ETV Bharat / sports

IPL 2022: ଆଜି କୋଲକାତା-ଲକ୍ଷ୍ନୌ ମୁକାବିଲା, KKR ପାଇଁ ବିଜୟ ଜରୁରୀ - ଆଜି କୋଲକାତା ବନାମ ଲକ୍ଷ୍ନୌ ମୁକାବିଲା

ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍‌ ପର୍ଯ୍ୟାୟ । ସ୍ଥାନ ପକ୍କା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 66 ତମ ଲିଗ ମ୍ୟାଚରେ କୋଲକାତା ଓ ଲକ୍ଷ୍ନୌ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି କୋଲକାତା-ଲକ୍ଷ୍ନୌ ମୁକାବିଲା
ଆଜି କୋଲକାତା-ଲକ୍ଷ୍ନୌ ମୁକାବିଲା
author img

By

Published : May 18, 2022, 1:47 PM IST

ମୁମ୍ବାଇ: ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍‌ ପର୍ଯ୍ୟାୟ । ସ୍ଥାନ ପକ୍କା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 66 ତମ ଲିଗ ମ୍ୟାଚରେ କୋଲକାତା ଓ ଲକ୍ଷ୍ନୌ ପରସ୍ପରକୁ ଭେଟିବେ । ଆଜିର ମ୍ୟାଚ୍‌ ଜିତିବା କୋଲକାତା ପାଇଁ ଜରୁରୀ ହୋଇପଡିଛି । ସେପଟେ 16 ପଏଣ୍ଟ ହାସଲ କରିଥିବା ସୁପରଜିଆଣ୍ଟ୍ସ ଆଜିର ମ୍ୟାଚ ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ ।

ନାଇଟ ରାଇଡର୍ସ 12 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଏକ ବଡ ବ୍ୟବଧାନରେ ଜିତିବାକୁ ପଡିବ । ନାଇଟ ରାଇଡର୍ସର ରନ ରେଟ 0. 160 ରହିଛି । ଆଜି ଯାହା ବି ହେଲେ ଦଳକୁ ବିଜୟୀ ହେବାକୁ ପଡିବ । ଦୁଇଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ନବାଗତ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ 75ରନରେ ଜିତିଥିଲା । ନାଇଟ ରାଇଡର୍ସ ତାର ଶେଷ 2ଟି ମ୍ୟାଚରେ ବିଜୟୀ ହୋଇଛି । ଆଜିର ମ୍ୟାଚକୁ ଜିତିବାକୁ କୌଣସି ସୁଯୋଗ ହାତଛଡା କରିବନି କୋଲକାତା । ଅଜିଙ୍କ୍ୟ ରାହାଣେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ତାଙ୍କୁ ଅନୁପସ୍ଥିତ ଦଳକୁ ପ୍ରଭାବିତ କରିପାରେ । ପୂର୍ବରୁ କମିନ୍ସ ମଧ୍ୟ ଆହତ ହୋଇ ଦଳରୁ ବାଦ ପଡିଛନ୍ତି ।

ନବାଗତ ଲକ୍ଷ୍ନୌ ପ୍ରଦର୍ଶନ ଭଲ ରହିଛି । 16 ପଏଣ୍ଟ ସହ ଟେବୁଲ ତୃତୀୟ ସ୍ଥାନରେ ରହିଛି ସୁପରଜିଆଣ୍ଟ୍ସ । ଦଳର ବ୍ୟାଟିଂ ବିଭାଗରେ ତ୍ରୁଟି ରହିଛି । ପ୍ଲେ ଅଫ ପୂର୍ବରୁ ଏ ତ୍ରୁଟିକୁ ସୁଧାରିବାକୁ ହେବ । ଆଜିର ମ୍ୟାଚକୁ ଜିତିଲେ ଦଳର ପ୍ଲେ ଅଫରେ ପ୍ରବେଶ ପକ୍କା । ତେଣୁ ଦଳ ସମସ୍ତ ତ୍ରୁଟିକୁ ସୁଧାରି ଭଲ ପ୍ରଦର୍ଶନ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.