ETV Bharat / sports

ଆଇପିଏଲ ମହାସମର: ଶ୍ରେଷ୍ଠ ବନାମ ଶ୍ରେଷ୍ଠ, ଚେନ୍ନାଇ-ମୁମ୍ବାଇ ମହାମୁକାବିଲା

author img

By

Published : May 1, 2021, 5:28 PM IST

ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଆଇପିଏଲ ଇତିହାସର ଦୁଇ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ...

IPL: Fierce rivals MI, CSK battle for supremacy
ଆଇପିଏଲ ମହାସମର: ଶ୍ରେଷ୍ଠ ବନାମ ଶ୍ରେଷ୍ଠ, ଚେନ୍ନାଇ-ମୁମ୍ବାଇ ମହାମୁକାବିଲା

ନୂଆଦିଲ୍ଲୀ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଶନିବାର ଖେଳାଯିବାକୁ ଯାଉଛି ଅନ୍ୟତମ ହାଇଭୋଲଟେଜ ମୁକାବିଲା । ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଆଇପିଏଲ ଇତିହାସର ଦୁଇ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ଆଇପିଏଲ ଇତିହାସରେ ଯେବେ ଯେବେ ଏହି ଦୁଇ ଦଳ ସାମ୍ନାସାମ୍ନି ହୋଇଛନ୍ତି, ଦେଖିବାକୁ ମିଳିଛି ତୀବ୍ର ପ୍ରତିନ୍ଦ୍ବନ୍ଦୀତା ।

ଦିଲ୍ଲୀର ବ୍ୟାଟିଂ ଅନୂକୂଳ ପିଚ୍‌ରେ ସ୍ଥିର ପ୍ରଦର୍ଶନକାରୀ ଦଳ ଭାବେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉଠିବା ଲକ୍ଷ୍ୟରେ ରହିଛି । ତେବେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଚେନ୍ନାଇକୁ ପରାଜିତ କରିବା ସହଜ ହେବନି । ଫଳରେ ଏହି ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ମୁମ୍ବାଇ କ୍ୟାମ୍ପର ଚିନ୍ତା ବଢାଇପାରନ୍ତି ଚେନ୍ନାଇର ଦୁଇ ଓପନର ଫାଫ ଡୁପ୍ଲେସିସ ଓ ଋତୁରାଜ ଗାଏକ୍ବାଡ । ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ୟାପଟେନ ଡୁପ୍ଲେସିସଙ୍କ ବ୍ୟାଟରୁ ଚଳିତ ଆଇପିଏଲରେ ରନ ବର୍ଷା ହେବାରେ ଲାଗିଛି । ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଋତୁରାଜ ମଧ୍ୟ ଏକାଧିକ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି । ଉଭୟ ଚେନ୍ନାଇ ବ୍ୟାଟିଂକୁ ମଜଭୁତ ପ୍ରଦାନ କରିବା ସହ ପ୍ରମୁଖ ସ୍ତମ୍ବ ପାଲଟିଛନ୍ତି । ଫଳରେ ମୁମ୍ବାଇର ଦୁଇ ଷ୍ଟାର ବୋଲର ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ବିପକ୍ଷରେ ଏହି ଲଢେଇ ବେଶ ରୋମାଞ୍ଚକର ହେବାନେଇ ଆଶା କରାଯାଉଛି ।

ଅନ୍ୟପଟେ ଚେନ୍ନାଇ ପାଇଁ ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ୍କୁ‌ ସାମ୍ନା କରିବା ଆହ୍ବାନ ହେବ ।

ସିଏସକେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବିଚକ୍ଷଣ ଅଧିନାୟକତ୍ବ ଓ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କ ଚମତ୍କାର ରଣନୀତି ମଧ୍ୟ ଦେଖିବାକୁ ମିଳିବ ।

ସ୍କ୍ବାଡ:

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା(କ୍ୟାପଟେନ), ଆଡାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅଙ୍କୁଲ ରୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧାୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ (ୱିକେଟ କିପର), ଜେମ୍ସ ନିଶାମ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମାର୍କୋ ଜାନସନ, ମୋହଶିନ ଖାନ, ନାଥନ କୁଲଟର-ନାଇଲ, ପିୟୁଷ ଚାୱଲା, କ୍ବିଣ୍ଟନ ଡି କକ୍‌ (ୱିକେଟ କିପର), ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଧିବୀର ସିଂହ ।

ଚେନ୍ନାଇ ସୁପର କିଙ୍ଗ୍ସ : ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ ଆସିଫ, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ ଡୁ ପ୍ଲେସିସ, ଇମରାନ ତାହିର, ଏନ ଜଗଦିଶନ, କର୍ଣ୍ଣ ଶର୍ମା, ଲୁଙ୍ଗି ନିଗିଡି, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ରୁତୁରାଜ ଗାଏକ୍ବାଡ, ଶାର୍ଦ୍ଦୁଳ ଠାକୁର, ସାମ କରନ, ଆର ସାଇ କିଶୋର, ମୋଇନ ଅଲି, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭାଗନାଥ ବର୍ମା, ସି ହରି ନିଶାନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.