ETV Bharat / sports

ଷ୍ଟୋକ୍ସଙ୍କ ବିକଳ୍ପ କିଏ ? ଜାଣନ୍ତୁ କାହା ଉପରେ CSK ନଜର - ରଚିନ୍ ରବୀନ୍ଦ୍ର

ବେନ୍‌ ଷ୍ଟୋକ୍ସଙ୍କ ବିକଳ୍ପ ଖୋଜୁଛି ଚେନ୍ନାଇ ସୁପର କିଙ୍ଗସ୍‌ । ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ରଚିନ୍ ରବୀନ୍ଦ୍ର କିମ୍ବା ଡେରାଇଲ ମିଚେଲଙ୍କ ଉପରେ ଟିମ୍‌ ମ୍ୟାନେଜ୍‌ମେଣ୍ଟର ନଜର । ଅଧିକ ପଢ଼ନ୍ତୁ

କାହା ଉପରେ ରହିବ CSK ନଜର
କାହା ଉପରେ ରହିବ CSK ନଜର
author img

By ETV Bharat Odisha Team

Published : Dec 4, 2023, 10:30 PM IST

ହାଇଦ୍ରାବାଦ: ଆଇପିଏଲ୍‌ ୨୦୨୪କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା ଓ ଆଲୋଚନା । ଟ୍ରେଡ ୱିଣ୍ଡୋ ଶେଷ ହେବା ପରେ ସମସ୍ତ ୧୦ ଦଳ ନିଜ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ ରଖି ଅନ୍ୟ ଖେଳାଳିଙ୍କୁ ରିଲିଜ କରିଛନ୍ତି । ଡିସେମ୍ବର ୧୯ରେ ଆଇପିଏଲ୍‌ ୨୦୨୪ ପାଇଁ ନିଲାମୀ ପ୍ରକ୍ରିୟା ହେବାକୁ ଥିବାବେଳେ ଏଥିପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଦଳ ଗୁଡ଼ିକ । ବିଭିନ୍ନ ଦଳ କିଛି ଷ୍ଟାର ପ୍ଲେୟରଙ୍କୁ ରିଲିଜ କରିଥିବାବେଳେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଚେନ୍ନାଇ ସୁପର କିଙ୍ଗସ୍‌ (CSK) ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ରିଲିଜ୍‌ । ଆସନ୍ତା ଆଇପିଏଲ୍‌ ସିଜନ ପାଇଁ ଷ୍ଟୋକ୍ସଙ୍କୁ ଦଳରୁ ରିଲିଜ କରିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଯଦିଓ ଇଂଲଣ୍ଡର ଏହି ଷ୍ଟାର ଅଲରାଉଣ୍ଡର ଆଇପିଏଲ୍‌ ୨୦୨୪ ପାଇଁ ଅକ୍ସନରେ ନିଜ ନାମ ରଖିନାହାନ୍ତି, ହେଲେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ସିଏସ୍‌କେ ବଡ଼ ମାଇଣ୍ଡ ଗେମ୍ ଖେଳିବାକୁ ଲକ୍ଷ୍ୟ ରଖିଛି ।

ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ୍‌ ଆଇପିଏଲ୍‌ ଇତିହାସର ଏକ ସଫଳତମ ଦଳ । ହେଲେ ୧୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ କିଣିଥିବା ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟାକ୍ସ ବିଫଳ ହେବାପରେ ତାଙ୍କ ବିକଳ୍ପ ଖୋଜୁଛି ମ୍ୟାନେଜ୍‌ମେଣ୍ଟ । ତେବେ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ ‌୨୦୨୩ରେ ଦମଦାର ପ୍ରଦର୍ଶନ କରିଥିବା ଦୁଇ ଷ୍ଟାର ଅଲରାଉଣ୍ଡରଙ୍କ ଉପରେ ନଜର ରଖିଛି ସିଏସ୍‌କେ । ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ରଚିନ୍ ରବୀନ୍ଦ୍ର କିମ୍ବା ଡେରାଇଲ ମିଚେଲଙ୍କୁ ଦଳରେ ସାମିଲ କରିପାରେ ଚେନ୍ନାଇ ସୁପର କିଙ୍ଗସ୍‌ । ଦିନିକିଆ ବିଶ୍ବକପ୍‌ରେ ୩ଟି ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଷ୍ଟାର ଅଲରାଉଣ୍ଡର ରଚିନ୍ ଭାରତୀୟ ବଂଶୋଦ୍ଭବ ହୋଇଥିବାବେଳେ ଆସନ୍ତା ସିଜନ୍‌ ପାଇଁ ସମସ୍ତ ଫ୍ରାଞ୍ଚାଇଜ ଲକ୍ଷ୍ୟରେ ରହିଛନ୍ତି । ଏହା ବ୍ୟତୀତ ଘରୋଇ ଭାରତ ବିପକ୍ଷରେ ଭାରତ ମାଟିରେ ଦମଦାର ଶତକ ହାସଲ କରିଥିବା ଡେରାଲ ମିଚେଲଙ୍କ ପାଇଁ ମଧ୍ୟ ବଡ଼ ବିଡ୍‌ ଲାଗିପାରେ । ଉଭୟଙ୍କ ମଧ୍ୟରୁ ଜଣକୁ ବେନ୍ ଷ୍ଟୋକ୍ସଙ୍କ ବିକଳ୍ପ ଭାବରେ ସିଏସ୍‌କେ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରିବ ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ଟିମ୍‌ର ସର୍ବାଧିକ ବଜେଟ୍ ୧୦୦ କୋଟିକୁ ବୃଦ୍ଧି, ଜାଣନ୍ତୁ କାହା ପର୍ସରେ ବଳକା କେତେ

ଅନ୍ୟପଟେ ଗତ ସଂସ୍କରଣରେ ଆଇପିଏଲ୍‌ରୁ ବିଦାୟ ନେଇଛନ୍ତି ସିଏସ୍‌କେର ଷ୍ଟାର ବ୍ୟାଟର ଅମ୍ବାତି ରାୟୁଡୁ । ତେଣୁ ଦଳରେ ମଧ୍ୟକ୍ରମରେ ମଧ୍ୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏହି ସ୍ଥାନରେ ଦଳକୁ ମଜବୁତ ବ୍ୟାଟିଂ କରି ପାରୁଥିବା ଖେଳାଳି ଆବଶ୍ୟକ । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ମନୀଷ ପାଣ୍ଡେଙ୍କୁ ରିଲିଜ୍‌ କରିଥିବାରୁ ତାଙ୍କ ଉପରେ ନଜର ରଖିଛି ଚେନ୍ନାଇ । ସେହିଭଳି କରୁଣ ନାୟର ମଧ୍ୟ ବିଭିନ୍ନ ଦଳର ନଜରରେ ରହିବେ । ବିଶେଷ କରି ରାୟୁଡୁଙ୍କ ବିକଳ୍ପ ଭାବେ ଏହି ୨ ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ଉପରେ ଚେନ୍ନାଇ ମ୍ୟାନେଜ୍‌ମେଣ୍ଟ ବଡ଼ ବିଡ୍‌ ଲଗାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.