ETV Bharat / sports

ଆଇପିଏଲରେ ଡିଭିଲିୟର୍ସଙ୍କ 5 ହଜାର ରନ ପୂରଣ - ଡେଭିଡ ୱାର୍ଣ୍ଣର

ଆଇପିଏଲରେ 5 ହଜାର ରନ ପୂରଣ କଲେ ଏବି ଡିଭିଲିୟର୍ସ । ବିଦେଶୀ ଖେଳାଳି ଭାବରେ ଆଇପିଏଲରେ ଏହିଭଳି ରେକର୍ଡ ହାସଲ କରିବାରେ ସେ ହେଉଛନ୍ତି ଦ୍ବିତୀୟ କ୍ରିକେଟର । ଅଧିକ ପଢ଼ନ୍ତୁ...

ଆଇପିଏଲରେ ଡିଭିଲିୟର୍ସଙ୍କ 5 ହଜାର ରନ ପୂରଣ
ଆଇପିଏଲରେ ଡିଭିଲିୟର୍ସଙ୍କ 5 ହଜାର ରନ ପୂରଣ
author img

By

Published : Apr 28, 2021, 10:46 PM IST

ଗାନ୍ଧୀନଗର: ଆଇପିଏଲରେ 5 ହଜାର ରନ ପୂରଣ କଲେ ଏବି ଡିଭିଲିୟର୍ସ । ବିଦେଶୀ ଖେଳାଳି ଭାବରେ ଆଇପିଏଲରେ ଏହିଭଳି ରେକର୍ଡ ହାସଲ କରିବାରେ ସେ ହେଉଛନ୍ତି ଦ୍ବିତୀୟ କ୍ରିକେଟର । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସେ ଏହି ରେକର୍ଡ ହାସଲ କରିଛନ୍ତି । ଦିଲ୍ଲୀ ବିପକ୍ଷରେ ସେ 42ଟି ବଲରେ ଦମଦାର 75 ରନ କରିଥିଲେ ।

ଏବି ଡିଭିଲିୟର୍ସଙ୍କ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାର୍ଣ୍ଣର ପ୍ରଥମ ବିଦେଶୀ ଖେଳାଳି ଭାବରେ 5 ହଜାର ରନ ପୂରଣ କରିଥିଲେ । କିଛି ଦିନ ପୂର୍ବେ ଆଇପିଏଲରେ 6 ହଜାର ପୂରଣ କରି ରେକର୍ଡ ହାସଲ କରିଥିଲେ ଆରସିବି ଅଧିନାୟକ ବିରାଟ କୋହଲି । ତାଙ୍କ ପଛକୁ ଚେନ୍ନାଇର ସୁରେଶ ରାଇନା ରହିଛନ୍ତି ସେ ଆଇପିଏଲରେ 5472 ରନ କରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଡି ଭିଲିୟର୍ସଙ୍କ 75 ରନ ବଳରେ ଆରସିବି ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି 170 ରନ କରିଥିଲା । ଏହାପରେ ରୋମାଞ୍ଚକ ଭାବରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 5 ୱିକେଟ ହରାଇ 171 ରନ କରିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ବିଜୟ ହାସଲ କରିବା ପରେ ପେଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.