ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଆଇପିଏଲ୍ ଭାରତରେ ଏକ ଶକ୍ତିଶାଳୀ କ୍ରୀଡା ଶିଳ୍ପ ଗଠନ ଏବଂ ଏହିପରି ଏକ ଇକୋସିଷ୍ଟମ୍ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହା କେବଳ ଟୁର୍ଣ୍ଣାମେଣ୍ଟ ସମୟରେ ନୁହେଁ ବରଂ ଖେଳ ସିଜିନ ପରେ ମଧ୍ୟ ବହୁତଜଣଙ୍କୁ ରୋଜଗାର ପ୍ରଦାନ କରୁଛି । ଯେମିତିକି ଲୋକେ ଟିକେଟ, ଲଜିଷ୍ଟିକ୍ସ, ଖାଦ୍ୟ, ସୁରକ୍ଷା, ବ୍ୟବସାୟ ଓ ଅଫସିଆଲ ୟୁନିଫର୍ମ ଇତ୍ୟାଦିରେ କାମ କରୁଛନ୍ତି । ଯେବେ ବର୍ଷ ୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲା, ସେତେବେଳେ ଲିଗ୍, କମ୍ପାନୀ ଓ ଫ୍ରାଞ୍ଚାଇଜଗୁଡିକ ବିଦେଶୀ ବ୍ୟକ୍ତିବିଶେଷଙ୍କୁ କାମରେ ନିୟୋଜିତ କରିଥିଲେ । କାରଣ ସ୍ଥାନୀୟ ପ୍ରତିଭାଙ୍କ ନିକଟରେ ବୃହତ ଟୁର୍ଣ୍ଣାମେଣ୍ଟ ଚଳାଇବାକୁ ପର୍ଯ୍ୟାପ୍ତ ଅନୁଭବ କିମ୍ବା ଅଭିଜ୍ଞତା ନଥିଲା । ମାତ୍ର ଏବେ ଏଥିରେ ଅନେକ ପରିବର୍ତ୍ତନ ଆସିଛି । ଆଜି ଆଇପିଏଲରେ କାମ କରୁଥିବା ଅଧିକାଂଶ କର୍ମଚାରୀ ଭାରତୀୟ ଅଟନ୍ତି ।
ଅଧିକାଂଶ ଆଇପିଏଲ୍ ମାଲିକ ହେଉଛନ୍ତି ଶିଳ୍ପପତି କିମ୍ବା ପ୍ରତିଷ୍ଠିତ ଚଳଚ୍ଚିତ୍ର ତାରକା । ଏମାନଙ୍କୁ ମଧ୍ୟ ଏକ ସ୍ପୋର୍ଟ୍ସ ଲିଗ୍ ଚଳାଇବାରେ କୌଣସି ଅଭିଜ୍ଞତା ନଥିଲା । ମାତ୍ର ସମୟ ସହିତ ସେମାନେ ମଧ୍ୟ ବିକଶିତ ହୋଇଛନ୍ତି । ଆଇପିଏଲର ପଞ୍ଚଦଶ ସଂସ୍କରଣରେ ଫ୍ରାଞ୍ଚାଇଜ ଶତ ପ୍ରତିଶତ ପେଷାଦାର ଭାବେ ଚଳାଯାଉଛି ଓ ବିଶେଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛନ୍ତି । ଫିଟ୍ନେସ ଟ୍ରେନର ହୁଅନ୍ତୁ, ଫିଜିଓଥେରାପିଷ୍ଟ ହୁଅନ୍ତୁ, ଟୁର୍ଣ୍ଣାମେଣ୍ଟ ଅପରେସନ ଷ୍ଟାଫ ହୁଅନ୍ତୁ, ଫଟୋଗ୍ରାଫର କିମ୍ବା ଭିଡିଓ ଗ୍ରାଫର, ଏପରି ଏକ୍ସପର୍ଟ ରହିଛନ୍ତି ଯେଉଁମାନେ ଅନ୍ୟ ବିଶ୍ବସ୍ତରୀୟ ଲିଗ ପରି ଆଇପିଏଲ ଚଳାଇବାକୁ ବିଭିନ୍ନ ବିଭାଗର ଧ୍ୟାନ ରଖୁଛନ୍ତି । ଆଇପିଏଲ କେବଳ କ୍ରିକେଟର ବୃଦ୍ଧି କରିଛି ତା ନୁହେଁ ବରଂ ଲିଗ୍ର ଯୋଗଦାନ ଆହୁରି ଅଧିକ ରହିଛି । ଆଇପିଏଲ ହକି, ଫୁଟବଲ, ବ୍ୟାଡ୍ମିଣ୍ଟନ, କୁସ୍ତି, କବାଡି, ବ୍ୟାଡ୍ମିଣ୍ଟନକୁ ମଧ୍ୟ ନିଜର ଲିଗ ଆରମ୍ଭ କରିବାକୁ ପ୍ରେରିତ କରିଛି । ଅଧିକ ସଂଖ୍ୟକ ଲିଗ୍ର ଅର୍ଥ ସ୍ପୋର୍ଟ୍ସ ଇକୋସିଷ୍ଟମ୍ରେ ସାମିଲ ଲୋକଙ୍କ ପାଇଁ ଅଧିକ ନିଯୁକ୍ତି ଅବସର ସୃଷ୍ଟି କରିବା । କାରଣ ଲୋକମାନେ ବର୍ତ୍ତମାନ ଖେଳକୁ ଗମ୍ଭୀର ବିନିଯୋଗ ଏବଂ ମାର୍କେଟିଂ ଖର୍ଚ୍ଚ ସହିତ ଏକ ବର୍ଷର କାର୍ଯ୍ୟକଳାପ ଭାବରେ ଦେଖୁଛନ୍ତି ।
ଆଇପିଏଲର ଏହା ପଞ୍ଚଦଶ ସଂସ୍କରଣ ଜାରି ରହିଛି । ମାତ୍ର ଏହା ପୂର୍ବରୁ ଏପରି କମ ହୋଇଛି ଯେ କୌଣସି ଏକ ଆଇପିଏଲ ସଂସ୍କରଣ ନିର୍ବାବାଦୀୟ ରହିଛି । ପ୍ରତ୍ୟେକ ବର୍ଷ କ'ଣ ଟୁର୍ଣ୍ଣାମେଣ୍ଟ ନିଜର ଚମକ ହରାଇସାରିଛି , କ'ଣ ପ୍ରାୟୋଜକ ଏବେ ବି ଉତ୍ସୁକ ଅଛନ୍ତି ଓ କ'ଣ ଦର୍ଶକ ଏବେବି ରୁଚି ରଖୁଛନ୍ତି ଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୁଏ । ମାତ୍ର ଆଇପିଏଲ ସମସ୍ତ ବିବାଦ ଓ ଏପରିକି ମହାମାରୀର ମଧ୍ୟ ସଫଳ ସାମ୍ନା କରିଛି । ବିଶେଷ ରୂପେ ଆଇପିଏଲ ସଂଯୁକ୍ତ ରାଷ୍ଟ୍ର ଆରବ ଅମିରାତ(UAE)ରେ ଶକ୍ତିଶାଳୀ ବୟୋବବଲ ମଧ୍ୟରେ ଏସିଆରେ ଆୟୋଜିତ ହୋଇଥିବା ପ୍ରଥମ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଏକ ହୋଇଥିଲା ।
ଏହି ସଂସ୍କରଣ ସହିତ, ଆଇପିଏଲ ୧୦ଟି ଟିମ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ ହୋଇଛି ଓ ନୂଆ ଦୁଇଟି ଟିମର ମାଲିକାନା ହାତେଇବାକୁ ନିଲାମରେ ପ୍ରାଞ୍ଚାଇଜ ବହୁମାତ୍ରାରେ ଅର୍ଥବ୍ୟୟ କରିଛନ୍ତି । ଆଇପିଏଲ ମିଡିଆ ଅଧିକାର ଅନୁମୋଦନ ପାଇଁ ଶୀଘ୍ର (ITT) ଆବେଦନ ଜାରି ହେବ ଓ ବିଶେଷଜ୍ଞଙ୍କ ମତରେ ଆଗାମୀ ପାଞ୍ଚବର୍ଷ(୨୦୨୩-୨୦୨୭) ସମୟ ପର୍ଯ୍ୟନ୍ତ ଅଧିକାର ହାସଲ କରିବାର ମୂଲ୍ୟ ପ୍ରାୟ ୫୦,୦୦୦ କୋଟି ଟଙ୍କା ହୋଇପାରେ । ବର୍ଷ ୨୦୧୮-୨୦୨୨ ପାଇଁ ବର୍ତ୍ତମାନର ଅଧିକାର ହାସଲକାରୀଙ୍କ ୧୬,୩୪୭.୫ କୋଟି ଟଙ୍କା ନିଲାମ ଠାରୁ ଅନେକ ଅଧିକ ।
ଏଥିସହିତ ଫ୍ରାଞ୍ଚାଇଜଗୁଡିକ ପାଇଁ ନିବେଶରେ କୌଣସି କମ ନାହିଁ । କାରଣ ଅନେକ ବ୍ରାଣ୍ଡ୍ ଓ ପ୍ରଡକ୍ଟ ଏବେ ଆଇପିଏଲ ସହିତ ଯୋଡି ହେବାକୁ ଲକ୍ଷ୍ୟ ରଖିଛନ୍ତି । ଫଳରେ ଏହା ଦର୍ଶାଉଛି ଯେ ଲିଗ୍ର ବ୍ରାଣ୍ଡ୍ ମୂଲ୍ୟ ଆହୁରି ବୃଦ୍ଧିହେବାକୁ ଯାଉଛି । ସାମଗ୍ରିକ ଭାବେ କହିଲେ ଆଇପିଏଲ ନିଜର ଏକ ବଜାର ବନାଇଛି, ଖେଳର ମାହୋଲକୁ ମଝବୁତ କରିଛି ଓ ହଜାର ହଜାର ଲୋକଙ୍କୁ ରୋଜଗାର ଦେଇଛି । ଭବିଷ୍ୟତରେ ମଧ୍ୟ ଏହି ସଂଖ୍ୟାରେ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଆସନ୍ତାବର୍ଷ ଠାରୁ ୬ ଟିମ ବିଶିଷ୍ଟ ମହିଳା ଆଇପିଏଲ ଆୟୋଜିତ କରିବାକୁ ମଧ୍ୟ ଯୋଜନା କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ