ETV Bharat / sports

IPL 2022: ଲକ୍ଷ୍ନୌ ଆଉଟ, ବିଜୟ ସହ ଦ୍ବିତୀୟ କ୍ବାଲିଫାୟାରରେ ବାଙ୍ଗାଲୋର

author img

By

Published : May 26, 2022, 8:58 AM IST

ବୃଥା ହେଲା ରାହୁଲଙ୍କ ଲଢେଇ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ହରାଇ ଦ୍ବିତୀୟ କ୍ବାଲିଫାୟାର ଭାବେ ସ୍ଥାନ ପକ୍କା କରିଛି ବାଙ୍ଗାଲୋର । ଅଧିକ ପଢନ୍ତୁ

ବିଜୟ ସହ ଦ୍ବିତୀୟ କ୍ବାଲିଫାୟାରରେ ବାଙ୍ଗାଲୋର
ବିଜୟ ସହ ଦ୍ବିତୀୟ କ୍ବାଲିଫାୟାରରେ ବାଙ୍ଗାଲୋର

କୋଲକାତା: ବୃଥା ହେଲା ରାହୁଲଙ୍କ ଲଢେଇ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ହରାଇ ଦ୍ବିତୀୟ କ୍ବାଲିଫାୟାର ଭାବେ ସ୍ଥାନ ପକ୍କା କରିଛି ବାଙ୍ଗାଲୋର । 14 ରନରେ ସୁପରଜିଆଣ୍ଟ୍ସକୁ ପରାସ୍ତ କରିଛି ରୟାଲ । ପଟିଦାରଙ୍କ ଦାୟିତ୍ବପୂର୍ଣ୍ଣ ଶତକ ଦଳର ବିଜୟ ପାଇଁ ସହଜ ହୋଇଥିଲା । ରଜତ ପଟିଦାର ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଆସନ୍ତାକାଲି (ଶୁକ୍ରବାର) ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ଖେଳାଯିବ ।

ସୁପରଜିଆଣ୍ଟ୍ସଠୁ ବ୍ୟାଟିଂ ନିମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା ରୟାଲ । ଆରମ୍ଭରୁ ଫାପ୍ ଡୁପ୍ଲେସିଙ୍କୁ ହରାଇବା ପରେ ଦଳ ବିପର୍ଯ୍ୟୟରେ ପଡିଥିଲା । ଏହାପରେ ବିରାଟ କୋହଲି ଓ ରଜତ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ବିରାଟ ମାତ୍ର 25 ରନ କରି ପାଭିଲିୟନ ଫେରିଥିଲେ । ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ନିରାଶ କରିଥିଲେ । ମାତ୍ର 9 ରନ କରି ସଅଳ ଆଉଟ ହୋଇଥିଲେ । ମହିପାଲ ଲୋମର ମଧ୍ୟ ତିଷ୍ଠି ପାରି ନଥିଲେ । ଦିନେଶ କାର୍ତ୍ତିକ ଓ ପଟିଦାର ରନ ଗାଡି ସମ୍ଭାଳିଥିଲେ । ରଜତ 49 ବଲରୁ ଶତକ ପୂରଣ କରିଥିଲେ । କାର୍ତ୍ତିକ ମଧ୍ୟ ଦ୍ରୁତ ବ୍ୟାଟିଂ କରି ଦଳୀୟ ସ୍କୋରକୁ 200 ପାର କରାଇଥିଲେ । ରଜତ ଅପରାଜିତ 112 ରନ କରିଥିଲେ । ଯାହା ବାଙ୍ଗାଲୋର ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା ।

ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର ଦଳ ୪ ୱିକେଟ ହରାଇ ୨୦୭ ରନ୍‌ କରିଥିଲା । ଲକ୍ଷ୍ନୌ ବୋଲରଙ୍କ ନିଜ ବୋଲିଂ ଭାର ସମ୍ଭାଳିବାରେ ଅସମର୍ଥ ରହିଥିଲେ । ସୁପରଜିଆଣ୍ଟ୍ସ ପକ୍ଷକୁ ମୋସିନ ଖାନ, କୃନାଳ ପାଣ୍ଡ୍ୟା, ଅଭେଷ ଖାନ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ସୁପରଜିଆଣ୍ଟ୍ସ ଆଗରେ 208 ରନ ବିଜୟ ଲକ୍ଷ୍ୟ ରଖିଥିଲା ଆରସିବି ।

208 ରନ ବିଶାଳ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ନବାଗତ ଲକ୍ଷ୍ନୌ । ଆରମ୍ଭରୁ ହିଁ ଦଳର 2ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ପତନ ହୋଇଥିଲା । କ୍ବିଣ୍ଟନ ଡି କକ୍ 6 ଓ ମନନ ଭୋରା 19 ରନ କରି ଆଉଟ ହୋଇଥିଲେ । ଅଧିନାୟକ ରାହୁଲ ଓ ଦୀପକ ହୁଡା ଏକ ବଡ ଭାଗିଦାରୀ ଗଠନ କରିଥିଲେ । ରାହୁଲ ଲଢୁଆ ବ୍ୟାଟିଂ କରି 79 ରନରେ ଆଉଟ ହୋଇଥିଲେ । ଏହାପରେ ଦୀପକ ହୁଡା ଦ୍ରୁତ 45 ରନ କରି ହାସରଙ୍ଗାଙ୍କ ଶିକାର ହୋଇଥିଲେ । ଶେଷ 2 ଓଭରରେ ଦଳ 33 ରନ ଆବଶ୍ୟକ କରୁଥିଲା । ରାହୁଲ ଷ୍ଟ୍ରାଇକରେ ଥିଲେ । ହାଜେଲଉଡ ଏହାର ଫାଇଦା ଉଠାଇଥିଲେ । ରାହୁଲ ଲଢୁଆ ବ୍ୟାଟଂ କରି 79 ରନରେ ଆଉଟ ହୋଇଥିଲେ ।

ଏହାପରେ ମ୍ୟାଚଟି ବାଙ୍ଗଲୋର କବଜାକୁ ଆସିଥିଲା । ପୁଣି କୃନାଳ(0)ରେ ପାଭିଲିୟନ ପଠାଇଥିଲେ ହାଜେଲଉଡ । ଶେଷ ଓଭରରେ ସୁପରଜିଆଣ୍ଟ୍ସକୁ 24 ରନ ଦରକାର ଥିଲା । ହର୍ଷଲ ପଟେଲ ମାତ୍ର 9 ରନ ଦେଇ ବାଙ୍ଗାଲୋରକୁ ବିଜୟୀ କରାଇଥିଲେ । ଏଭିନ ଲୁଇସ 2 ଓ ଚାମୀରା 11 ରନ କରିଥିଲେ । ଲକ୍ଷ୍ନୌ 193 ରନ କରିବାରେ ସକ୍ଷମ ହୋଇଥିଲା । ବାଙ୍ଗାଲୋର ପକ୍ଷରୁ ହାଜେଲଉଟ 3ଟି ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.