ETV Bharat / sports

ଆଇପିଏଲ୍‌ ଇତିହାସରେ ସବୁଠାରୁ ମହଙ୍ଗା ପ୍ୟାଟ୍‌ କମିନ୍ସ, ୨୦.୫୦ କୋଟିରେ କିଣିଲା SRH

author img

By ETV Bharat Odisha Team

Published : Dec 19, 2023, 2:28 PM IST

Updated : Dec 19, 2023, 3:29 PM IST

IPL 2024 Auction: ଆଇପିଏଲ୍‌ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହେଲେ ପ୍ୟାଟ୍‌ କମିନ୍ସ । କମିନ୍ସଙ୍କୁ ୨୦.୫୦ କୋଟିରେ କିଣିଲା ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) । ଅଧିକ ପଢନ୍ତୁ

ଆଇପିଏଲ୍‌ ଇତିହାସରେ ସବୁଠାରୁ ମହଙ୍ଗା ପାଲଟିଲେ ପ୍ୟାଟ୍‌ କମିନ୍ସ

ହାଇଦ୍ରାବାଦ: ଦୁବାଇର କୋକାକୋଲା ଏରିନାରେ ଜାରି ରହିଛି ଆଇପିଏଲ୍‌ ୨୦୨୪ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା । ତେବେ ଏହାର ଦ୍ବିତୀୟ ସେଟ୍‌ରେ ଲେଖା ହୋଇଛି ଇତିହାସ । ଆଇପିଏଲ୍‌ ଇତିହାସରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ । ୨୦.୫୦ କୋଟିରେ କମିନ୍ସଙ୍କୁ କିଣିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ପ୍ୟାଟ୍‌ କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ରହିଥିଲା ୨ କୋଟି ।

  • 𝑻𝒉𝒊𝒔 𝒍𝒊𝒕𝒕𝒍𝒆 PAT 𝒐𝒇 𝒍𝒊𝒇𝒆 𝒊𝒔 𝒄𝒂𝒍𝒍𝒆𝒅 𝑯𝒂𝒑𝒑𝒊𝒏𝒆𝒔𝒔 🧡

    Welcome, Cummins! 🫡#HereWeGOrange pic.twitter.com/qSLh5nDbLM

    — SunRisers Hyderabad (@SunRisers) December 19, 2023 " class="align-text-top noRightClick twitterSection" data=" ">

ଆଇପିଏଲ୍‌ ୨୦୨୪ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟାରେ ଦ୍ବିତୀୟ ସେଟ୍‌ରେ ରହିଥିଲା ବିଶ୍ବକପ୍‌ ବିଜୟୀ କଙ୍ଗାରୁ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ନାମ । ତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଇପ୍ଏଲ୍‌ର ସବୁଠାରୁ ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟ କମିନ୍ସଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଗ୍ରହ ଦେଖାଇଥିଲା । ହେଲେ ଆର୍‌ସିବି ବିଡ୍‌ରେ ପ୍ରବେଶ କରିବା ମାତ୍ରେ ଚେନ୍ନାଇ ଏଥିରୁ ବାହାରି ଯାଇଥିଲା । ଏହାପରେ ଆର୍‌ସିବି ଓ ଏସ୍‌ଆର୍‌ଏଚ୍‌ ମଧ୍ୟରେ ଲାଗିଥିଲା ବାଜି । ଉଭୟ ଫ୍ରାଞ୍ଚାଇଜ୍‌ ଯଥେଷ୍ଟ ଆଗ୍ରହର ସହ ବିଡ୍‌ ଡାକି କମିନ୍ସଙ୍କୁ ସବୁଠାରୁ ମହଙ୍ଗା ଖେଳାଳି କରାଇଥିଲେ । ଶେଷରେ ୨୦.୫୦ କୋଟି ଟଙ୍କାରେ କମିନ୍ସଙ୍କୁ ଏସ୍‌ଆର୍‌ଏଚ୍‌ ନିଜ ଦଳରେ ସାମିଲ କରାଇଥିଲା । ଆଇପିଏଲ୍‌ ଇତିହାସରେ ଏତେ ଟଙ୍କାରେ କୌଣସି ଖେଳାଳି ବିକ୍ରି ହୋଇନଥିଲେ । ପୂର୍ବ ବର୍ଷର ମହଙ୍ଗା ଖେଳାଳି ବେନ୍‌ ଷ୍ଟୋକ୍ସ ଏବଂ ସାମ୍‌ କରନଙ୍କ ରେକର୍ଡକୁ ଟପିଛନ୍ତି ପ୍ୟାଟ୍‌ କମିନ୍ସ । ଆଇପିଏଲ୍‌ ପ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦ୍‌ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ।

୨୦୧୪ରେ ଆଇପିଏଲ୍‌ ଡେବ୍ୟୁ କରିଥିବା ପ୍ୟାଟ୍‌ କମିନ୍ସ ଦ୍ରୁତ ଗତିରେ ବୋଲିଂ କରି ଯେତିକି ୱିକେଟ୍‌ ଦଖର କରିବାର କ୍ଷମତା ରଖନ୍ତି, ସେତିକି ମଧ୍ୟ ବ୍ୟାଟିଂ କରିବାର ଅଭିଜ୍ଞତା ରଖିଛନ୍ତି । ସେ ଆଇପିଏଲ୍‌ରେ ୪୨ ମ୍ୟାଚ୍‌ ଖେଳି ବ୍ୟାଟିଂରେ ୩୭୯ ରନ୍‌ ସ୍କୋର କରିଥିବା ବେଳେ ଅପରାଜିତ ୬୬ ରନ୍‌ କରିବା ତାଙ୍କ ଆଇପିଏଲ୍‌ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ସେହିଭଳି ବୋଲିଂରେ ସେ ଏପର୍ଯ୍ୟନ୍ତ ୪୫ ୱିକେଟ୍‌ ଦଖଲ କରିଛନ୍ତି । କମିନ୍ସ ଶେଷ ଥର ପାଇଁ ଆଇପିଏଲ୍‌ ୨୦୨୨ରେ ନଜର ଆସିଥିଲେ । କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିବା ଏହି ଅଲରାଉଣ୍ଡର ବିସ୍ଫୋରକ ବ୍ୟାଟିଂ କରି କେବଳ ୧୪ ବଲରୁ ଅର୍ଦ୍ଧଶତକ ଅର୍ଜନ କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...IPL ଇତିହାସରେ ପ୍ରଥମ ମହିଳା ନିଲାମୀଧାରୀ ମଲିକା ସାଗର, ଜାଣନ୍ତୁ ସେ କିଏ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2023, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.