ETV Bharat / sports

IPL 2022: ଆଜି ବାଙ୍ଗାଲୋର-ପଞ୍ଜାବ ହାଇଭୋଲଟେଜ ମୁକାବିଲା - ଆଜି RCB - PBKS ମୁକାବିଲା

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 60ତମ ମ୍ୟାଚ୍‌ ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛି । ଅଧିକ ପଢନ୍ତୁ

ଆଜି RCB - PBKS ମୁକାବିଲା
ଆଜି RCB - PBKS ମୁକାବିଲା
author img

By

Published : May 13, 2022, 1:36 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 60ତମ ମ୍ୟାଚ୍‌ ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛି । ଦୁଇ ଦଳ ପାଇଁ ବିଜୟ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକିବାଲି ଦେଖିବାକୁ ମିଳିବ । ବଡ ବ୍ୟବଧାନରେ ମ୍ୟାଚ ଜିତି ରନ ରେଟ୍‌ରେ ଉନ୍ନତି ଆଣିବା ଦୁଇ ଦଳ ପାଇଁ ପ୍ରଥମ ଲକ୍ଷ୍ୟ ରହିଛି ।

ଇତି ମଧ୍ୟରେ ବାଙ୍ଗାଲୋର 12ଟି ମ୍ୟାଚରୁ 7ଟି 14 ପଏଣ୍ଟ ସହ ଚତୁର୍ଥରେ ରହିଛି । ବାଙ୍ଗାଲୋରକୁ ତାର ଶେଷ 2ଟି ମ୍ୟାଚ ଜିତିବାକୁ ପଡିବ । ସେହିପରି ପଞ୍ଜାବ କିଙ୍ଗସ 11ଟି ମ୍ୟାଚରୁ 5ଟି 10 ପଏଣ୍ଟ ପାଇଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ପଞ୍ଜାବକୁ ବାକି 3ଟି ମ୍ୟାଚ ଜିତିବାକୁ ପଡିବ ।

ବାଙ୍ଗାଲୋର ଆଜିର ମ୍ୟାଚକୁ ଜିତିଲେ ଟେବୁଲ ତୃତୀୟକୁ ଉଠିବ । ତଥାପି ଦଳର ପ୍ଲେ ଅଫ ଆଶା ନିଶ୍ଚିନ୍ତ ନାହିଁ । ବିରାଟ ଓ ଫାଫା ଡୁ ପ୍ଲେସିସଙ୍କୁ ଆଜି ସଫଳ ହେବାକୁ ପଡିବ । ବିଶେଷ କରି ପଞ୍ଜାବର ସନ୍ଦୀପ ଶର୍ମାଙ୍କ ବିପକ୍ଷରେ ଉଭୟଙ୍କୁ ସତର୍କ ରହିବାକୁ ପଡିବ । ପଞ୍ଜାବର ଧାୱନ ଓ ଜନି ବେୟାରଷ୍ଟୋଙ୍କ ଉପରେ ଆଜି ନଜର ରହିବ । ତାଙ୍କ ବ୍ୟାଟିଂକୁ ରୋକିବାକୁ ୱାନିନ୍ଦୁ ହସରଙ୍ଗା ପ୍ରସ୍ତୁତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.