ମୁମ୍ବାଇ: ଆଇପିଏଲ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପରକିଙ୍ଗ୍ସକୁ ଧରାଶାୟୀ କରିଛି। ଏହି ମ୍ୟାଚରେ ଜବରଦସ୍ତ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍ସ ଓପନର ପୃଥ୍ବୀ ଶୋ ଓ ଶିଖର ଧାୱନଙ୍କ ଜବରଦସ୍ତ ପ୍ରଦର୍ଶନ ଦଳକୁ ଦେଇଛି ସହଜ ବିଜୟ । ନିଜ ଅଧିନାୟକତ୍ବର ପ୍ରଥମ ମ୍ୟାଚରେ ଋଷଭ ପନ୍ତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ।
ଶନିବାର ଆଇପିଏଲ 2021ର ଦ୍ବିତୀୟ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଟସ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିଲେ । ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି 188/7 କରିବା ପାଇଁ ସକ୍ଷମ ହୋଇଥିଲା । ଚେନ୍ନାଇ ଓପନର ଋତୁରାଜ ଗ୍ବାଏକୱାର୍ଡ ଓ ଫାଫ ଡୁପ୍ଲେସି ପ୍ରାରମ୍ଭରୁ ଦିଲ୍ଲୀ ବୋଲରଙ୍କୁ ମୁକାବିଲା କରିନପାରି ଆଉଟ ହୋଇଥିଲେ । ଉଭୟ ଓପନରୁ ହରାଇବା ଚେନ୍ନାଇରେ କ୍ରିଜରେ ପହଞ୍ଚିଥିଲେ ସୁରେଶ ରାଇନା । ସେ ଚମତ୍କାର ବ୍ୟାଟିଂ କରି 36 ବଲରେ 3 ଚୌକା ଓ 4 ଚୌକା ଜରିଆେ 54 ରନ କରି କରିଥିଲେ। ଦିଲ୍ଲୀ ପକ୍ଷରୁ ପେସ ବୋଲର ଅଭେଶ ଖାନ 2 ୱିକେଟ ନେଇଥିବାବେଳେ କ୍ରିସ ୱକ୍ସ ମଧ୍ୟ 2 ୱିକେଟ ନେଇଥିଲେ ।
ଚେନ୍ନାଇ ସୁପରକିଙ୍ଗ୍ସର 189 ରନ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଗତଥରର ରନରଅପ ଦିଲ୍ଲୀ କ୍ୟାପିଟାଲ୍ସ । ଏକ କଡା ଚ୍ୟାଲେଞ୍ଜପୂର୍ଣ୍ଣ ସ୍କୋରକୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଓପନର ପୃଥ୍ବୀ ଶୋ ଓ ଶିଖର ଧାୱନ ଅର୍ଦ୍ଧଶତକୀୟ ଇନିଂସ ଖେଳି ସହଜ ବିଜୟ ହାସଲ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଓପନର ଚେନ୍ନାଇ ବୋଲରଙ୍କୁ ପ୍ରାରମ୍ଭରୁ ପ୍ରହାର କରି ପୃଥ୍ବୀ ଶୋ 38 ବଲରେ 9 ଚୌକା ଓ 3 ଚୌକା 72 ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ଅନ୍ୟତମ ଓପନର ଶିଖର ଧାୱନ ମଧ୍ୟ ଧୂଆଁଧାର ବ୍ୟାଟିଂ କି 54 ବଲରେ 10 ଚୌକା ଓ 2 ଛକା ସହ 85 ରନ କରିଥିଲେ । ଯାହା ଦିଲ୍ଲୀ କ୍ୟାପିଟଲ୍ସର ଲକ୍ଷ୍ୟକୁ ଆହୁରୀ ସହଜ କରିଥିଲା । 18.4 ଓଭର ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ ହରାଇ 190/3 ବିଜୟ ହାସଲ କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଓପନରୁ ଚେନ୍ନାଇ ସୁପର କିଙ୍ଗ୍ସ କୌଣସି ବୋଲର ପ୍ରଭାବିତ କରିପାରିନଥିଲେ କେବଳ ସାଦ୍ଦୁଳ ଠାକୁର 2 ୱିକେଟ ହାସଲ କରିଥିଲେ । ସର୍ବାଧିକ 85 ରନ କରିଥିବା ଶିଖର ଧାୱନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଦିଆଯାଇଛି ।
ସଂକ୍ଷିପ୍ତ ସ୍କୋର: ସିଏସକେ 188/7 (ସୁରେଶ ରାଇନା 54,ମୋଇନ ଅଲ୍ଲୀ 36, ସାମ କରନ 34, ଅଭେଶ ଖାନ 2/23, କ୍ରିସ ୱକ୍ସ 2/18 )
ଦିଲ୍ଲୀ କ୍ୟାପିଟାଲ୍ସ 190/3 , 18.4 ଓଭର (ପୃର୍ଥ୍ବୀ ଶୋ 72, ଶିଖର ଧାୱନ 85, ସାର୍ଦ୍ଦୁଳ ଠାକୁର 2/53 )