ETV Bharat / sports

IPL 2023: ଉଦଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ରଶ୍ମିକା, ପ୍ରଥମ ମ୍ୟାଚରେ ଗୁଜୁରାଟକୁ ଭେଟିବ ଚେନ୍ନାଇ

author img

By

Published : Mar 31, 2023, 8:03 AM IST

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ

ipl 2023 opening ceremony
ipl 2023 opening ceremony

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ଦେଶର ସବୁ ଠାରୁ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ । ଆଇପିଏଲ ମ୍ୟାଚକୁ ଉପଭୋଗ କରିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା । ଚଳିତ ବର୍ଷ ଆଇପିଏଲ୍‌ରେ 10 ଟିମ୍‌ ଭାଗ ନେଇଥିବା ବେଳେ 52 ଦିନ ଧରି ଟ୍ରଫି ହାତେଇବାକୁ ଚାଲିବ ମହା ଲଢ଼େଇ । 12ଟି ସହରରେ 70ଟି ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ 18ଟି ଡବଲ ହେଡର ହେବ । ଆଜି ସନ୍ଧ୍ୟା ସମୟରେ ଆରମ୍ଭ ହେବ ଉଦଘାଟନି ମ୍ୟାଚ । ପ୍ରଥମ ଦିନରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଓ ମହାଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍ସ ।

ମୁଖ୍ୟ ଆକର୍ଷଣ ସାଉଥ ସୁନ୍ଦରୀ ରଶ୍ମିକା: ଏହା ପୂର୍ବରୁ ସନ୍ଧ୍ୟା 6ଟା ସମୟରେ ଉଦଘାଟନୀ ଉତ୍ସବ ଆରମ୍ଭ ହେବ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହି ଉତ୍ସବରେ ସାମିଲ ହେବେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା । ଏଥି ସହ ବଲିଉଡ ସିଙ୍ଗର ଅରଜିତ ସିଂ ତମନ୍ନା ଭାଟିଆ ଓ କ୍ୟାଟ୍ରିନା କୈଫ ମଧ୍ୟା ସାମିଲ ହେବେ । 45 ମିନିଟ ପର୍ଯ୍ୟନ୍ତ ଚାଲିବ ଉଦଘାଟନୀ କାର୍ଯ୍ୟକ୍ରମ । ଏଥିରେ ସମସ୍ତ ଦଳର ଅଧିନାୟକ ଉପସ୍ଥିତ ରହିବେ ।

ଗୁଜୁରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଗୁଜୁରାଟ ଟିମ । ଏହି ଦୁଇ ଦଳ ମଧ୍ୟରେ ଆଜି ରୋମାଞ୍ଚଙ୍କର ମ୍ୟାଚ ଦେଖିବାକୁ ମିଳିବ । ଗତଥର ପ୍ରଥମ ଥର ଭାବେ ଆଇପିଏଲ ଟିମରେ ସାମିଲ ହୋଇଥିଲା ଗୁଜୁରାଟ ଟାଇଟନ୍ସ । ପ୍ରଥମ ଥର ସାମିଲ ହୋଇ ଦମଦାର ପ୍ରଦର୍ଶନ କରିବା ସହ ଟ୍ରଫି ହାତେଇଥିଲା ଗୁଜୁରାଟ । ଚେନ୍ନାଇ ବିପକ୍ଷରେ ଆଜି ପ୍ରଥମ ମ୍ୟାଚରେ କିପରି ରହିବ ଗୁଜୁରାଟର ପ୍ରଦର୍ଶନ ତା ଉପରେ ଏବେ ସମସ୍ତଙ୍କ ନଜର । ଅନ୍ୟପଟେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲ ମ୍ୟାଚରେ ଦମଦାର ପ୍ରଦର୍ଶନ ପାଇଁ ପୁରା ଫିଟ ଅଛନ୍ତି କୁଲ କ୍ୟାପଟେନ ମହେନ୍ଦନ୍ଦ୍ର ସିଂ ଧୋନି । ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବାର୍କରେ ସନ୍ଧ୍ୟା 7ଟା 30 ମିନିଟ ସମୟରେ ପ୍ରସାରିତ ହେବ ଏହି ମ୍ୟାଚ ।

ଓଡିଶା କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କ ଉପରେ ରହିବ ନଜର: ଚଳିତ ଥର ଆଇପିଏଲରେ ସ୍ଥାନ ପାଇଛନ୍ତି ଓଡିଶାର ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି । ଗତ 2ଟି ସିଜନରେ ସେ ଚେନ୍ନାଇ ସୁପରକିଙ୍ଗ୍ସରେ ରହିଛନ୍ତି । କିନ୍ତୁ ଗୋଟିଏବି ମ୍ୟାଚ ଖେଳିବାର ସୁଯୋଗ ତାଙ୍କୁ ମିଳିନାହିଁ । ଚଳିତ ଥର ସେ ଖେଳିବାର ସୁଯୋଗ ପାଇ ପାରନ୍ତି ବୋଲି ଆଶାବାଦୀ ଅଛନ୍ତି । ପୂର୍ବରୁ ଓଡିଶାର ହଳଦର ଦାସ ଓ ବିପ୍ଳବ ସାମନ୍ତରାୟ ଆଇପିଏଲରେ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ ।

କଣ ହୋଇଛି ପରିବର୍ତ୍ତନ: ଚଳିତ ସଂସ୍କରଣରେ କିଛିଟି ନୂଆ ଦେଖିବାକୁ ମିଳିବ । ଇମ୍ପାକ୍ଟ ପ୍ଲେୟାର ନିୟମ ଅନୁସାରେ କୌଣସି ଦଳ ଟସ ପରେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରିବେ । ଏପରି ନିୟମ ପୂର୍ବରୁ SA20 ଡୋମେଷ୍ଟିକ କ୍ରିକେଟ୍‌ ଲିଗ୍‌ରେ ମଧ୍ୟ ହୋଇଛି । ଏହି ପରିବର୍ତ୍ତିତ ନିୟମ ଦ୍ବାରା ମ୍ୟାଚ୍‌ରେ ଟସର ପ୍ରଭାବ ନିଶ୍ଚିତ ଭାବେ କମିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.