ETV Bharat / sports

WPL 2023: ଖେଳସୂଚୀ ଜାରି କଲା BCCI, ମୁମ୍ବାଇ-ଗୁଜୁରାଟ ପ୍ରଥମ ମୁକାବିଲା

ମାର୍ଚ୍ଚ 4ରୁ ଆରମ୍ଭ ହେବ ମହିଳା ଆଇପିଏଲ । ଏନେଇ ବିସିସିଆଇ ଖେଳସୂଚୀ ଜାରି କରିଛି । ଅଧିକ ପଢନ୍ତୁ

author img

By

Published : Feb 15, 2023, 2:41 PM IST

schedule for Womens Premier League
WPL 2023

ନୂଆଦିଲ୍ଲୀ: ଆଉ କିଛି ଦିନର ଅପେକ୍ଷା । ମହିଳା ଆଇପିଏଲ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବ । ଏନେଇ ବିସିସିଆଇ ଖେଳସୂଚୀ ଜାରି କରିଛି । ମୋଟ 22ଟି ମ୍ୟାଚ ଖେଳାଯିବ । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଓ ଗୁଜୁରାଟ ଜାଏଣ୍ଟ୍ସ ମୁହାଁମୁହିଁ ହେବେ ।

ଟୁର୍ଣ୍ଣାମେଣ୍ଟରେ ମୋଟ 22ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ 20ଟି ଲିଗ ମ୍ୟାଚ ଖେଳାଯିବ । ମୋଟ 5ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଗୁଜୁରାଟ,ଆରସିବି, ୟୁପି ୱାରିୟର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଗ୍ରାଉଣ୍ଡରେ 11ଟି ଲେଖାଏଁ ମ୍ୟାଚ ଖେଳାଯିବ । ଡବଲ ରାଉଣ୍ଡ ରବିନ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ମାର୍ଚ୍ଚ 21 ତାରିଖରେ ଲିଗ ପର୍ଯ୍ୟାୟ ଶେଷ ହେବ । 24ରେ ଏଲିମିନେଟର ଓ ଦିନକ ପରେ ଅର୍ଥାତ 26 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

ଆଇପିଏଲ ଦ୍ବିତୀୟ ଦିନରେ ଡବଲ ମ୍ୟାଚ ଅଛି । ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ପରେ ଗୁଜୁରାଟ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ହେବ । ପଏଣ୍ଟ ତାଲିକାର ଶୀର୍ଷରେ ଥିବା ଦୁଇଟି ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବେ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ଏଲିମିନେଟରରେ ପରସ୍ପରକୁ ଭେଟିବେ ।

ଏହା ବି ପଢନ୍ତୁ...WPL 2023: କ୍ରିକେଟରଙ୍କୁ ମନ୍ତ୍ର ଦେବେ ସାନିଆ, RCB ମେଣ୍ଟର ନିଯୁକ୍ତ

ଚଳିତ ଆଇପିଏଲରେ ସ୍ମୃତି ମାନ୍ଧାନା ସବୁଠୁ ଦାମୀ ଖେଳାଳି । 3.2 କୋଟି ଟଙ୍କାରେ ତାଙ୍କୁ କ୍ରୟ କରିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଗତ 13 ତାରିଖରେ ମୁମ୍ବାଇର ଜିଓ କନଭେସନ ସେଣ୍ଟରରେ ନିଲାମୀ ପ୍ରକ୍ରିୟା ଆୟୋଜନ ହୋଇଥିଲା । ଏ ପର୍ଯ୍ୟନ୍ତ କୌଣସି ଦଳ ତାର ଅଧିନାୟକ ଘୋଷଣା କରିନାହାନ୍ତି । ଆଇପିଏଲ ନିଲାମୀରେ 5ଟି ଫ୍ରାଞ୍ଚାଇଜ ମୋଟ 87 ଜଣ ଖେଳାଳି କ୍ରୟ ହୋଇଛନ୍ତି । 30 ଜଣ ବିଦେଶୀ ଖେଳାଳି ରହିଛନ୍ତି । ଜଣେ ହେଲେ ବି ଓଡିଆ ଖେଳାଳି ବିକ୍ରି ହୋଇନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.