ଦୁବାଇ: କିଛି ସମୟ ମଧ୍ୟରେ ଘୋଷଣା ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ର ନୂଆ ଦୁଇଟି ଟିମ ପାଇଁ ନିଲାମ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଦ୍ବାରା ଦୁବାଇରେ ନୂଆ ଦୁଇଟି ଟିମ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେଉଛି ।
"ମଞ୍ଚ ପ୍ରସ୍ତୁତ, ଦୁଇଟି ନୂଆ IPL ଟିମର ଘୋଷଣା ଖୁବଶୀଘ୍ର" BCCI ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି । ଆଇପିଏଲର ଆଗାମୀ ସଂସ୍କରଣରେ ନୂଆ ଦୁଇଟି ଟିମ ଅଂଶଗ୍ରହଣ କରିବେ । ଏଥିପ୍ରାୟ ପ୍ରାୟ ୧୦ଟି ପ୍ରମୁଖ କମ୍ପାନୀ ନୂଆ ଦୁଇଟି ଟିମର ମାଲିକାନା ହାତେଇବାକୁ ନିଲାମ ପ୍ରକ୍ରିୟାରେ ସାମିଲ ହେଇଥିବା ଜଣାପଡିଛି ।
-
The stage is set! 👍 👍
— BCCI (@BCCI) October 25, 2021 " class="align-text-top noRightClick twitterSection" data="
Bidding for the 2⃣ new IPL teams to commence shortly! pic.twitter.com/Vsu58ZA83d
">The stage is set! 👍 👍
— BCCI (@BCCI) October 25, 2021
Bidding for the 2⃣ new IPL teams to commence shortly! pic.twitter.com/Vsu58ZA83dThe stage is set! 👍 👍
— BCCI (@BCCI) October 25, 2021
Bidding for the 2⃣ new IPL teams to commence shortly! pic.twitter.com/Vsu58ZA83d
ଫୁଟବଲର ଲୋକପ୍ରିୟ କ୍ଳବ୍ ମାଞ୍ଚେଷ୍ଟର ୟୁନାଇଟେଡ୍ IPLର ଅଂଶ ହେବାକୁ ବିଶେଷ ଆଗ୍ରହ ପ୍ରକାଶ କରିଥିବା ଖବର ସାମ୍ନାକୁ ଆସିଥିଲା । ଏଥିପାଇଁ ବିସିସିଆଇ ITT କିଣିବାର ସମୟ ଅବଧିକୁ ଅକ୍ଟୋବର ୫ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।
ସନ୍ଧ୍ୟା ସୁଦ୍ଧା ନୂଆ ଦୁଇଟି IPL ଟିମର ପାଇଁ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା କମ୍ପାନୀଙ୍କ ନାମ ଓ ପୂର୍ବରୁ ବୋର୍ଡ ଦ୍ବାରା ଘୋଷଣା କରାଯାଇଥିବା ୬ଟି ସହର ମଧ୍ୟରୁ ନିଲାମରେ ବାଜିମାତ କରଥିବା କମ୍ପାନୀ କେଉଁ ସହରକୁ ଚୟନ କରିଛନ୍ତି ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ