ETV Bharat / sports

ଏହି ତିନି ଖେଳାଳିଙ୍କୁ ରଖିବ ମୁମ୍ବାଇ ଇଣ୍ଡିଆନ୍ସ, ବାଦ୍‌ ପଡିବେ ପାଣ୍ଡ୍ୟା !

ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ ନିଲାମକୁ ପଠାଇପାରେ ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ...

author img

By

Published : Oct 28, 2021, 9:37 PM IST

Hardik unlikely to be retained; Rohit, Bumrah, Pollard set to be in MI's retention list
ଏହି ତିନି ଖେଳାଳିଙ୍କୁ ରଖିବ ମୁମ୍ବାଇ ଇଣ୍ଡିଆନ୍ସ, ବାଦ୍‌ ପଡିବେ ପାଣ୍ଡ୍ୟା !

ନୂଆଦିଲ୍ଲୀ: ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ ନିଲାମକୁ ପଠାଇପାରେ ମୁମ୍ବାଇ ଇଣ୍ଡିଆନ୍ସ । ଲିଗ୍‌ର ସଫଳତମ ଟିମ ତଥା 5ଥର ଚମ୍ପିଆନ ହୋଇସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦୨୨ ସଂସ୍କରଣରେ କେଉଁ ଖେଳାଳିଙ୍କୁ ରଖିବ ଓ ବାଦ୍‌ ଦେବ ଦ୍ବନ୍ଦ୍ବରେ ରହିଛି ।

IPL ୨୦୨୨ରେ ୧୦ଟି ଟିମ ଅଂଶଗ୍ରହଣ କରୁଥିବାରୁ ଡିସେମ୍ବରରେ ହେବାକୁ ଥିବା ମେଗା ଆଇପିଏଲ ନିଲାମରେ ଏକାଧିକ ଟିମର ନବକଳେବର ହେବାକୁ ଯାଉଛି । RP-SG ଟିମ ଲକ୍ଷ୍ନୌ ଓ CVC କ୍ୟାପିଟାଲ ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହାତେଇଛି । ଫଳରେ ନିଲାମରେ ଉପଲବ୍ଧ ଅନେକ ଷ୍ଟାର ଖେଳାଳିଙ୍କୁ ଏହି ଦୁଇ ନୂଆ ଟିମ ଟାର୍ଗେଟ କରିବେ ।

ଆଇପିଏଲର ୧୪ଟି ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେଷ୍ଠ ଟିମ ଭାବେ ବିବେଚିତ ହୋଇଛି । ତେବେ ନୂଆ ରିଟେନସନ ନିୟମ ଯୋଗୁଁ ଟିମ ବଦଳିବାକୁ ଯାଉଛି । ଅଲ୍‌-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ରଖିବା ସମ୍ଭାବନା କମ ଥିବ ଜଣାପଡିଛି ।

ଔପଚାରିକ ଭାବେ BCCI ନୂଆ RTM ଘୋଷଣା କରିନଥିଲେ ମଧ୍ୟ, ଗୋଟିଏ ଟିମ ଅତିବେଶୀରେ ୩ଜଣ କିମ୍ବା ୪ ଖେଳାଳିଙ୍କୁ ରଖିବା ନେଇ ନିୟମ ଲାଗୁ ହେବ ଚର୍ଚ୍ଚା ହେଉଛି । ଏପରି ହେଲେ ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା, ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ତୃତୀୟ ଖେଳାଳି ଭାବେ କିରଣ ପୋଲାର୍ଡଙ୍କୁ ରଖିପାର । ଏପରି ସ୍ଥିତିରେ ହାର୍ଦ୍ଦିକଙ୍କୁ ମେଗା ନିଲାମ ପ୍ରକ୍ରିୟାକୁ ଯିବାକୁ ପଡିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.