ETV Bharat / sports

ଆଇପିଏଲ 14: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ

ଆଇପିଏଲର 14ତମ ସଂସ୍କରଣର ଦ୍ବିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟକ୍କର। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ। ଅଧିକ ପଢ଼ନ୍ତୁ...

author img

By

Published : Apr 10, 2021, 10:45 AM IST

ଆଇପିଏଲ 14: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା

ମୁମ୍ବାଇ: ଆଇପିଏଲର 14ତମ ସଂସ୍କରଣର ଦ୍ବିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟକ୍କର । ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଋଷଭ ପନ୍ତଙ୍କ ନେତୃତ୍ବରେ ଦିଲ୍ଲୀ ଦଳ ପଡ଼ିଆକୁ ଓହ୍ଲାଇବ । ଶ୍ରେୟସ ଆୟର ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବାରେ ଦିଲ୍ଲୀ ଦାୟିତ୍ବ ନେଇଛନ୍ତି ଋଷଭ ପନ୍ତ । ସେପଟେ ଗତ ଆଇପିଏଲରେ ହୋଇଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ। ବିଶେଷ କରି ଦଳ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବ।

ଆଇପିଏଲର 13ତମ ସଂସ୍କରଣର ଉପ ବିଜେତା ରହିଥିଲା ଦିଲ୍ଲୀ କ୍ୟାପିଟାଲ୍ସ ଦଳ। ଚଳିତ ସିଜିନରେ ଟାଇଟଲ ହାତେଇବାକୁ ପୂର୍ଣ୍ଣ ପ୍ରୟାସ କରିବ ଦଳ। ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କ ବ୍ୟାଟିଂ ସ୍ତରରେ ଉନ୍ନତି ହୋଇଛି। ତାଙ୍କ ପାୱାର ହିଟିଂ ବିଷୟରେ ସଭିଏଁ ଅବଗତ ଅଛନ୍ତି। ଏହାସହ ତାଙ୍କ ୱିକେଟ କିପିଂ କୌଶଳରେ ମଧ୍ୟ ଉନ୍ନତି ହୋଇଛି।

ରିକି ପଣ୍ଟିଂ ପ୍ରିଶିକ୍ଷଣରେ ଦଳ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ। ବ୍ୟାଟିଂ ଲାଇନ ମଜବୁତ କରିବାକୁ ଦଳରେ ସାମିଲ ହୋଇଛନ୍ତି ଷ୍ଟିଭ ସ୍ମିଥ । ଏହାଛଡ଼ା ପୃଥ୍ବୀ ଶ ମଧ୍ୟ ବିଜୟ ହଜାରେ ଟ୍ରଫିରେ ନିଜ ଆକ୍ରାମକ ବ୍ୟାଟିଂ ଦେଖାଇ ଚକିତ କରିଛନ୍ତି । ସେହିଭଳି ଅଭିଜ୍ଞ ବୋଲର ଇଶାନ୍ତ ଶର୍ମାଙ୍କ ନେତୃତ୍ବରେ ମାର୍କସ ଷ୍ଟୋନିସ ଓ ରବି ଚନ୍ଦ୍ରନ ଅଶ୍ବୀନ ଦଳ ବୋଲିଂ ବିଭାଗ ସମ୍ଭାଳିବେ।

ସେପଟେ ଗତ ଆଇପିଏଲରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ପିଚ ପଢ଼ିବାରେ ଫେଲ ମାରିଥିଲା ଦଳ। ସ୍ପିରନଙ୍କ ସଠିକ ଉପଯୋଗ କରି ପାରିନଥିଲା ଦଳ। ଚଳିତ ସିଜିନରେ କୌଣସି ଭୁଲ କରିବାକୁ ଚାହିଁବ ନାହିଁ ଦଳ। କ୍ୟାପେଟନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଦଳ ପ୍ରଥମ ମ୍ୟାଚ ଜିତି ମୋମେଣ୍ଟମ ନେବାକୁ ଚାହିଁବ । ଚଳିତ ସିଜିନରେ ଦଳରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଫାପ ଡୁ ପ୍ଲେସିସ। ଏଥିପାଇଁ ଦଳର ବ୍ୟାଟିଂ ଲାଇନ ମଜବୁତ ହେବ। ଏହାସହ ସୁରେଶ ରାଇନା ମଧ୍ୟ ଚଳିତ ବର୍ଷ ଦଳରେ ରହିଛନ୍ତି ଯିଏ ଗତଥର ବ୍ୟକ୍ତିଗତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲା।

ସେପଟେ ବୋଲିଂ ପାଇଁ ଦଳରେ ମିଶେ ସେଣ୍ଟନର ଓ ଇମରାନ ତାହିର ଭଳି ଅଭିଜ୍ଞ ବୋଲର ରହିଛନ୍ତି । ତାସାଙ୍ଗକୁ ଶାର୍ଦ୍ଦୁଲ ଠାକୁର ଓ ଡ୍ବେନ ବ୍ରାଭୋଙ୍କ କୌଶଳ ବୋଲିଂ ମଧ୍ୟ ଦଳକୁ ଅଧିକ ମଝବୁତ କରିବ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ଋଷଭ ପନ୍ତ (ଅଧିନାୟକ), ଶିଖର ଧୱନ, ପୃଥ୍ବୀ ଶ, ଆଜିଙ୍କ୍ୟ ରାହାଣେ, ଶିମରୋନ ହେଟମାୟେର, ମାର୍କସ୍ ଷ୍ଟୋଇନିସ୍, କ୍ରିସ୍ ୱୋକସ୍, ଆର ଅଶ୍ବିନ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଏନରିଚ ନର୍କିଆ, ଇଶାନ୍ତ ଶର୍ମା, ଆବେଶ ଖାନ, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କୁରାନ, ସାମ ବିଲିଂସ୍।

ଚେନ୍ନାଇ ସୁପର କିଙ୍ଗ୍ସ ଦଳ

ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ ଆସିଫ, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ ଡୁ ପ୍ଲେସି, ଇମରାନ ତାହିର, ଏନ ଜଗଦିଶନ, କର୍ଣ୍ଣ ଶର୍ମା, ଲୁଙ୍ଗି ନିଗିଡି, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ରୁତୁରାଜ ଗାୟକୱାଡ, ଶାର୍ଦ୍ଦୁଲ ଠାକୁର, ସାମ କୁରାନ, ଆର ସାଇ କିଶୋର, ମୋଇନ ଅଲି, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭାଗନାଥ ବର୍ମା, ସି ହରି ନିଶାନ୍ତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.