ETV Bharat / sports

IPL 2022: ସନରାଇଜର୍ସ ସାମ୍ନାରେ ୱାର୍ଣ୍ଣର ଚ୍ୟାଲେଞ୍ଜ୍‌, ୮ବର୍ଷ ପରେ ବିପକ୍ଷରେ ଲଢିବେ ପୁରୁଣା ସେନାପତି - ଆଜି ହାଇଦ୍ରାବାଦ- କ୍ୟାପିଟାଲ୍ସ ମୁକାବିଲା

ଆଇପିଏଲ ୨୦୧୩ ପରେ ପ୍ରଥମ ଥର ଡେଭିଡ ୱାର୍ଣ୍ଣର, ସନରାଇଜର୍ସ ହାଇଦ୍ରାବାଦ(SRH) ବିପକ୍ଷରେ ଖେଳିବେ । ଏହି ମ୍ୟାଚ୍‌ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଅଧିକ ପଢନ୍ତୁ

ipl 2022 today match between delhi capitals and sunrisers-hyderabad
IPL 2022: ସନରାଇଜର୍ସ ସାମ୍ନାରେ ୱାର୍ଣ୍ଣର ଚ୍ୟାଲେଞ୍ଜ୍‌, ୮ବର୍ଷ ପରେ ବିପକ୍ଷରେ ଲଢିବେ ପୁରୁଣା ସେନାପତି
author img

By

Published : May 5, 2022, 12:15 PM IST

Updated : May 5, 2022, 12:31 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) 50ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ସନରାଇଜର୍ସ ହାଇଦ୍ରାବାଦ(SRH) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ ଥିବାରୁ ଶୀର୍ଷ ୪ ସ୍ଥାନ ମଧ୍ୟରେ ରହି ପ୍ଲେ-ଅଫ୍‌ ଖେଳିବାକୁ ଲଢେଇ ଜୋର୍‌ଦାର ହୋଇସାରିଛି ।

ଏପରି ସ୍ଥିତିରେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା କେନ ୱିଲିୟମସନଙ୍କ ଅରେଞ୍ଜଆର୍ମୀ ବିଜୟ ସହ ରାଜସ୍ଥାନ ରୟାଲ୍ସ(RR) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ(RCB) ପଛରେ ପକାଇ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ପହଞ୍ଚିବା ଲକ୍ଷ୍ୟରେ ରହିବ । ସନରାଇଜର୍ସ ଏଯାବତ ୯ଟି ମ୍ୟାଚ୍‌ ଖେଳି ସାରିଥିବାବେଳେ ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରିଛି । ରୟାଲ୍ସ ଓ ଆରସିବିର ସମାନ ୧୨ ପଏଣ୍ଟ ରହିଛି । ଫଳରେ ଆଜି(ଗୁରୁବାର) ସନ୍ଧ୍ୟାରେ ଦିଲ୍ଲୀକୁ ହରାଇଲେ ଓ ରନ୍‌ ରେଟ୍‌ ଅଧିକ ରହିଲେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଯିବ ହାଇଦ୍ରାବାଦ ।

ଅନ୍ୟପଟେ ଦିଲ୍ଲୀ ପାଇଁ ଅବଶିଷ୍ଟ ସମସ୍ତ ମ୍ୟାଚ୍‌ କର ବା ମର ସଦୃଶ ହୋଇଛି । ଋଷଭ ପନ୍ତଙ୍କ ନେତୃତାଧୀନ ଟିମ ଏଯାବତ ୯ଟି ମ୍ୟାଚ୍‌ ଖେଳି ମାତ୍ର ୪ଟି ବିଜୟ ହାସଲ କରିଛନ୍ତି । ଫଳରେ କ୍ୟାପିଟାଲ୍ସର ମାତ୍ର ୮ ପଏଣ୍ଟ ରହିଛି । ମାତ୍ର ଆଶ୍ବସ୍ଥିର କଥା ଏହା ଯେ ଟିମ ପାଖରେ ଏବେବି ୫ଟି ମ୍ୟାଚ୍‌ ହାତରେ ରହିଛି । ତେବେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ପରାଜୟ, ଦିଲ୍ଲୀର ପ୍ଲେ-ଅଫ୍‌ ଆଶା ଧୁଳିଶାତ କରିବାର ସମ୍ଭାବନା ବୃଦ୍ଧିକରିବ । ପ୍ଲେ-ଅଫ୍‌ରେ ସ୍ଥାନ ଦୃଷ୍ଟିରୁ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍‌ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ଫଳରେ ବ୍ରାବୋର୍ନୋ ଷ୍ଟାଡିୟମରେ ଲଢେଇ ଜୋରଦାର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହି ବି ପଢନ୍ତୁ...IPL 2022: ମଉଳିଲା ଚେନ୍ନାଇ ପ୍ଲେ ଅଫ ଆଶା, 13 ରନରେ ଜିତିଲା ବାଙ୍ଗାଲୋର

ଗତ କିଛି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଏହି ମ୍ୟାଚ୍‌ରେ ସନରାଇଜର୍ସର ପଲ୍ଲା ଭାରୀ ଥିବା ଜଣାପଡୁଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସଂଘର୍ଷ କରିଥିବା ଅରେଞ୍ଜଆର୍ମୀ ଉଚିତ୍‌ ସମୟରେ ଲୟକୁ ଫେରିବା ସହ ବିଜୟ ଟ୍ରାକ୍‌ରେ ରହିଛି । ଟିମ ପାଖରେ ରହିଛି ଘାତକ ବୋଲିଂ ଆକ୍ରମଣ । ବ୍ୟାଟିଂରେ ମଧ୍ୟ କ୍ୟାପଟେନ ୱିଲିୟମସନ ସେନା ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।

ଅନ୍ୟପଟେ ଦିଲ୍ଲୀ ପାଇଁ ଚିନ୍ତାର କାରଣ ହୋଇଛି ମଧ୍ୟକ୍ରମ ବ୍ୟାଟିଂ । ଏକାଧିକ ଷ୍ଟାର ଖେଳାଳି ଥିବାସତ୍ତ୍ବେ ଉଭୟ ବୋଲିଂ ଓ ବ୍ୟାଟିଂରେ ସଂଘର୍ଷ କରୁଛି ଟିମ । ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବାକିଥିବା ସମସ୍ତ ମ୍ୟାଚ୍‌ରେ ବିଜୟ ଆବଶ୍ୟକ କରୁଛି କ୍ୟାପିଟାଲ୍ସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 5, 2022, 12:31 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.