ରାଞ୍ଚି: ଉପାନ୍ତ ଅଞ୍ଚଳରେ ପୂରଣ ହେଉଛି ବଡ଼ ସ୍ୱପ୍ନ । ଆଇପିଏଲ ଖେଳିବେ ଆଦିବାସୀ ଯୁବକ । ମାଓ ଅଧ୍ୟୁଷିତ ଅଞ୍ଚଳରୁ ଆରମ୍ଭ କରିବେ ତାଙ୍କ ଆଇପିଏଲ ଯାତ୍ରା । ଝାଡ଼ଖଣ୍ଡର ରବିନ ମିଞ୍ଜଙ୍କୁ 3.60 କୋଟି ଟଙ୍କାରେ ନିଜ କ୍ୟାମ୍ପ୍ରେ ସାମିଲ କରିଛି ଗୁଜୁରାଟ ଟାଇଟନ୍ସ । ଆଇପିଏଲ ନିଲାମୀ ପରେ ଲାଇମ ଲାଇଟକୁ ଆସିଛନ୍ତି ଝାଡଖଣ୍ଡର ଓ୍ବକେଟକିପର ଅଲରାଉଣ୍ଡର ରବିନ ମିଞ୍ଜ । ସେ ହେଉଛନ୍ତି ଝାଡଖଣ୍ଡର ପ୍ରଥମ ଆଦିବାସୀ ଖେଳାଳି, ଯିଏ କି ଆନ୍ତର୍ଜାତୀୟ ସ୍ତରୀୟ କ୍ରିକେଟ୍ ଲିଗ୍ ଖେଳିବାର ସୁଯୋଗ ପାଇଛନ୍ତି । ରବିନ୍ ଗତ ସାତ ବର୍ଷ ଧରି ରାଞ୍ଚିରେ କ୍ରିକେଟ୍ ଖେଳୁଥିଲେ । ତାଙ୍କର ଘର ଗୁମଲା ଜିଲ୍ଲାର ଏକ ଛୋଟ ଗାଁରେ । 21 ବର୍ଷିୟ ରବିନ୍ ସାତ ବର୍ଷ ହେବ ରାଞ୍ଚିରେ କ୍ରିକେଟ୍ ଖେଳୁଥିଲେ । ଏବେ ସେ ଆଇପିଏଲ ଖେଳିବାର ସୁଯୋଗ ପାଇବା ପରେ କୋଟିପତି ହୋଇଛନ୍ତି । ରବିନଙ୍କୁ ରାଞ୍ଚିର କ୍ରିସ୍ ଗେଲ ବୋଲି ବି କୁହାଯାଏ ।
ଆଇପିଏଲରେ ନିଲାମୀ ପରେ ଚର୍ଚ୍ଚାକୁ ଆସିଛନ୍ତି ରବିନ ମିଞ୍ଜ । ଯେତେବେଳେ ତାଙ୍କୁ 6 ବର୍ଷ ହୋଇଥିଲା ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ରବିନଙ୍କ ବାପା ଫ୍ରାନ୍ସିସ୍ ଜାଭିୟର୍ ମିଞ୍ଜ ପୂର୍ବତନ ସେନା କର୍ମୀ । ବର୍ତ୍ତମାନ ସେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ପୁରା ପରିବାର ଗୁମ୍ଲାର ରାଇଡିହ ବ୍ଲକର ସିଲାମ ପାଣ୍ଡାନ୍ତଟୋଲିରେ ରୁହନ୍ତି ।
ଏହା ମଧ୍ୟ ପଢନ୍ତୁ-କେଏଲ ରାହୁଲଙ୍କ ନୂଆ ରେକର୍ଡ, ଦ୍ବିତୀୟ ଭାରତୀୟ ଓ୍ବିକେଟ କିପର ଭାବେ ODIରେ 1000 ରନ ପୂରଣ
ରବିନଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେବି ସ୍ବଚ୍ଛଳ ନୁହଁ । ରବିନ୍ଙ୍କ ଭାଇ ପ୍ରକାଶ ମିଞ୍ଜ ଗଣମାଧ୍ୟମକୁ କହିଛନ୍ତି ଯେ, ପିଲାଟିଦିନରୁ କ୍ରିକେଟ୍ ପ୍ରତି ରବିନର ବେଶ ଆଗ୍ରହ ଥିଲା। ଘରେ ଚୁଲିରେ ଜଳୁଥିବା କାଠକୁ ନେଇ ସେ ବ୍ୟାଟ ତିଆରି କରେ । ଏହାପରେ ତାକୁ ନେଇ କ୍ରିକେଟ ଖେଳେ । ତାର ଉତ୍ସାହକୁ ଦେଖି ବାପା ତାକୁ ଏକ ବ୍ୟାଟ୍ କିଣିକି ଦେଇଥିଲେ । ପରେ ରାଞ୍ଚିରେ ସେ କ୍ରିକେଟ୍ କୋଚିଂ ନେଇଥିଲା । ଦଶମ ଶ୍ରେଣୀ ପାଠ ଶେଷ କରିବା ପରେ କ୍ରିକେଟକୁ ବ୍ରତ ଭାବେ ଗ୍ରହଣ କରିଥିଲା ସେ ।
ରବିନଙ୍କ ମୂଳ ଦର ଥିଲା 20 ଲକ୍ଷ: ଆଇପିଏଲ୍ ନିଲାମୀରେ ରବିନଙ୍କ ମୂଳ ଦର ଥିଲା 20 ଲକ୍ଷ । ପ୍ରଥମେ ଚେନ୍ନାଇ ଟିମ୍ ତାଙ୍କୁ ନେବାକୁ ଡାକ ଦେଇଥିଲା । ପରେ ମୁମ୍ବାଇ 2.60 କୋଟିରେ ଟଙ୍କାରେ ଡାକ ଲଗାଇଥିଲା । ପରେ ହାଇଦ୍ରାବାଦ ମଧ୍ୟ ଡାକ ଲଗାଇ ପଛଘୁଞ୍ଚା ଦେଇଥିଲା । ଶେଷରେ ଗୁଜୁରାଟ ତାଙ୍କୁ 3.60 କୋଟି ଟଙ୍କାରେ କ୍ରୟ କରିଥିଲା ।
ରବିନଙ୍କ ଆଦର୍ଶ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି: ଧୋନିଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି ରବିନ । ସେ ଧୋନିଙ୍କ ପିଲା ଦିନର କୋଚ ଚଞ୍ଚଳ ଭଟ୍ଟାଚାର୍ଯ୍ୟଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ରବିନ ଲଣ୍ଡନ ଯାଇଥିଲେ ।