ETV Bharat / sports

IPL 2022: ବାଙ୍ଗାଲୋର ବୋଲର ହର୍ଷଲଙ୍କ ଭଉଣୀଙ୍କ ଦେହାନ୍ତ, କିଛିଦିନ ପାଇଁ ଛାଡିଲେ କ୍ୟାମ୍ପ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମକୁ ବଡ ଝଟ୍‌କା । ଭଉଣୀଙ୍କ ମୃତ୍ୟୁ ଖବର ଶୁଣିବା ପରେ IPL ବାୟୋବବଲ ଛାଡି ଘରକୁ ଫେରିଲେ ଟିମର ଷ୍ଟାର ବୋଲର ହର୍ଷଲ ପଟେଲ । ଅଧିକ ପଢନ୍ତୁ

author img

By

Published : Apr 11, 2022, 8:53 PM IST

Harshal Patel leaves IPL bio-bubble after sister's death

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ରୁତ ବୋଲର ହର୍ଷଲ ପଟେଲ(Harshal Patel) ଭଉଣୀଙ୍କ ମୃତ୍ୟୁ । ଭଉଣୀଙ୍କ ମୃତ୍ୟୁ ଖବର ଶୁଣିବା ପରେ IPL ବାୟୋବବଲ ଛାଡିବା ସହ ହର୍ଷଲ ଘରକୁ ଫେରିଯାଇଛନ୍ତି । RCB ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପରେ ରବିବାର ହର୍ଷଲ ବବଲ ଛାଡିଥିଲେ । ତେବେ କେତେ ସମୟ ପର୍ଯ୍ୟନ୍ତ ସେ RCB ଟିମ ପାଇଁ ଉପଲବ୍ଧ ରହିବେନାହିଁ ସ୍ପଷ୍ଟ ହୋଇନାହିଁ, ମାତ୍ର ମଙ୍ଗଳବାର ଖେଳାଯିବାକୁ ଥିବା ଚେନ୍ନାଇ ସୁପର କିଙ୍ଗ୍ସ(CSK) ବିପକ୍ଷ ମ୍ୟାଚ୍‌ରେ ଖେଳିବେ ନାହିଁ ।

ଫଳରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (RCB) ବଡ ଝଟ୍‌କା ଲାଗିଛି । ହର୍ଷଲ ବାଙ୍ଗାଲୋର ଟିମର ପ୍ରମୁଖ ସଦସ୍ୟ ରହିଛନ୍ତି । ୨୦୨୧ ସଂସ୍କରଣରେ ସେ ୩୨ ୱିକେଟ ହାସଲ କରିବା ସହ ଆଇପିଏଲର ସର୍ବାଧିକ ୱିକେଟ ହାସଲକାରୀ ବୋଲର(Leading Wicket-taker) ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.