ETV Bharat / sports

FIFA World cup : କିଏ ହେବ ଚମ୍ପିଆନ ? ଫ୍ରାନ୍ସ ଚତୁର୍ଥ ଥର ଓ ଆର୍ଜେଣ୍ଟିନା ଷଷ୍ଠ ଥର ପାଇଁ ଖେଳିବ ଫାଇନାଲ

ଫ୍ରାନ୍ସ ଓ ଆର୍ଜେଣ୍ଟିନା(France vs Argentina) ଫୁଟବଲ ଟିମର ଫାଇନାଲ ମୁକାବିଲା ଲୁସେଲ ଷ୍ଟାଡିୟମରେ ( Lusail Stadium ) ରେ ଭାରତୀୟ ସମୟ ରାତି ୮.୩୦ରେ ଖେଳାଯିବ । ଅଧିକ ପଢନ୍ତୁ

author img

By

Published : Dec 18, 2022, 4:09 PM IST

FIFA World cup : ଫ୍ରାନ୍ସ ଚତୁର୍ଥ ଥର ଓ ଆର୍ଜେଣ୍ଟିନା ଷଷ୍ଠ ଥର ପାଇଁ ଖେଳିବ ଫାଇନାଲ

ଦୋହା : କତାରରେ ଜାରି ରହିଥିବା ଫିଫା ବିଶ୍ବକପର ୨୨ତମ ସଂସ୍କରଣର ଚମ୍ପିଆନ କିଏ ହେବ ତାହା ଆଜି ରାତିରେ ଫଇସଲା ହୋଇଯିବ । ଫ୍ରାନ୍ସ ଓ ଆର୍ଜେଣ୍ଟିନା ( France vs Argentina ) ଫୁଟବଲ ଟିମର ଫାଇନାଲ ମୁକାବିଲା ଲୁସେଲ ଷ୍ଟାଡିୟମରେ(Lusail Stadium)ରେ ଭାରତୀୟ ସମୟ ରାତି ୮.୩୦ରେ ଖେଳାଯିବ । ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସ ଲଗାତାର ବିଶ୍ବକପ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ ୩୬ ବର୍ଷ ହେବ FIFA ଟ୍ରଫି ମରୁଡିକୁ ଶେଷ କରି ଆର୍ଜେଣ୍ଟିନା ଟାଇଟଲ ହାତେଇବା ସହ ମେସିଙ୍କୁ ବିଦାୟ ଦେବା ଆଶା ରଖିବ ।

ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦୁଇ ଦୁଇ ଥର ହାଇତେଇଛନ୍ତି ବିଶ୍ବକପ ଟାଇଟଲ

ଫ୍ରାନ୍ସ ବର୍ଷ ୧୯୯୮ ଓ ୨୦୧୮ରେ ଫିଫା ବିଶ୍ବକପ ଟାଇଟଲ ହାତେଇଥିଲା । ସେହିପରି ୨୦୦୬ରେ ରନର୍ସଅପ ଥିଲା ଫ୍ରାନ୍ସ । ଫ୍ରାନ୍ସ ଫିଫା ବିଶ୍ବକପର ୨୧ ତମ ସଂସ୍କରଣରେ କ୍ରୋଏସିଆକୁ ଫାଇନାଲରେ ପରାସ୍ତ କରି ହୋଇଥିଲା ବିଶ୍ବ ଚମ୍ପିଆନ । ସେହିପରି ଆର୍ଜେଣ୍ଟିନା ବର୍ଷ ୧୯୭୮ ଓ ୧୯୮୬ ରେ ବିଶ୍ବକପ ହାତେଇଥିଲା । ତେବେ ୩୬ ବର୍ଷ ପରେ ଆର୍ଜେଣ୍ଟିନା ବିଶ୍ବକପ ଟାଇଟଲ ନିଜ ନାମରେ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବ । ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦୁଇଦୁଇ ଥର ବିଶ୍ବକପ ଟାଇଟଲ ହାତେଇ ସାରିଛନ୍ତି । ତେବେ ଫିଫା ବିଶ୍ବକପର ୨୨ତମ ସଂସ୍କରଣର ଫାଇନାଲରେ ମୁକାବିଲାରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ।

ଆର୍ଜେଣ୍ଟିନା ଷଷ୍ଠ ଥର ପାଇଁ ଖେଳିବ ଫାଇନାଲ

ଲୋକପ୍ରିୟ ଖେଳାଳି ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ଷଷ୍ଠ ଥର ପାଇଁ ଫାଇନାଲ ଖେଳିବ । ୬ ଥରରୁ ଆର୍ଜେଣ୍ଟିନା ୨ ଥର ବିଶ୍ବ ବିଜେତା ହୋଇଛି । ସେହିପରି ବର୍ଷ ୨୦୧୪ରେ ଫାଇନାଲରେ ଜର୍ମାନୀ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ମାତ୍‌ ଦେଇଥିଲା । ଏହି ବ୍ୟତୀତ ଆର୍ଜେଣ୍ଟିନା ବର୍ଷ ୧୯୩୦, ୧୯୯୦, ୨୦୧୪ରେ ଉପବିଜେତା ରହିଥିଲା ।

ହେଡ୍‌ ଟୁ ହେଡ୍‌

ଏପର୍ଯ୍ୟନ୍ତ FIFA ବିଶ୍ବକପ୍‌ରେ ୧୨ ଥର ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଟକ୍କର ହୋଇଛି । ଯେଉଁଥିରେ ଆର୍ଜେଣ୍ଟିନା ୬ ଥର ବିଜୟୀ ହୋଇଛି । ସେହିପରି ଫ୍ରାନ୍ସ ୩ ଥର ବିଜୟୀ ହୋଇଛି । ଏବଂ ଉଭୟଙ୍କ ମଧ୍ୟରେ ତିନୋଟି ମ୍ୟାଚ୍ ଡ୍ର ହୋଇଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମୁକାବିଲା ବର୍ଷ ୧୯୩୦ ବିଶ୍ବକପରେ ହୋଇଥିଲା । ଏହି ମ୍ୟାଚରେ ଆର୍ଜେଣ୍ଟିନା ୧-୦ରେ ଫ୍ରାନ୍ସକୁ ପରାସ୍ତ କରିଥିଲା ।

ଆର୍ଜେଣ୍ଟିନା ସ୍କ୍ବାଡ

ଗୋଲ କିପର : ଏମିଲିୟାନୋ ମାର୍ଟିନେଜ, ଗୋରୋନିମୋ ରୁଲ୍ଲୀ, ଫ୍ରେଂକୋ ଅରମାନୀ ।

ଡିଫେଣ୍ଡର: ନହୁଏଲ ମୋଲିନା, ଗୋଂଜାଲୋ ମୋଣ୍ଟିଏଲ, କ୍ରିଷ୍ଟିୟନ ରୋମେରୋ, ଜର୍ମନ ପେଜେଲା, ନିକୋଲସ ଓଟାମେଣ୍ଡୀ, ଲିସେଣ୍ଡ୍ର ମାର୍ଟିନେଜ, ମାର୍କୋସ ଏକ୍ୟୁନା, ନିକୋଲସ ଟୈଗୋଲିୟାଫିକୋ, ଜୁଆନ ଫୋୟଥ ।

ମିଡଫିଲଡର: ରୋଡ୍ରିଗୋ ଡି ପାଲ, ଲିଏଣ୍ଡ୍ରୋ ପେରେଡେସ, ଏଲେକ୍ସିସ ମୈକଏଲିଷ୍ଟର, ଗୁଇଡୋ ରୋଡ୍ରିଗ୍ଜ, ଏଲେଜାନ୍ଦ୍ର ଗୋମେଜ, ଏଞ୍ଜ ଫର୍ନାଡିଜ, ଏକ୍ସୋକ୍ୱିଏଲ ପଲାଜିୟୋସ ।

ଫରୱର୍ଡ: ଲିଓନେଲ ମେସୀ, ଏଜେଲ ଡି ମାରିୟା, ଲୁଟାରୋ ମାର୍ଟିନେଜ, ଜୁଲିୟନ ଅଲ୍ୱାରେଜ, ନିକୋଲସ ଗୋଞ୍ଜାଲେଜ, ଜୋକିନ କୋରିୟା, ପାଉଲୋ ଡାୟବାଲା ।

ଫ୍ରାନ୍ସ ସ୍କ୍ବାଡ

ଗୋଲକିପର: ଅଲଫୋଂସେ ଏରିଲୋ, ହ୍ୟୁଗୋ ଲୋରିସ, ସ୍ଟିୱ ମନଡାଡା ।

ଡିଫେଣ୍ଡର: ଲୁକାସ ହର୍ଣ୍ଣାଡେଜ, ଥିୟୋ ହର୍ଣ୍ଣାଡେଜ, ଇବ୍ରାହିମ କୋନାତେ, ଜୁଲ୍ସ କୋନ୍ଦେ, ବେଞ୍ଜାମିନ ପାୱର୍ଡ, ୱିଲିୟମ ସାଲିବା, ଦାୟୋତ ଉପାମେକାନୋ, ରାଫେଲ ବରାନେ ।

ମିଡଫିଲ୍ଡର: ଏଡୁଆର୍ଡୋ କାମାଭିଙ୍ଗା, ଯୋସେଫ ଫୋଫାନା, ମ୍ୟାଟେଓ ଗୁଣ୍ଡୁଜି, ଆଡ୍ରିଏନ୍ ରବିଓଟ୍, ଆରେଲିନ୍ ଟଚୁମେନି, ଜୋର୍ଡାନ ଭେରେଟୋଟ।

ଫରୱର୍ଡ : କରିମ୍ ବେଞ୍ଜେମା, କିଙ୍ଗସଲି କୋମନ୍, ଓସମାନ ଡେମ୍ବଲେ, ଅଲିଭିଆର ଜିରୋଡ, ଆଣ୍ଟୋଏନ୍ ଗ୍ରିଜମ୍ୟାନ୍, କିଲିଆନ୍ ମବାପେ, ମାର୍କସ୍ ଥୁରାମ, ରାଣ୍ଡଲେ କୋଲୋ ମୁଆନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.