ETV Bharat / sports

ରୋଡ୍‌ ଶୋ କରିବ IPL ଚାମ୍ପିୟନ ଗୁଜରାଟ ଟାଇଟନ୍ସ - ଗୁଜରାଟ ଟାଇଟନ୍ସ ରୋଡ୍‌ ଶୋ

ଗୁଜରାଟ ଟାଇଟନ୍ସ ବିଶ୍ବର ଶ୍ରେଷ୍ଠ ଓ ବିତ୍ତଶାଳୀ ଟି୨୦ ଲିଗ୍‌ IPL 2022ରେ ପ୍ରଥମ ଥର ପାଇଁ ନୂଆ ଟିମ ଭାବେ ଅଂଶଗ୍ରହଣ କରିଥିଲା ଓ ପ୍ରଥମ ପ୍ରୟାସରେ ଟାଇଟେଲ ନିଜ ନାମରେ କରି ଇତିହାସ ରଚିଛି । ଅଧିକ ପଢନ୍ତୁ

Gujarat Titans to hold roadshow after IPL 2022 triumph
IPL ଟ୍ରଫି ଜିତିବାପରେ ରୋଡ୍‌ ଶୋ କରିବ ଗୁଜରାଟ ଟାଇଟନ୍ସ
author img

By

Published : May 30, 2022, 4:36 PM IST

Updated : May 30, 2022, 4:46 PM IST

ଅହମ୍ମଦାବାଦ(ଗୁଜରାଟ): ନିଜର ଡେବ୍ୟୁ ସଂସ୍କରଣରେ ଇଣ୍ଡିଆନ ପ୍ରିମିୟର ଲିଗ(IPL) ଟାଇଟେଲ ଜିତିଥିବା ଗୁଜରାଟ ଟାଇଟନ୍ସ ସୋମବାର ସନ୍ଧ୍ୟାରେ ଏକ ରୋଡ୍‌ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଏହି ରୋଡ୍‌ ଶୋ ଅପରାହ୍ନ ୫.୩୦ରୁ ଉସମାନପୁରାରୁ ଆରମ୍ଭ ହୋଇ ବିଶ୍ବକୁଞ୍ଜ ନିକଟେର ଶେଷହେବାର ସୂଚୀ ରହିଛି । ଗୁଜରାଟ ଟାଇଟନ୍ସ ବିଶ୍ବର ଶ୍ରେଷ୍ଠ ଓ ବିତ୍ତଶାଳୀ ଟି୨୦ ଲିଗ୍‌ IPL 2022ରେ ପ୍ରଥମ ଥର ପାଇଁ ନୂଆ ଟିମ ଭାବେ ଅଂଶଗ୍ରହଣ କରିଥିଲା ଓ ପ୍ରଥମ ପ୍ରୟାସରେ ଟାଇଟେଲ ନିଜ ନାମରେ କରି ଇତିହାସ ରଚିଛି ।

ଉଭୟ ବୋଲିଂ ଓ ବ୍ୟାଟିଂରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅବିଶ୍ବସନୀୟ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ଚାମ୍ପିୟନ କରିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଫାଇନାଲ ମୁକାବିଲାରେ ୩ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ଅକ୍ତିଆର କରିବା ସହ ୩୪ ରନ୍‌ ସଂଗ୍ରହ କରିଥିଲେ । ଫଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ଉଦ୍‌ଘାଟନୀ ସଂସ୍କରଣର ଚାମ୍ପିୟନ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ମାତ୍‌ ଦେଇଥିଲା ଟାଇଟନ୍ସ ।

ପ୍ରଥମ ବ୍ୟାଟିଂ କରି ମାତ୍ର ୧୩୧ ରନ୍‌ରେ ସୀମିତ ରହିବା ପରେ କଞ୍ଜୁସି ବୋଲିଂ କରି ବିଜୟ ଆଶା ରଖିଥିଲା ରୟାଲ୍ସ । ଟ୍ରେଣ୍ଟ ବୋଲ୍ଟ ଓ ପ୍ରସିଦ୍ଧ କ୍ରୀଷ୍ଣା ପାୱରପ୍ଲେ ଓଭରରେ ଲଢୁଆ ପ୍ରଦର୍ଶନ ମଧ୍ୟ କରିଥିଲେ । ଦୁଇ ଗୁଜରାଟ ଓପନର ରିଦ୍ଧିମାନ ଶାହା ଓ ମାଥ୍ୟୁ ୱେଡ୍‌ଙ୍କୁ ଯଥାକ୍ରମେ ୫ ଓ ୮ ରନ୍‌ରେ ପାଭିଲିଅନ ଫେରାଇ ଦେଇଥିଲେ । ତେବେ ଶୁଭମନ ଗିଲ୍‌ ଓ ଡେଭିଡ ମିଲର ଅପରାଜିତ ଇଂନିସ ଖେଳି ଗୁଜରାଟକୁ ବିଜୟୀ କରାଇଥିଲେ । ଗିଲ୍‌ ଅପରାଜିତ ୪୫ ରନ୍‌ର ଇଂନିସ ଖେଳିବା ସହ ଛକା ମାରି ଦଳକୁ ବିଜୟୀ କରାଇଥିଲେ ।

Last Updated : May 30, 2022, 4:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.