ETV Bharat / sports

IPL 2023: ବାବରଙ୍କ ପରେ କୋହଲିଙ୍କୁ ଟାର୍ଗେଟ୍ କଲେ ସାଇମନ, କହିଲେ ମାଇଲ୍‌ଷ୍ଟୋନ ପାଇଁ ଖେଳୁଛନ୍ତି ବିରାଟ - ଚର୍ଚ୍ଚାରେ ସାଇମନ ଡଲଙ୍କ ବୟାନ

ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ପାଳିକୁ ସମାଲୋଚନା କଲେ ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡଲ । କହିଲେ ନିଜ ବ୍ୟକ୍ତିଗତ ରେକର୍ଡ କରିବା ପାଇଁ ଖେଳୁଛନ୍ତି କୋହଲି । ଅଧିକ ପଢ଼ନ୍ତୁ

କୋହଲି ନିଜ ରେକର୍ଡ ପାଇଁ ଖେଳୁଛନ୍ତି କହିଲେ ସାଇମନ ଡଲ

author img

By

Published : Apr 11, 2023, 9:02 PM IST

ହାଇଦ୍ରାବାଦ: ଆଇପିଏଲ ୨୦୨୩ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରୋଟ କୋହଲି ନିଜ ଆଇପିଏଲ କ୍ୟାରିୟରର ୪୬ ତମ ଅର୍ଦ୍ଧଶତକ ହାସଲ କରିଥିଲେ । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ବାଙ୍ଗାଲୋରର ହୋମ ଗ୍ରାଉଣ୍ଡ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ୩୫ ବଲରୁ ନିଜର ୪୬ ତମ ଅର୍ଦ୍ଧଶତକ ହାସଲ କରିଥିଲେ କୋହଲି । ତେବେ ଚଳିତ ଆଇପିଏଲରେ ଏହା କୋହଲିଙ୍କର ଦ୍ବିତୀୟ ଅର୍ଦ୍ଧଶତକ । ତେବେ କୋହଲିଙ୍କର ଏହି ମନ୍ଥର ପାଳିକୁ ନେଇ ପ୍ରଭାବିତ ହୋଇ ନାହାନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡଲ । କମେଣ୍ଟାରୀ କରୁଥିବା ବେଳେ କୋହଲି ଦଳ ପାଇଁ ନୁହେଁ, ବରଂ ନିଜ ରେକର୍ଡ ପାଇଁ ଚିନ୍ତିତ ଥିବା ସେ କହିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

'କୋହଲି କୀର୍ତ୍ତିମାନ ପାଇଁ ଚିନ୍ତିତ': ସୋମବାର ଲକ୍ଷ୍ନୌ ଓ ବାଙ୍ଗାଲୋର ମ୍ୟାଚ୍‌ରେ ଉଭୟ ଦଳର ବ୍ୟାଟର ମାନେ ଛକା ଓ ଚୌକାର ବର୍ଷା କରିଥିଲେ । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୧୨ ରନର ବିଶାଳ ସ୍କୋର କରିଥିଲା । ଦ୍ବିତୀୟ ପାଳିରେ ଏହି ମ୍ୟାଚକୁ ମାତ୍ର ଗୋଟିଏ ୱିକେଟ ବାକି ଥାଇ ଶେଷ ବଲରେ ନାଟକୀୟ ଢଙ୍ଗରେ ଜିତି ନେଇଥିଲା ଲକ୍ଷ୍ନୌ । ତେବେ ଏହି ମ୍ୟାଚ୍‌ରେ ପାଳି ଆରମ୍ଭ କରିବାକୁ ଆସି ୨୫ ବଲରୁ ଦୃତ ୪୨ ରନ ସଂଗ୍ରହ କରି ନେଇଥିଲେ କୋହଲି । କିନ୍ତୁ ଆଉ ମାତ୍ର ୮ ରନ ସଂଗ୍ରହ କରିବା ପାଇଁ କୋହଲି ୧୦ଟି ବଲ ଖେଳିଥିଲେ । ଯାହାକୁ ନେଇ କୋହଲିଙ୍କୁ କଡ଼ା ସମାଲୋଚନା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବ କ୍ରିକେଟର ସାଇମନ ଡଲ । ସେ କମେଣ୍ଟାରୀ କରିବା ସମୟରେ କହିଥିଲେ, "କୋହଲି ରେଳ ଭଳି ଦୃତ ଗତିରେ ପାଳି ଆରମ୍ଭ କରିଥିଲେ । ସେ ଦୃତ ଗତିରେ ରନ ସଂଗ୍ରହ କରୁଥିଲେ । କିନ୍ତୁ ୪୨ ରନରୁ ୫୦ ରନ କରିବାକୁ ସେ ୧୦ ବଲର ସାହାରା ନେଇଥିଲେ । ସେ କୀର୍ତ୍ତିମାନ ପାଇଁ ଚିନ୍ତିତ ଥିବା ଲାଗୁଥିଲେ । କିନ୍ତୁ ଖେଳରେ ବ୍ୟକ୍ତିଗତ ରେକର୍ଡ ପାଇଁ ଚିନ୍ତାର ସ୍ଥାନ ନାହିଁ । ୱିକେଟ ହାତରେ ଥିବାରୁ ତାଙ୍କୁ ଦୃତ ଗତିରେ ଖେଳିବାର ଆବଶ୍ୟକତା ଥିଲା ।" ପ୍ରକାଶ ଥାଉ କି, କିଛିଦିନ ପୂର୍ବରୁ ପାକିସ୍ତାନୀ ବ୍ୟାଟର ବାବର ଆଜମଙ୍କୁ ନେଇ ମଧ୍ୟ ଏପରି ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ସାଇମନ ।

ବିଶାଳ ସ୍କୋର ସତ୍ତ୍ବେ ମ୍ୟାଚ ହାରିଲା ଆରସିବି: ସୋମବାର ଖେଳାଯାଇଥିବା ମ୍ୟାଚରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି ଆରମ୍ଭରୁ ଆକ୍ରାମକ ବ୍ୟାଟିଂ କରିଥିଲେ । ଡୁପ୍ଲେସିସ ଅପରାଜିତ ୭୯ ରନ ସ୍କୋର କରିଥିବା ବେଳେ କୋହଲି ୬୫ ରନ କରି ଆଉଟ ହୋଇଥିଲେ । ଏହାପରେ ଗ୍ଲେନ ମାକ୍ସୱେଲ ମଧ୍ୟ ଦୃତଗତିରେ ରନ ବନାଇ ୫୯ ରନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୧୨ ରନ କରିଥିଲା ଦଳ । ଏହାପରେ ଲକ୍ଷ୍ନୌ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସର୍ବାଧିକ ୨୧୩ ରନ ବିଜୟ ଲକ୍ଷର ପିଛା କରି ୯ ୱିକେଟ ହରାଇ ଶେଷ ବଲରେ ମ୍ୟାଚ୍‌କୁ ଜିତି ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.