ETV Bharat / sports

IPL 2022: ଖେଳାଳି ନିଲାମ ତାଲିକା ଘୋଷଣା, ନାହାନ୍ତି କ୍ରିସ୍‌ ଗେଲ୍‌ ଓ ବେନ୍‌ ଷ୍ଟୋକ୍ସ - ଇଣ୍ଡିଆନ ପ୍ରିମିୟର ଲିଗ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) 2022 ଖେଳାଳି ନିଲାମ ତାଲିକା ଘୋଷଣା ହୋଇଛି । ଭାରତୀୟ କ୍ରିକେଟ ବୋର୍ଡ(BCCI) ମଙ୍ଗଳବାର ନିଲାମ ପ୍ରକ୍ରିୟାରେ ସାମିଲ ହେଉଥିବା ଖେଳାଳିଙ୍କ ସଂପୂର୍ଣ୍ଣ ତାଲିକା ଜାରି କରିଛି । ବିଶ୍ବର ବିତ୍ତଶାଳୀ ଲିଗ୍‌ ଆଇପିଏଲର ପଞ୍ଚଦଶ ସଂସ୍କରଣ ପାଇଁ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ମୋଟ ୫୯୦ କ୍ରିକେଟରଙ୍କ ନାମ ଚୂଡାନ୍ତ । ଅଧିକ ପଢନ୍ତୁ

IPL 2022 Player Auction list announced
IPL 2022 : ଖେଳାଳି ନିଲାମ ତାଲିକା ଘୋଷଣା, ନାହାନ୍ତି କ୍ରିସ୍‌ ଗେଲ୍‌ ଓ ବେନ୍‌ ଷ୍ଟୋକ୍ସ
author img

By

Published : Feb 1, 2022, 5:49 PM IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) 2022 ଖେଳାଳି ନିଲାମ ତାଲିକା(Player Auction list) ଘୋଷଣା ହୋଇଛି । ଭାରତୀୟ କ୍ରିକେଟ ବୋର୍ଡ(BCCI) ମଙ୍ଗଳବାର ନିଲାମ ପ୍ରକ୍ରିୟାରେ ସାମିଲ ହେଉଥିବା ଖେଳାଳିଙ୍କ ସଂପୂର୍ଣ୍ଣ ତାଲିକା ଜାରି କରିଛି । ବିଶ୍ବର ବିତ୍ତଶାଳୀ ଲିଗ୍‌ ଆଇପିଏଲର ପଞ୍ଚଦଶ ସଂସ୍କରଣ ପାଇଁ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ମୋଟ ୫୯୦ କ୍ରିକେଟରଙ୍କ ନାମ ଚୂଡାନ୍ତ ହୋଇଛି । ସେଥିମଧ୍ୟରୁ ୨୨୮ ଜଣ କ୍ୟାପ୍‌ଡ ଖେଳାଳି ୩୫୫ ଜଣ ଅନକ୍ୟାପ୍‌ଡ ଖେଳାଳି ଓ ୭ଜଣ ସହଯୋଗୀ ଦେଶର ଖେଳାଳି ରହିଛନ୍ତି । ବେଙ୍ଗାଲୁରୁରେ ଫେବୃଆରୀ ୧୨ ଓ ୧୩ରେ ଏହି ମେଗା ଖେଳାଳି ନିଲାମ ଅନୁଷ୍ଠିତ ହେବ ।

ଏହାମଧ୍ୟ ପଢନ୍ତୁ: Budget 2022: ମୋଦି ସରକାରଙ୍କ ବୃହତ କ୍ରୀଡ଼ା ବଜେଟ୍, ଗତବର୍ଷ ତୁଳନାରେ ୩୦୦ କୋଟି ବୃଦ୍ଧି

ବିଶ୍ବ କ୍ରିକେଟର କିଛି ବଡ ଷ୍ଟାର ଖେଳାଳି ଆଇପିଏଲ ୨୦୨୨ରେ ଅଂଶଗ୍ରହଣ କରିବାକୁ ଯାଉଥିବାରୁ ସମ୍ମାନଜନକ ଟୁର୍ନାମେଣ୍ଟକୁ ନେଇ ଉତ୍ସାହ ବଢିବାରେ ଲାଗିଛି । ତେବେ ଗତ ଆଇପିଏଲ ସଂସ୍କରଣରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଥିବା ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର କ୍ରିସ୍‌ ଗେଲ୍‌ ଓ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଘୋଷିତ ତାଲିକାରୁ ବାଦ୍‌ ପଡିଛନ୍ତି ।

ତେବେ କିଛି ଷ୍ଟାର ଭାରତୀୟ କ୍ରିକେଟର ନିଲାମ କାର୍ଯ୍ୟକ୍ରମରୁ ଉଷ୍ମ କରିପାରନ୍ତି । ଏହି ତାଲିକାରେ ରହିଛନ୍ତି, ଶ୍ରେୟସ ଆୟର, ଶିଖର ଧାୱନ, ଆର ଅଶ୍ବିନ, ମହମ୍ମଦ ସାମି, ଇଶାନ କିଶନସ ଅଜିଙ୍କ୍ୟ ରାହାଣେ, ସୁରେଶ ରାଇନା, ୟୁଜଭେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଇଶାନ୍ତ ଶର୍ମା, ଉମେଶ ଯାଦବ ରହିଛନ୍ତି ।

୧୦ଟି IPL ଫ୍ରାଞ୍ଚାଇଜ-ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ ଓ ଟିମ ଅହମ୍ମଦାବାଦ, ବିଶ୍ବ କ୍ରିକେଟର କିଛି ଷ୍ଟାର ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିବାକୁ ଜୋର୍‌ ଲଗାଇବେ । ଏହି ତାଲିକାରେ ରହିଛନ୍ତି ଫାଫ୍‌ ଡୁପ୍ଲେସିସ, ଡେଭିଡ ୱାର୍ଣ୍ଣର, ପାଟ୍‌ କମିନ୍ସ, କାଗିସୋ ରବାଡା, ଟ୍ରେଣ୍ଟ ବୋଲ୍ଟ, କ୍ବିଣ୍ଟନ ଡିକକ୍‌, ଜନ୍ନି ବେୟାରଷ୍ଟୋ, ଜେସନ ହୋଲ୍ଡର, ଡ୍ବାଇନ ବ୍ରାଭୋ, ସାକିବ ଅଲ୍‌ ହସନ, ୱାନିନ୍ଦୁ ହସରଙ୍ଗା ।

ତାଲିକାରେ ସର୍ବାଧିକ ୨ କୋଟି ରିଜର୍ଭ ମୂଲ୍ୟ ଥିବା ୪୮ଜଣ ଖେଳାଳି ରହିଛନ୍ତି । ସେହିପରି ୧.୫ କୋଟି ରିଜର୍ଭ ମୂଲ୍ୟ ଥିବା ୨୦ ଖେଳାଳି ଓ ୧ କୋଟି ରିଜର୍ଭ ମୂଲ୍ୟ ଥିବା ୩୪ ଜଣ ଖେଳାଳି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.