ETV Bharat / sports

ଗାଭାସ୍କରଙ୍କ ଶେଷ ଇଚ୍ଛା, କହିଲେ ମୃତ୍ୟୁ ପୂର୍ବରୁ ଭଗବାନକୁ ମାଗିବି ଏହି ଦୁଇ ଜିନିଷ - ସୁନୀଲ ଗାଭାସ୍କର

ଟିଭି ପରଦାରେ ଜୀବନର ଶେଷ ଇଚ୍ଛା କହି ପ୍ରତିଟି କ୍ରିକେଟପ୍ରେମୀଙ୍କୁ କନ୍ଦାଇ ଦେଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର । ଅଧିକ ପଢନ୍ତୁ

gavaskar breaks down after get dhoni autograph
କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର
author img

By

Published : May 17, 2023, 4:56 PM IST

ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ତାଙ୍କ ଶେଷ ଇଚ୍ଛା ବିଷୟରେ କହି ସମସ୍ତଙ୍କ ଆଖି ଓଦା କରି ଦେଇଛନ୍ତି । ନକଟରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କ ସାର୍ଟରେ ଅଟୋଗ୍ରାଫ ଦେଇଥିଲେ । ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଉକ୍ତ ସାର୍ଟକୁ ଦେଖାଇ ସେ ଭାବବିହ୍ବଳ ହୋଇ ପଡିଥିଲେ । କହିଥିଲେ ମୃତ୍ୟୁ ପୂର୍ବରୁ 2ଟି ଘଟଣାକୁ ଶେଷ ଥର ପାଇଁ ମନେ ପକାଇବାକୁ ଚାହେଁ । କଣ ସନୀଙ୍କ ସେହି ଶେଷ ଇଚ୍ଛା ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ମୃତ୍ୟୁ ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ତାଙ୍କ ଶେଷ ଇଚ୍ଛା କହିଛନ୍ତି । ସେ କହିଛନ୍ତି, ''ମୃତ୍ୟୁ ପୂର୍ବରୁ 2ଟି ଘଟଣାକୁ ଶେଷ ଥର ପାଇଁ ମନେ ପକାଇବାକୁ ଚାହେଁ । ଗୋଟିଏ 1 983ରେ କପିଳ ଦେବ ବିଶ୍ବକପ ଟ୍ରଫି ଉଠାଇ ଧରୁଥିଲେ ଓ ଅନ୍ୟଟି 2011 ବିଶ୍ବକପରେ ମହେନ୍ଦ୍ର ସିଂହ ଧୋନୀ ଛକା ମାରି ଭାରତକୁ ବିଜୟ ଭେଟି ଦେଉଥିବାର ଦୃଶ୍ୟ । ଏହି ଦୁଇ ସୁନ୍ଦର ମୁହୂର୍ତ୍ତକୁ ମନ ପକାଇବା ପାଇଁ ଭଗବାନଙ୍କୁ ସମୟ ମାଗିବି ।'' ସୁନୀଲ ଗାଭାସ୍କରଙ୍କ ଏହି ଦୁଇ ପଦ କଥା ପ୍ରତ୍ୟେକ କ୍ରିକେଟପ୍ରେମୀଙ୍କୁ ଭାବ ବିହ୍ବଳ କିରିଥଲା ।

ଖାସି ସେତିକି ନୁହେଁ ଉକ୍ତ କାର୍ଯ୍ୟକ୍ରମରେ ସେ ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ମହେନ୍ଦ୍ର ସିଂହ ଧୋନୀ ଜଣେ ଏମିତିକା ମଣିଷ ଯିଏ ଜଣେ ଖେଳାଳି ଭାବେ ଭାରତୀୟ କ୍ରିକେଟ ଟିମ ପାଇଁ ବହୁତ କିଛି କରିଛନ୍ତି । ଯିଏ ଆଇପିଏଲରେ ଚେପକରେ ଚେନ୍ନାଇର ଶେଷ ଘରୋଇ ମ୍ୟାଚ ଦେଖିଥିବ ସେ ହିଁ ଜାଣିପାରିବ କ୍ୟାପ୍ଟେନ କୁଲଙ୍କୁ ଲୋକ କେତେ ଭଲ ପାଆନ୍ତି । ଚେପକେ ଚେନ୍ନାଇକୁ ସ୍ବତନ୍ତ୍ର ସମ୍ମାନ ଦିଆଯାଉଥିଲା ଏହି ସମୟରେ ମୁଁ ତାଙ୍କ ପାଖକୁ ଦୌଡି ଯାଇ ତାଙ୍କ ଅଟୋଗ୍ରାଫ ଆଣିଥିଲି । ଏହା ମୋ ପାଇଁ ବହୁତ କିଛି ବୋଲି କହିଥିଲେ ସୁନୀଲ ଗାଭାସ୍କର ।

ଏହା ବି ପଢନ୍ତୁ...IPL 2023: ଚେପକରେ ଚେନ୍ନାଇର ଶେଷ ଘରୋଇ ମ୍ୟାଚ, MSDଙ୍କଠୁ ଅଟୋଗ୍ରାଫ ନେଲେ ଗାଭାସ୍କର

ଏହା ବି ପଢନ୍ତୁ...IPL 2023: ଆଜି ଶିଖର-ୱାର୍ଣ୍ଣର ମୁକାବିଲା, ପଞ୍ଜାବ ପାଇଁ ଶେଷ ସୁଯୋଗ

ପ୍ରକାଶଥାଉ କି, ମେ 14 ତାରିଖରେ ଚଳିତ ଆଇପିଏଲ ସଂସ୍କରଣରେ ଚେନ୍ନାଇ ଚେପକରେ ତାର ଶେଷ ଘରୋଇ ମ୍ୟାଚ ଖେଳିଥିଲା । କୋଲକାତା ବିପକ୍ଷରେ ମ୍ୟାଚ ଖେଳାଯାଇଥିଲା । ଏହି ସମୟରେ ଜଣେ ଫ୍ୟାନ୍ସଙ୍କ ପରି ସୁନୀଲ ଗାଭାସ୍କର ଦୌଡି ଆସି ତାଙ୍କ ସାର୍ଟରେ ଧୋନୀଙ୍କ ଅଟୋଗ୍ରାଫ ନେଇଥିଲେ । ଏହି ସମୟର ଭିଡିଓ ସୋସିଆର ମିଡିଆରେ ଭାଇରାଲ ହେବାର ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.