ETV Bharat / sports

IPL 2021; ଦିଲ୍ଲୀକୁ ହରାଇ ନବମ ଥର ପାଇଁ ଫାଇନାଲରେ CSK

ଆଇପିଏଲର ଅନୁଷ୍ଠିତ ପ୍ରଥମ କ୍ବାଲିଫାୟର ମୁକାବିଲାରେ ସୁପରକିଙ୍ଗସ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । କ୍ୟାପିଟାଲ୍ସ ୫ ୱିକେଟ ହରାଇ ୧୭୨ ରନ କରିଥିଲା । ଏହାର ଜବାବରେ ୧୯.୪ ଓଭରରେ ୬ ୱିକେଟ ହରାଇ ବିଜୟ ହାସଲ କରିବା ସହିତ ନବମ ଥର ପାଇଁ ଫାଇନାଲରେ ଏଣ୍ଟ୍ରି ମାରିଛି ସିଏସକେ । ଅଧିକ ପଢନ୍ତୁ...

author img

By

Published : Oct 11, 2021, 8:21 AM IST

IPL2021; ଦିଲ୍ଲୀକୁ ହରାଇ ନବମ ଥର ପାଇଁ ଫାଇନାଲରେ ସିଏସକେ

ଦୁବାଇ: ସବୁ ଅପେକ୍ଷାର ଅନ୍ତ ଘଟାଇ ଚଳିତ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ଧୋନିବାହିନୀ । 'ମାହି ମାର ରାହା ହେ' ପିଲାବେଳେ ଧୋନିଙ୍କ ବ୍ୟାଟିଂ ପାଇଁ ତାଙ୍କୁ ଏହା କୁହାଯାଇଥିଲା । ଦଳକୁ ଯେବେ ବିଜୟର ଆବଶ୍ୟକତା ପଡିଛି ସେବେ ଧୋନି ତାଙ୍କ ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ଆଇପିଏଲର ଅନୁଷ୍ଠିତ ପ୍ରଥମ କ୍ବାଲିଫାୟର ମୁକାବିଲାରେ ସୁପରକିଙ୍ଗସ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । କ୍ୟାପିଟାଲ୍ସ ୫ ୱିକେଟ ହରାଇ ୧୭୨ ରନ କରିଥିଲା । ଏହାର ଜବାବରେ ୧୯.୪ ଓଭରରେ ୬ ୱିକେଟ ହରାଇ ବିଜୟ ହାସଲ କରିବା ସହିତ ନବମ ଥର ପାଇଁ ଫାଇନାଲରେ ଏଣ୍ଟ୍ରି ମାରିଛି ସିଏସକେ ।

ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସୁପରକିଙ୍ଗସ । ଦିଲ୍ଲୀର ପୃଥୀ ଶ' ଓ ଶିଖର ଧାୱନ ମୈଦାନକୁ ଓହ୍ଲାଇଥିଲେ । ଦୁଇଜଣ ୩୬ରନର ଭାଗିଦାରୀ ଗଠନ କରିଥିଲେ । ଧୱନ ୭ ରନ କରି ହେଜେଲଉଡଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ପୃଥୀ ତାଙ୍କ ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ଶ୍ରେୟାସ ଆୟାର ୧ ରନ ଓ ଅକ୍ଷର ପଟେଲ କିଛି ଭଲ ପ୍ରଦର୍ଶନ କରିନଥିଲେ । ସଅଳ ପାଭିଲିୟନ ଫେରିଥିଲେ । ପୃଥୀ ଶ' 27ଟି ବଲରେ ଅର୍ଦ୍ଧଶତକ କରିଥିଲେ । ଧୀରେ ଧୀରେ ଦିଲ୍ଲୀର ୱିକେଟ ପତନ ହୋଇଥିଲା । ପନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୭୨ରେ ପହଞ୍ଚାଇଥିଲେ । ସେ ୩୫ ବଲରେ ୩ଟି ଚୌକା ଓ ୨ଟି ଛକା କରି ୫୧ ରନ ହାସଲ କରିଥିଲେ ।

୧୭୩ ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ସିଏସକେ । ଓପନର ଫାଫ ଡୁ ପ୍ଲେସି ୧ ରନ କରି ଆଉଟ ହୋଇଥିଲେ । ଏହାପରେ ପଡିଆକୁ ଆସିଥିଲେ ଉଥପ୍ପା । ଋତୁରାଜ ଗାଏକ୍ବାଡଙ୍କ ସହ ମିଶି ସ୍ଥିତି ସୁଧାରି ଥିଲେ ଉଥପ୍ପା । ଉଭୟ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚକୁ ନିଜ ଆଡକୁ ନିମନ୍ତ୍ରଣ କରିଥିଲେ । ମଝିରେ ପୁଣି ହଠାତ୍ ମ୍ୟାଚ ଦିଲ୍ଲୀ ଆଡକୁ ଢଳିଥିଲା । ୧୧୩ରନ ବେଳେ ଉଥପ୍ପା ଆଉଟ ହୋଇଥିଲେ । ୬ରନ ମଧ୍ୟରେ ଚେନ୍ନାଇର ୨ଟି ୱିକେଟ ପତନ ହୋଇଥିଲା । ସାର୍ଦୁଳ ଠାକୁର ଖାତା ଖୋଲିପାରି ନଥିଲେ । ରାଇଡୁ ୧ ରନ କରି ଆଉଟ ହୋଇଥିଲେ । ଋତୁରାଜ ଦୃଢ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ଦଳୀୟ ସ୍କୋର ୧୪୯ ରନ କରି ଗାଏକ୍ବାଡ ଅଭେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ବାଜି ପଲଟି ଯାଇଥିଲା । ପଡିଆକୁ ଓହ୍ଲାଇଥିଲେ ମାହି । ଦେଖିବାକୁ ମିଳିଥିଲା ଧୋନି ଧମାକା । ୬ ବଲରେ ଅପରାଜିତ ଗୋଟିଏ ଛକା ଓ ୩ଟି ଚୌକା ମାରି ୨ଟି ବଲ ବାକିଥାଇ ଦଳକୁ ବିଜୟୀ କରିଥିଲେ ମାହି । ଧୋନୀଙ୍କ ପ୍ରଦର୍ଶନ ପ୍ରଶଂସକଙ୍କୁ ୱାର୍ଲକପ ବିଜୟର ସେ ଦିନ ମନେପକାଇ ଦେଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.