ETV Bharat / sports

IPL 2022: ସାମସନଙ୍କ ସାନଦାର ପ୍ରଦର୍ଶନ, ୬୧ ରନରେ ସନରାଇଜର୍ସକୁ ହରାଇଲା ରୟାଲ୍ସ

author img

By

Published : Mar 30, 2022, 7:41 AM IST

ଚଳିତ ଆଇପିଏଲ ସିଜିନର ପଞ୍ଚମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ । ଏଥିରେ ବିଶାଳ ବିଜୟ ହାସଲ କରି ନେଇଛି ରାଜସ୍ଥାନ ରୟାଲ୍ସ । ଅଧିକ ପଢନ୍ତୁ

ହାଇଦ୍ରାବାଦକୁ ହରାଇଲା ରାଜସ୍ଥାନ
ହାଇଦ୍ରାବାଦକୁ ହରାଇଲା ରାଜସ୍ଥାନ

ପୁଣେ: ସଫଳ ହେଲା ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ଚଳିତ ଆଇପିଏଲ ସିଜିନର ପଞ୍ଚମ ମ୍ୟାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ । ଏଥିରେ ବିଶାଳ ବିଜୟ ହାସଲ କରି ନେଇଛି ରାଜସ୍ଥାନ ରୟାଲ୍ସ । ଅଧିନାୟକ ସଞ୍ଜୁ ସାମସନ, ହେତମେୟରଙ୍କ ଦେବଦତ୍ତ ପାଡିକଲ, ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଯୁଝବେନ୍ଦ୍ର ଚହରଙ୍କ ଘାତକ ବୋଲିଂରେ ୬୧ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି ରାଜସ୍ଥାନ ରୟାଲ୍ସ । ସାମସନ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି ।

ଟସ ଜିତି ସନରାଇଜର୍ସ ରୟାଲ୍ସଙ୍କ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୨୧୦ ରନର ଏକ ବିଶାଳ ସ୍କୋର କରିଥିଲା ରାଜସ୍ଥାନ । ଦୁଇ ଓପନର ଜୋସ ବଟଲର ଓ ଯଶସ୍ବୀ ଆକ୍ରମଣାତ୍ମକ ବ୍ୟାଟିଂ କରି ୬ ଓଭରରେ ୫୮ ରନ କରିଥିଲେ । ସପ୍ତମ ଓଭରରେ ଯଶସ୍ବୀଙ୍କୁ ଆଉଟ କରିଥିଲେ ରୋମିରିଓ ସେଫର୍ଡ । ପରେ ପରେ ବଟଲର ୩୫ ରନ କରି ଆଉଟ ହୋଇଥିଲେ । ମଧ୍ୟଭାଗରେ ସାମସନ ଓ ପାଡିକର ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୪୮ରେ ପହଞ୍ଚାଇଥିଲେ । ସାମସନ ୨୭ ବଲରେ ୫୫ ରନର ଦମଦାର ପାରି ଖେଳିଥିଲେ । ହାଇଦ୍ରାବାଦକୁ ୨୧୧ରନର ଟାର୍ଗେଟ ଦେଇଥିଲା ରାଜସ୍ଥାନ । ସନରାଇଜର୍ସ ପକ୍ଷରୁ ଉମ୍ରାନ ମଲିକ ଓ ଟି ନଟରାଜନ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୨୧୧ ରନର ବିଶାଳ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ ଟିମ । ୧୨୦ ବଲରେ ୨୧୧ ରନ କରିବା ସହଜ ନଥିଲା । ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା ସନରାଇଜର୍ସ । ଓପନର କେନ ୱିଲିୟମସନ ୨ ରନ କରି ଆଉଟ ହୋଇଥିଲେ । ରାହୁଲ ତ୍ରିପାଠୀ ଓ ନିକୋଲାସ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ପରେ ପରେ ଅଭିଷେକ ଶର୍ମା ୯ ଓ ଅବଦୁଲ ସମଦ ୪ ରନ କରି ପାଭିଲିୟନ ଫେରିଥିଲେ ।

ଶେଷ ୨୬ ବଲରେ ଦଳକୁ ବିଜୟ ପାଇଁ ୧୩୩ ରନ ଦରକାର ଥିଲା । ୱାସିଂଟନ ସୁନ୍ଦର ବ୍ୟାଟିଂ କରି ୫୫ ରନ ଭାଗିଦାରୀ ଗଠନ କରିଥିଲେ । ୧୪ ବଲରେ ୪୦ ରନ କରିଥିଲେ ସୁନ୍ଦର । ହେଲେ ବିଜୟଠୁ ବହୁତ ପଛରେ ଥିଲା ଦଳ । ଦଳୀୟ ସ୍କୋର ୧୪୯ରେ ଅଟକି ଯାଇଥିଲା । ଫଳରେ ରାଜସ୍ଥାନ ବିଶାଳ ବିଜୟ ହାସଲ କରି ନେଇଛି । ରୟାଲ୍ସ ପକ୍ଷରୁ ଚହଳ ୩ଟି, ଟ୍ରେଣ୍ଡ ବୋଲ୍ଟ ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.