ETV Bharat / sports

ଟେଷ୍ଟ ପାଇଁ ହନୁମା ବିହାରୀଙ୍କ ପ୍ରସ୍ତୁତି, ୱାରୱିକସାୟର ପକ୍ଷରୁ ଖେଳିବେ କାଉଣ୍ଟି - ହନୁମା ବିହାରୀଙ୍କ ଟେଷ୍ଟ ସିଜିନ ପ୍ରସ୍ତୁତି

ଆଗାମୀ ଟେଷ୍ଟ ସିଜିନ ପାଇଁ ପ୍ରସ୍ତୁତ ହେଉଛନ୍ତି ହନୁମା ବିହାରୀ। ଇଂଲିଶ କାଉଣ୍ଟି କ୍ରିକେଟ ଖେଳିବାକୁ ଇଲଂଣ୍ଡ ଗସ୍ତ କରିଛନ୍ତି ହନୁମା ବିହାରୀ। କାଉଣ୍ଟି କ୍ରିକେଟରେ ସେ ବର୍ମିଂହାମର ୱାରୱିକସାୟର ପକ୍ଷରୁ ଖେଳିବେ। ଅଧିକ ପଢ଼ନ୍ତୁ...

ଟେଷ୍ଟ ପାଇଁ ହନୁମା ବିହାରୀଙ୍କ ପ୍ରସ୍ତୁତି, ୱାରୱିକସାୟର ପକ୍ଷରୁ ଖେଳିବେ କାଉଣ୍ଟି

author img

By

Published : Apr 6, 2021, 4:45 PM IST

ନୂଆଦିଲ୍ଲୀ: ଆଗାମୀ ଟେଷ୍ଟ ସିଜିନ ପାଇଁ ପ୍ରସ୍ତୁତ ହେଉଛନ୍ତି ହନୁମା ବିହାରୀ। ଇଂଲିଶ କାଉଣ୍ଟି କ୍ରିକେଟ ଖେଳିବାକୁ ଇଲଂଣ୍ଡ ଗସ୍ତ କରିଛନ୍ତି ହନୁମା ବିହାରୀ। ଆଇପିଏଲ ମିନି ନିଲାମିରେ କୌଣସି ଦଳ ହନୁମା ବିହାରୀଙ୍କୁ କିଣି ନଥିଲେ। କାଉଣ୍ଟି କ୍ରିକେଟରେ ସେ ବର୍ମିଂହାମର ୱାରୱିକସାୟର ପକ୍ଷରୁ ଖେଳିବେ। ଅତି କମରେ ସେ ତିନୋଟି ମ୍ୟାଚ ଖେଳିବେ ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି ।

ତେବେ ଏହାକୁ ନେଇ ୱାରୱିକସାୟର ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ୱାରୱିକସାୟର ହନୁମା ବିହାରୀଙ୍କ ଚୁକ୍ତି ପରେ ସେ ଇଂଲଣ୍ଡ ଗସ୍ତ କରିଛନ୍ତି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି କାଉଣ୍ଟିରେ ହନୁମା ବିହାରୀ ଅଧିକରୁ ଅଧିକ ମ୍ୟାଚ କିଭଳି ଖେଳି ପାରିବେ ସେନେଇ ବିସିସିଆଇ ପ୍ରଚେଷ୍ଟା ଜାରି ରଖିଛି।

2019ରେ ଶେଷ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ ମ୍ୟାଚ ଖେଳିଥିଲେ ହନୁମା ବିହାରୀ। ଏହାପରେ ଚଳିତ ବର୍ଷ ହୋଇଥିବା ମିନି ନିଲାମିରେ ତାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିନଥିଲେ।

ଏହି 27 ବର୍ଷୀୟ କ୍ରିକେଟର ଭାରତ ପାଇଁ 12ଟି ଟେଷ୍ଟ ଖେଳି 624ରନ କରିଛନ୍ତି। 32.84 ହାରରେ ସେ ନିଜ ଟେଷ୍ଟ କ୍ୟାରିଅରରେ ରନ ହାସଲ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ମଧ୍ୟ ସାମିଲ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.