ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ (Indian Premier League) ଆଗାମୀ ସିଜିନ ପାଇଁ କୋଲକାତା ତରଫରୁ ପ୍ରଶିକ୍ଷକ ଭାର ସମ୍ଭାଳିବାକୁ ଯାଉଛନ୍ତି ଚନ୍ଦ୍ରକାନ୍ତ ପଣ୍ଡିତ । ଏନେଇ କୋଲକାତା ନାଇଟ ରାଇଡର୍ସ (Kolkata Knight Riders) ଫ୍ରେଞ୍ଚାଇଜ ଆଜି(ବୁଧବାର) ଘୋଷଣା କରିଛି । ନ୍ୟୁଜଲାଣ୍ଡର ବ୍ରେଣ୍ଡନ ମ୍ୟାକୁଲମ କୋଲକାତାର ପ୍ରଶିକ୍ଷକ ପଦ ଛାଡିବା ପରେ କୋଲକାତା ଏହି ପଦବୀକୁ ପୂରଣ କରିବାକୁ ଚାହୁଁଥିଲା । ଶେଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଆଗ ଧାଡିର ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ମୁଖ୍ୟ କୋଚ ଭାବରେ ଘୋଷଣା କରିଛି କୋଲକାତା ।
-
🚨 We have a new HEAD COACH!
— KolkataKnightRiders (@KKRiders) August 17, 2022 " class="align-text-top noRightClick twitterSection" data="
Welcome to the Knight Riders Family, Chandrakant Pandit 💜👏🏻 pic.twitter.com/Eofkz1zk6a
">🚨 We have a new HEAD COACH!
— KolkataKnightRiders (@KKRiders) August 17, 2022
Welcome to the Knight Riders Family, Chandrakant Pandit 💜👏🏻 pic.twitter.com/Eofkz1zk6a🚨 We have a new HEAD COACH!
— KolkataKnightRiders (@KKRiders) August 17, 2022
Welcome to the Knight Riders Family, Chandrakant Pandit 💜👏🏻 pic.twitter.com/Eofkz1zk6a
ଏନେଇ କେକେଆର ସିଇଓ ଭେଙ୍କି ମୈସୁର କହିଛନ୍ତି "ଆଗାମୀ ଆଇପିଏଲ ସିଜିନରେ ଚନ୍ଦୁ କୋଲକାତା ପରିବାର ତରଫରୁ ପ୍ରଶିକ୍ଷଣ ନେତୃତ୍ବ ନେବାରୁ ଯାଉଛନ୍ତି ଏଥିପାଇଁ ଆମେ ବହୁତ ଉତ୍ସାହିତ ଅଛୁ । ଆମେ ଆମର ଅଧିନାୟକ ଶ୍ରେୟାସ ଆୟାର ଏବଂ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଆଗାମୀ ଟିମ ଲିଡିଙ୍ଗକୁ ନେଇ ବହୁତ ଉତ୍ସାହିତ ଅଛୁ ।"
ସେହିପରି ଏହି ପ୍ରଶିକ୍ଷକ ଭାର ସମ୍ଭାଳିବା ପରେ ଚନ୍ଦ୍ରକାନ୍ତ ପଣ୍ଡିତ କହିଛନ୍ତି "ନିଜ ଉପରେ ଦାୟିତ୍ବ ସମ୍ପନ୍ନ ଏକ ସମ୍ମାନ ଏବଂ ସୌଭାଗ୍ୟର କଥା । ମୁଁ ବିନମ୍ରତା ଏବଂ ସକରାତ୍ମକତା ସହିତ ଆଗାମୀ ଆଇପିଏଲ ଚ୍ୟାଲେଞ୍ଜକୁ ଅପେକ୍ଷା କରିଛି । ଦଳର ସହଯୋଗୀ ଏବଂ ଖେଳାଳି ମାନଙ୍କର ଦଳ ପ୍ରତି ସର୍ମପଣର ଭାବନା ଦେଖି ମୁଁ ବହୁତ ଉତ୍ସାହିତ ଅଛି ।"
ପଣ୍ଡିତ ଚନ୍ଦ୍ରକାନ୍ତ ମଧ୍ୟପ୍ରଦେଶ କ୍ରିକେଟ ଦଳକୁ ପ୍ରଥମ ରଣଜୀ ଟ୍ରଫି ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ଏହା ସହିତ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରାୟ ୮୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି ।