ETV Bharat / sports

ଆଜି ଆଇପିଏଲ୍‌ ୨୦୨୪ ମିନି ଅକ୍ସନ: ଏହି ଭାରତୀୟ କ୍ରିକେଟର୍ସଙ୍କ ଉପରେ ରହିବ ସବୁ ଦଳର ନଜର

author img

By ETV Bharat Odisha Team

Published : Dec 18, 2023, 10:38 PM IST

Updated : Dec 19, 2023, 7:12 AM IST

IPL 2024 Auction: ଆଇପିଏଲ୍‌ ୨୦୨୪ ମିନି ଅକ୍ସନ ପାଇଁ ଚାହିଁ ରହିଛନ୍ତି ପ୍ରଶଂସକ । କେଉଁ ଖେଳାଳି କେଉଁ ଦଳକୁ ଯିବେ, ତାହାରି ଉପରେ ରହିଛି ସମସ୍ତଙ୍କ ନଜର । ତେବେ କିଛି ଭାରତୀୟ ଖେଳାଳିଙ୍କ ଉପରେ ମଧ୍ୟ ଲାଗିପାରେ ବଡ଼ ବିଡ୍‌ । ଅଧିକ ପଡ଼ନ୍ତୁ

ଏହି ଭାରତୀୟ ଖେଳାଳିଙ୍କ ଉପରେ ରହିବ ସବୁ ଦଳର ନଜର

ହାଇଦ୍ରାବାଦ: ରାତି ପାହିଲେ ଆଇପିଏଲ୍‌ ୨୦୨୪ ପାଇଁ ହେବ ମିନି ଅକ୍ସନ୍‌ । ବିଶ୍ବର ସବୁଠାରୁ ଦାମୀ କ୍ରିକେଟ୍‌ ଲିଗ୍‌ କୁହାଯାଉଥିବା ଆଇପିଏଲ୍‌ ଅକ୍ସନକୁ ନେଇ ବେଶ ଉତ୍ସାହିତ ପ୍ରଶଂସକ । ପ୍ରଥମ ଥର ପାଇଁ ବିଦେଶରେ ଅନୁଷ୍ଠିତ ହେଉଛି ଆଇପିଏଲ୍‌ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା । ଏଥର ଦୁବାଇର କୋକାକୋଲା ଏରିନାରେ ଖେଳାଳିଙ୍କୁ ନିଲାମ ଡାକିବେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ । ସମସ୍ତ ୧୦ ଦଳରେ ୭୭ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ଥିବାବେଳେ ଏଥିପାଇଁ ୩୩୩ କ୍ରିକେଟର ସେମାନଙ୍କ ନାମ ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଖେଳାଳିଙ୍କ ପାଇଁ ବଡ଼ ବିଡ୍‌ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିରେ କିଛି ଟପ୍‌ ଇଣ୍ଡିଆନ୍‌ କ୍ରିକେଟର୍‌ ମଧ୍ୟ ରହିଛନ୍ତି । ନଜର ପକାନ୍ତୁ ସମ୍ଭାବ୍ୟ ଦାମୀ ୫ ଭାରତୀୟ କ୍ରିକେଟରଙ୍କ ଉପରେ...

ଶାର୍ଦ୍ଦୁଲ ଠାକୁର (ବେସ୍‌ ପ୍ରାଇସ୍‌- ୨ କୋଟି): ବିଭିନ୍ନ ଦଳ ଖେଳାଳିଙ୍କ ସଂରକ୍ଷଣ ତାଲିକା ରିଲିଜ୍‌ କରିବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍) ଶାର୍ଦ୍ଦୁଲ ଠାକୁରଙ୍କୁ ରିଲିଜ୍‌ କରିଥିଲା । ଏହି ଡାହାଣହାତୀ ପେସର୍‌ଙ୍କ ଉପରେ ଅନେକ ଫ୍ରାଞ୍ଚାଇଜ୍ ବଡ଼ ବିଡ୍‌ ଲଗାଇପାରନ୍ତି । କ୍ରିକେଟ୍‌ରେ 'ଲର୍ଡ' ଭାବରେ ପରିଚିତ ଶାର୍ଦ୍ଦୁଲ ଠାକୁର ଯେପରି ୱିକେଟ୍‌ ନେବାର କ୍ଷମତା ରଖିଛନ୍ତି, ନିମ୍ନକ୍ରମରେ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିବା ଅଭିଜ୍ଞତା ରଖିଛନ୍ତି । ୨୦୧୫ରେ ଆଇପିଏଲ୍‌ ଡେବ୍ୟୁ କରିବା ପରଠାରୁ ସେ ୮୬ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୯.୧୬ ଇକୋନୋମୀ ସହ ୮୯ ୱିକେଟ୍‌ ନେଇଛନ୍ତି । ସେ ମଧ୍ୟ ଗୋଟିଏ ଅର୍ଦ୍ଧଶତକ ସହ ୧୧.୯ ହାରରେ ୨୮୬ ରନ୍‌ ସଂଗ୍ରହ କରିଛନ୍ତି । ତେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭଳି ଦଳ ଶାର୍ଦ୍ଦୁଲଙ୍କ ଉପରେ ନଜର ପକାଇ ପାରନ୍ତି । କାରଣ ଏହି ଦଳ ଗୁଡ଼ିକ ନିମ୍ନ କ୍ରମ ପାଇଁ ଜଣେ ବୋଲିଂ ଅଲ୍‌ରାଉଣ୍ଡର ସନ୍ଧାନରେ ରହିଛନ୍ତି ।

ହର୍ଷଲ ପଟେଲ (ବେସ୍‌ ପ୍ରାଇସ୍‌- ୨ କୋଟି): ଏଥର ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଧିକାଂଶ ରିଲିଜ୍‌ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ କରିଛି । ମହମ୍ମଦ ସିରାଜଙ୍କ ବ୍ୟତୀତ ଦଳ ପ୍ରାୟ ସମସ୍ତ ଅଭିଜ୍ଞ ବୋଲରଙ୍କୁ ରିଲିଜ୍‌ କରିଦେଇଛି । ସେମାନଙ୍କ ଭିତରେ ହର୍ଷଲ ପଟେଲ୍‌ଙ୍କୁ ମଧ୍ୟ ରିଲିଜ୍‌ କରିଛି ଆର୍‌ସିବି । ଡେଥ୍‌ ଓଭରରେ ହର୍ଷଲଙ୍କ ଧିମା ଗତିରେ ବୋଲିଂ ମ୍ୟାଚ୍‌କୁ ଏକ ପ୍ରକାର ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇଥାଏ । ଏପରିକି ସେ ୮ମ କିମ୍ବା ୯ମ ସ୍ଥାନରେ ବ୍ୟାଟିଂ କରିବାର କ୍ଷମତା ମଧ୍ୟ ରଖିଛନ୍ତି । ଆଇପିଏଲ୍‌ ୨୦୨୧ରେ ୩୨ ୱିକେଟ୍‌ ସହ ଆର୍‌ସିବିକୁ ପ୍ଲେ ଅଫ୍‌ରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ହର୍ଷଲ । ଡ୍ବେନ୍‌ ବ୍ରାଭୋଙ୍କ ସମେତ ହର୍ଷଲ ଗୋଟିଏ ସଂସ୍କରଣରେ ସର୍ବାଧିକ (୩୨) ୱିକେଟ୍‌ ନେବାର ରେକର୍ଡ କରିଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍‌ ରାଇଡର୍ସ ଓ ପଞ୍ଜାବ କିଙ୍ଗସ୍‌ ଭଳି ଦଳ ହର୍ଷଲଙ୍କ ଉପରେ ବଡ଼ ବିଡ୍‌ ଲଗାଇ ପାରନ୍ତି ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଟମ୍‌ ମୁଡିଙ୍କ ଭବିଷ୍ଯବାଣୀ: ସବୁଠୁ ଦାମି ଖେଳାଳି ସାବ୍ୟସ୍ତ ହେବେ ଷ୍ଟାର୍କ, ସ୍ମିଥ୍‌ଙ୍କୁ କେହି କିଣିବେନି

ଶିବମ ମାଭି (ବେସ୍‌ ପ୍ରାଇସ୍‌- ୫୦ ଲକ୍ଷ): ଦ୍ରୁତ ବୋଲିଂ ବିଭାଗରେ ଶିବମ୍‌ ମାଭି ଜଣେ ୟଙ୍ଗଷ୍ଟାର । U19 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରେ ପରେ ମାଭି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଆଇପିଏଲ୍‌ ନିଲାମରେ କେକେଆର୍‌ ୩ କୋଟି ଟଙ୍କାରେ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ମାଭି ପୂର୍ବ ସିଜନରେ ରନର୍‌ ଅପ୍‌ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳୁଥିଲେ । ତାଙ୍କ ଆଇପିଏଲ୍‌ କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ୩୨ ଇନିଂସରେ ବୋଲିଂ କରି ୩୧.୪ ହାରରେ ମାତ୍ର ୩୦ ୱିକେଟ୍‌ ନେଇଛନ୍ତି । ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ୍‌ ଏବଂ ପଞ୍ଜାବ କିଙ୍ଗସ୍‌ ଏହି ପେସର୍‌ଙ୍କୁ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରିପାରନ୍ତି । କାରଣ ଦ୍ରୁତ ବୋଲର ଅଭେଶ ଖାନଙ୍କୁ ଲକ୍ଷ୍ନୌ ପକ୍ଷରୁ ରାଜସ୍ଥାନକୁ ଟ୍ରେଡ୍‌ କରିଦିଆଯାଇଛି । ସେପଟେ ପେସର୍‌ ଅର୍ଶଦୀପ ସିଂହ କୌଣସି କାରଣରୁ ବଞ୍ଚିତ ହେଲେ, ପଞ୍ଜାବ କିଙ୍ଗସ୍‌ ବେଞ୍ଚରେ ବ୍ୟାକଅପ୍‌ ଭାବରେ ସେଭଳି ଯୁବ ପେସରଙ୍କ ଅଭାବ ରହିଛି ।

ଶାହରୁଖ ଖାନ୍‌ (ବେସ୍‌ ପ୍ରାଇସ୍‌- ୪୦ ଲକ୍ଷ): ଟି୨୦ କ୍ରିକେଟ୍‌ରେ ବିସ୍ଫୋରକ ବ୍ୟାଟିଂ ତଥା ଫିନିସ୍‌ ପାଇଁ ଶାହରୁଖ ଖାନ୍‌ ବେଶ ପରିଚିତ । ଆଇପିଏଲ୍‌ ୨୦୨୪ ଅକ୍ସନ ପୂର୍ବରୁ ପଞ୍ଜାବ କିଙ୍ଗସ୍‌ ଦ୍ବାରା ଶାହାରୁଖ ରିଲିଜ୍‌ ହେବାପରେ କେଉଁ ଦଳ ତାଙ୍କୁ ନିଜ ଦଳରେ ସାମିଲ କରିବ, ସେନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳ ହୁଏତ ଶାହାରୁଖଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଭରପୁର ଉଦ୍ୟମ କରିବ ବୋଲି ଆଲୋଚନା କରିବ । ସେହିଭଳି ରାଜସ୍ଥାନ ରୟାଲ୍ସ ମଧ୍ୟ ଶାହରୁଖ ଖାନଙ୍କ ଭଳି ଫିନିସର୍‌ଙ୍କୁ ନିଜ ଦଳରେ ରଖିବାକୁ ଚାହିଁପାରେ । ଏପରିକି ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଶାହାରୁଖ ଖାନଙ୍କ ପାଇଁ ବଡ଼ ବିଡ୍‌ ଯାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ୨୦୨୪ ମିନି ଅକ୍ସନ: ବିସିସିଆଇର ନୂଆ ପ୍ରୋତ୍ସାହନ ପ୍ଲାନ, ଲକ୍ଷପତି ହେବେ ଅନ୍‌କ୍ୟାପଡ୍‌ ଖେଳାଳି

ଚେତନ ସକରିୟା (ବେସ୍‌ ପ୍ରାଇସ୍‌- ୪୦ ଲକ୍ଷ): ପ୍ରଥମ ଥର ପାଇଁ ଆଇପିଏଲ୍‌ ୨୦୨୧ ପାଇଁ ହୋଇଥିବା ଅକ୍ସନରେ ୧.୨୦ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ ଏହି ବାମହାତୀ ଯୁବ ପେସର । ଆଇପିଏଲ୍‌ ୨୦୨୨ ପାଇଁ ୪.୨୦ କୋଟି ଟଙ୍କାରେ ସକରିୟାଙ୍କୁ ନିଜ ଦଳରେ ସାମିଲ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଆଇପିଏଲ୍‌ ୨୦୨୨ ଓ ୨୩ରେ କେବଳ ୫ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିବା ସକରିୟା କେବଳ ୬ ୱିକେଟ୍‌ ହାସଲ କରିବାରେ ସକ୍ଷମ ହୋଇଥିଲେ । ଗତ ସଂସ୍କରଣରେ ପାଣି ଭଳି ରନ୍‌ ବ୍ୟୟ କରିବାରୁ ଏଥର ତାଙ୍କୁ ରିଲିଜ୍‌ କରିଦେଇଛି ଦିଲ୍ଲୀ । ଏଥର ସେ ନିଜ ବେସ୍‌ ପ୍ରାଇସ୍‌ ୪୦ ଲକ୍ଷ ସ୍ଥିର କରିଛନ୍ତି । ତେବେ କେକେଆର୍‌ ଓ ଆର୍‌ସିବି ଭଳି ବାମହାତୀ ପେସର ଖୋଜୁଥିବା ଦଳ ସକରିୟାଙ୍କୁ ନିଜ ଦଳରେ ସାମିଲ କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2023, 7:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.