ନୂଆଦିଲ୍ଲୀ: ଆଇପିଏଲରୁ ବିରତି ନେଲେ ଭାରତୀୟ ସ୍ପିନର ଆର ଅଶ୍ବିନ୍ । କୋଭିଡ୍ -19 ମହାମାରୀ ସମୟରେ ନିଜ ପରିବାର ସହ ରହିବାକୁ ଚାହୁଁଥିବାରୁ ଚାଲିଥିବା ଆଇପିଏଲରୁ ବିରତି ନେଇଛନ୍ତି। ତାଙ୍କ ଆତ୍ମୀୟ ସ୍ବଜନ କୋଭିଡରେ ଆକ୍ରାନ୍ତ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି କି, ସୋମବାର ଠାରୁ ମୁଁ ଚଳିତ ଆଇପିଏଲରୁ ବିରତି ନେବି । ମୋର ପରିବାର କୋଭିଡ-19 ବିରୋଧରେ ଲଢେଇ କରୁଛନ୍ତି ଏବଂ ମୁଁ ଏହି କଠିନ ସମୟରେ ସେମାନଙ୍କୁ ସମର୍ଥନ କରିବାକୁ ଚାହୁଁଛି । ତେବେ ରବିବାର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ସୁପର ଓଭରରେ ତାଙ୍କ ଫ୍ରାଞ୍ଚାଇଜ୍ ସନ୍ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବା ପରେ ସେ ଟ୍ବିଟ୍ କରିଥିଲେ ।
ସେ କହିଛନ୍ତି ଯେ ଯଦି ଏହା ଠିକ୍ ଦିଗରେ ଯାଏ ତେବେ ମୁଁ ଖେଳିବାକୁ ଫେରିବି ବୋଲି ଆଶା କରୁଛି । ଚଳିତ ବର୍ଷ ଦିଲ୍ଲୀ କ୍ୟାପିଟାଲ ତରଫରୁ ଖେଳୁଛନ୍ତି ଆର ଅଶ୍ବିନ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ