁ

Indian Premier League 2022 latest Points Table
IPL 2022: ପଏଣ୍ଟ ଟେବୁଲ ଟପର ରାଜସ୍ଥାନ ରୟାଲ୍ସ
author img

By

Published : Apr 11, 2022, 4:14 PM IST

ହାଇଦ୍ରାବାଦ: ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସ(RR) ଟିମ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ରାଜସ୍ଥାନ ରବିବାର ଖେଳିଥିବା ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସକୁ ୩ ରନ୍‌ରେ ହରାଇଛି । ଏହା ରାଜସ୍ଥାନର ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ । ଅଶ୍ବିନ ଆଇପିଏଲ ଇତିହାସରେ ରିଟାର୍ଡ ଆଉଟ୍‌ ହୋଇଥିବା ପ୍ରଥମ ଖେଳାଳି ହୋଇଛନ୍ତି । ରାଜସ୍ଥାନ ୧୯ତମ ଓଭରରେ ଅଶ୍ବିନଙ୍କୁ ପାଭିଲିଅନ ଫେରାଇନେଇଥିଲା । ସେତେବେଳେ ଅଶ୍ବିନ ୨୩ ବଲ୍‌ରୁ ୨୮ ରନ୍‌ କରି ଖେଳୁଥିଲେ ଓ ଦୁଇଟି ଛକା ଲଗାଇଥିଲେ ।

ତାଙ୍କ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ରିୟାନ ପରାଗ ଗୋଟିଏ ଛକା ସହାୟତାରେ ୪ଟି ବଲ୍‌ରୁ ୮ ରନ୍‌ କରିଥିଲେ । ଶେଷରେ ଏହି ରନ୍‌ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା । ମ୍ୟାଚ୍‌ର ଦଶମ ଓଭରରେ ଅଶ୍ବିନ ବ୍ୟାଟିଂ କରିବାକୁ ଆସିଥିଲେ । ସେତେବେଳେ ରାଜସ୍ଥାନର ସ୍କୋର ୬୭ ଥିଲା । ପରେ ପଞ୍ଚମ ୱିକେଟ ଯୋଡିରେ ସିମ୍ରରନ ହେଟମେୟରଙ୍କ ସହ ମିଶି ୫୧ ବଲ୍‌ରୁ ୬୮ ରନ୍‌ର ଭାଗିଦାରୀ କରିଥିଲେ । ଅଶ୍ବିନ ଖେଳିଥିବା ଶେଷ ୫ଟି ବଲ୍‌ରୁ ମାତ୍ର ୫ ରନ୍‌ କରିପାରିଥିଲେ । ଫଳରେ ତାଙ୍କୁ ରିଟାୟର୍ଡ ଆଉଟ୍‌ କରାଯାଇଥିଲା ।

ତାଙ୍କ ସ୍ଥାନରେ ବ୍ୟାଟିଂ ପାଇଂ ଆସିଥିବା ରିୟାନ ପରାଗ ମ୍ୟାଚ୍‌ର ୨୦ତମ ଓଭରର ଚତୁର୍ଥ ବଲ୍‌ରେ ଜେସନ ହୋଲ୍ଡରଙ୍କୁ ଏକ ବିଶାଳ ଛକା ଲଗାଇଥିଲେ । ଲକ୍ଷ୍ନୌ ବିଜୟ ସହିତ ରାଜସ୍ଥାନ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଟେବୁଲ ଟପର ହୋଇଛି ଓ ନେଟ୍‌ ରନ୍‌ ରେଟ୍‌୦.୯୫୧ ରହିଛି । ସେହିପରି କୋଲକାତା ଟିମ ଖେଳିଥିବା ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହେବାସହ ୬ ପଏଣ୍ଟ ଓ ୦.୪୪୬ ନେଟ ରନ୍‌ ରେଟ୍‌ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । ଗୁଜରାଟ ତୃତୀୟ ସ୍ଥାନରେ ରହିଛି । ତେବେ ଆଇପିଏଲର ସବୁଠୁ ସଫଳତମ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ଦୁଇଟି ସ୍ତାନରେ ରହିଛନ୍ତି । ଏଥିସହ ରାଜସ୍ଥାନ କ୍ୟାମ୍ପ୍‌ର ଦୁଇ ଖେଳାଳି ଜସ୍‌ ବଟଲର ଓ ୟୁଜଭେନ୍ଦ୍ର ଚହଲଙ୍କ ପାଖରେ ଯଥାକ୍ରମେ ଅରେଞ୍ଜ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ ରହିଛି ।

ବଟଲର ୪ଟି ଇଂନିସରୁ ୨୧୮ ରନଂ ସମଗ୍ର କରି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‌ ସ୍କୋରର ରହିଛନ୍ତି ଓ ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଏକମାତ୍ର ଖେଳାଳି ଭାବେ ଶତକୀୟ ଇଂନିସ ଖେଳିଛନ୍ତି । ସେହିପରି ଚହଲ ୧୧ ୱିକେଟ ଅକ୍ତିଆର କରିବା ସହ ଚଳିତ ଟୁର୍ଣ୍ଣାମେଣ୍ଟର ପର୍ପଲ କ୍ୟାପ୍‌ ନିଜ ପାଖରେ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.